ପୁରୀ ମହାନଗର ନିଗମ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ପାଳିତ।
ପୁରୀ ୩୧/୮ ପୁରୀ ଏକ ଆଧ୍ୟାତ୍ମିକ, ଐତିହ୍ୟ,ପର୍ଯ୍ୟଟନ ଓ ସଂସ୍କୃତି ସମ୍ପର୍ଣ୍ଣ ପ୍ରାଚୀନ ସହର।୧୮୮୧ ରେ ପୁରୀ ପୌରପାଳିକା ଗଠିତ ହୋଇଥିଲା।୨୦୩୧ କୁ ଏହା ୧୫୦ ବର୍ଷ ପୂର୍ତ୍ତି ହେବ।ଆମ ସମସ୍ତଙ୍କ ସହଭାଗିତା, ଜନସହଯୋଗ ଓ ପରସ୍ପର ମଧ୍ୟରେ ସମନ୍ୱୟ ଏହାର ବିକାଶ, ଉନ୍ନତି କୁ ତ୍ବରାନ୍ବିତ କରି ପାରିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।ଆଜି ପୂର୍ବାହ୍ନରେ ଟାଉନ ହଲ ଠାରେ ପୁରୀ ମହାନଗର ନିଗମ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହାପ୍ରଭୁଙ୍କ ପାଦ ପଦ୍ମ ରେ ପୁଷ୍ପ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ମହାପ୍ରଭୁଙ୍କ ଧାମ ପୁରୀ ଆମ ଓଡିଆ ଅସ୍ମୀତାର ପରିଚୟ।ସରକାର ଏଥିପାଇଁ ପୁରୀକୁ ସ୍ବତନ୍ତ୍ର ଦୃଷ୍ଟିରେ ଦେଖିବା ସହ ମହାନଗର ନିଗମ କରିଛନ୍ତି ବୋଲି କହିଥିଲେ।ଆଧ୍ୟାତ୍ମିକ ସହ ଆଧୁନିକତା, ପର୍ଯ୍ୟଟନ ସହ ଆର୍ଥିକ ସମୃଦ୍ଧି, ସଂସ୍କୃତି ସହ ଐତିହ୍ୟ ଓ ଭାଗିଦାରୀ ର ସମ୍ମଳିତ ଉଦ୍ୟମ ପୁରୀ କୁ ଏକ ଶ୍ରେଷ୍ଠ ଓ ଅନନ୍ୟ ସହରରେ ପରିଣତ କରିବ।ସେଥିପାଇଁ ଏୟାରପୋର୍ଟ ର ବ୍ୟବସ୍ଥା, କ୍ରୁଜ ଟର୍ମିନାଲ, ଅନ୍ୟାନ୍ୟ ପର୍ଯ୍ୟଟନ ର ବିକାଶ ପାଇଁ ପଦକ୍ଷେପ ନିଆଯାଇଛି।ପୁରୀ ର ପ୍ରାଚୀନ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ର ଉନ୍ନତି କରଣ କରାଯିବ।ଆମେ ସମସ୍ତେ ଜାଣନ୍ତି ପୁରୀ ରେ କୌଣସି ଶିଳ୍ପ କାରଖାନା ନାହିଁ। ମହାପ୍ରଭୁଙ୍କ ଶ୍ରୀମନ୍ଦିର ଓ ପର୍ଯ୍ୟଟନ କ୍ଷେତ୍ର ଆମ ପାଇଁ ବଡ ଉପଲବ୍ଧି।ତେଣୁ ଏଠାକୁ ଆସୁଥିବା ହଜାର ହଜାର ପର୍ଯ୍ୟଟକ ଙ୍କୁ ଅତିଥି ଦେବୋଭଵ ନ୍ୟାୟ ରେ ଉପଯୁକ୍ତ ସମ୍ମାନ, ସୁରକ୍ଷା ଓ ଆତିଥେୟତା ଦେବା ସହ ସହରକୁ ପରିଷ୍କାର, ପରିଚ୍ଛନ୍ନ ରଖିବା,ଜଳାଶୟ ଗୁଡିକୁ ସ୍ବଛ ରଖିବା ପାଇଁ ସଂକଳ୍ପ ବଦ୍ଧ ହେବା।ଯାହା ଆମ ଅର୍ଥନୀତି କୁ ସମୃଦ୍ଧ ସହ ପୁରୀ କୁ ବିଶ୍ବ ରେ ଏକ ଶ୍ରେଷ୍ଠ ସହରରେ ପରିଣତ ହୋଇ ପାରିବ ବୋଲି ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।ପିପିଲି ବିଧାୟକ ବିଧାୟକ ଆଶ୍ରିତ ପଟ୍ଟନାୟକ, ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ ପୁରୀ ସହରର ଉନ୍ନତି, ସ୍ବଛତା, ସୌନ୍ଦର୍ଯ୍ୟ ଓ ସୁରକ୍ଷା ଆମ ସମସ୍ତ ଙ୍କ ଦାୟିତ୍ୱ।କେବଳ ସରକାର ବା ପ୍ରଶାସନ ଙ୍କ ର ଏହା ଦାୟିତ୍ୱ ବୋଲି ନ ଭାବି ପ୍ରତ୍ୟେକ ଜଣେ ଜଣେ ଉତ୍ତମ ନାଗରିକ ର ଦାୟିତ୍ୱ ନିର୍ବାହ ପାଇଁ ଅନୁରୋଧ କରିଥିଲେ।ପୁରୀ ମହାନଗର ନିଗମର ଆୟୁକ୍ତ ଅଭିମନ୍ୟୁ ବେହେରା ଏଥିରେ ଅଧ୍ୟକ୍ଷତା କରିବା ସହ ସମସ୍ତଙ୍କୁ ସ୍ବାଗତ ଓ ମହାନଗର ନିଗମର କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ସୁଶାନ୍ତ କୁମାର ପତି ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ଅତିଥି ମାନେ ସଫେଇ କର୍ମଚାରୀ ଙ୍କୁ ଶାଢୀ, ମିଷ୍ଠାନ୍ନ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ହିତାଧିକାରୀ ଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ୪ ଗୋଟି ଆଦର୍ଶ ଶୌଚାଳୟ ର ଉଦଘାଟନ ଓ ବଳିଆପଣ୍ଡା ଠାରେ ଏମ ଆର ଏଫ ର ଶିଳାନ୍ୟାସ କରିଥିଲେ। ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ କାର୍ଯ୍ୟକ୍ରମ କୁ ସଂଚାଳନ କରିଥିଲେ।ଶେଷରେ ଉପ ଆୟୁକ୍ତ ଅରଜିତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ପ୍ରତ୍ୟୁଷରୁ ମହାନଗର ନିଗମ ଅଞ୍ଚଳ ମଧ୍ୟରେ ଡାକବାଜି ଯନ୍ତ୍ର ମାଧ୍ୟମରେ ରାମଧୂନ ପରିବେଷଣ ସହ ବିଭିନ୍ନ ସ୍ଥାନରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ଓ ସିଂହଦ୍ବାର ଠାରୁ ଗାନ୍ଧୀ ଘାଟ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ଏଥିରେ ମହାନଗର ନିଗମର ସମସ୍ତ ଅଧିକାରୀ, କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ।
ପୁରୀ ମହାନଗର ନିଗମ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ପାଳିତ।ଜନତା ର ଆବଶ୍ୟକତା ପୂରଣ ହିଁ ଗଣତନ୍ତ୍ର ର ମୂଳ ଲକ୍ଷ୍ୟ: ଉପ ମୁଖ୍ୟମନ୍ତ୍ରୀ ପୁରୀ ୩୧/୮ ପୁରୀ ଏକ ଆଧ୍ୟାତ୍ମିକ, ଐତିହ୍ୟ,ପର୍ଯ୍ୟଟନ ଓ ସଂସ୍କୃତି ସମ୍ପର୍ଣ୍ଣ ପ୍ରାଚୀନ ସହର।୧୮୮୧ ରେ ପୁରୀ ପୌରପାଳିକା ଗଠିତ ହୋଇଥିଲା।୨୦୩୧ କୁ ଏହା ୧୫୦ ବର୍ଷ ପୂର୍ତ୍ତି ହେବ।ଆମ ସମସ୍ତଙ୍କ ସହଭାଗିତା, ଜନସହଯୋଗ ଓ ପରସ୍ପର ମଧ୍ୟରେ ସମନ୍ୱୟ ଏହାର ବିକାଶ, ଉନ୍ନତି କୁ ତ୍ବରାନ୍ବିତ କରି ପାରିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।ଆଜି ପୂର୍ବାହ୍ନରେ ଟାଉନ ହଲ ଠାରେ ପୁରୀ ମହାନଗର ନିଗମ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହାପ୍ରଭୁଙ୍କ ପାଦ ପଦ୍ମ ରେ ପୁଷ୍ପ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ମହାପ୍ରଭୁଙ୍କ ଧାମ ପୁରୀ ଆମ ଓଡିଆ ଅସ୍ମୀତାର ପରିଚୟ।ସରକାର ଏଥିପାଇଁ ପୁରୀକୁ ସ୍ବତନ୍ତ୍ର ଦୃଷ୍ଟିରେ ଦେଖିବା ସହ ମହାନଗର ନିଗମ କରିଛନ୍ତି ବୋଲି କହିଥିଲେ।ଆଧ୍ୟାତ୍ମିକ ସହ ଆଧୁନିକତା, ପର୍ଯ୍ୟଟନ ସହ ଆର୍ଥିକ ସମୃଦ୍ଧି, ସଂସ୍କୃତି ସହ ଐତିହ୍ୟ ଓ ଭାଗିଦାରୀ ର ସମ୍ମଳିତ ଉଦ୍ୟମ ପୁରୀ କୁ ଏକ ଶ୍ରେଷ୍ଠ ଓ ଅନନ୍ୟ ସହରରେ ପରିଣତ କରିବ।ସେଥିପାଇଁ ଏୟାରପୋର୍ଟ ର ବ୍ୟବସ୍ଥା, କ୍ରୁଜ ଟର୍ମିନାଲ, ଅନ୍ୟାନ୍ୟ ପର୍ଯ୍ୟଟନ ର ବିକାଶ ପାଇଁ ପଦକ୍ଷେପ ନିଆଯାଇଛି।ପୁରୀ ର ପ୍ରାଚୀନ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ର ଉନ୍ନତି କରଣ କରାଯିବ।

ଆମେ ସମସ୍ତେ ଜାଣନ୍ତି ପୁରୀ ରେ କୌଣସି ଶିଳ୍ପ କାରଖାନା ନାହିଁ। ମହାପ୍ରଭୁଙ୍କ ଶ୍ରୀମନ୍ଦିର ଓ ପର୍ଯ୍ୟଟନ କ୍ଷେତ୍ର ଆମ ପାଇଁ ବଡ ଉପଲବ୍ଧି।ତେଣୁ ଏଠାକୁ ଆସୁଥିବା ହଜାର ହଜାର ପର୍ଯ୍ୟଟକ ଙ୍କୁ ଅତିଥି ଦେବୋଭଵ ନ୍ୟାୟ ରେ ଉପଯୁକ୍ତ ସମ୍ମାନ, ସୁରକ୍ଷା ଓ ଆତିଥେୟତା ଦେବା ସହ ସହରକୁ ପରିଷ୍କାର, ପରିଚ୍ଛନ୍ନ ରଖିବା,ଜଳାଶୟ ଗୁଡିକୁ ସ୍ବଛ ରଖିବା ପାଇଁ ସଂକଳ୍ପ ବଦ୍ଧ ହେବା।ଯାହା ଆମ ଅର୍ଥନୀତି କୁ ସମୃଦ୍ଧ ସହ ପୁରୀ କୁ ବିଶ୍ବ ରେ ଏକ ଶ୍ରେଷ୍ଠ ସହରରେ ପରିଣତ ହୋଇ ପାରିବ ବୋଲି ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।ପିପିଲି ବିଧାୟକ ବିଧାୟକ ଆଶ୍ରିତ ପଟ୍ଟନାୟକ, ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ ପୁରୀ ସହରର ଉନ୍ନତି, ସ୍ବଛତା, ସୌନ୍ଦର୍ଯ୍ୟ ଓ ସୁରକ୍ଷା ଆମ ସମସ୍ତ ଙ୍କ ଦାୟିତ୍ୱ।କେବଳ ସରକାର ବା ପ୍ରଶାସନ ଙ୍କ ର ଏହା ଦାୟିତ୍ୱ ବୋଲି ନ ଭାବି ପ୍ରତ୍ୟେକ ଜଣେ ଜଣେ ଉତ୍ତମ ନାଗରିକ ର ଦାୟିତ୍ୱ ନିର୍ବାହ ପାଇଁ ଅନୁରୋଧ କରିଥିଲେ।ପୁରୀ ମହାନଗର ନିଗମର ଆୟୁକ୍ତ ଅଭିମନ୍ୟୁ ବେହେରା ଏଥିରେ ଅଧ୍ୟକ୍ଷତା କରିବା ସହ ସମସ୍ତଙ୍କୁ ସ୍ବାଗତ ଓ ମହାନଗର ନିଗମର କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ସୁଶାନ୍ତ କୁମାର ପତି ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ଅତିଥି ମାନେ ସଫେଇ କର୍ମଚାରୀ ଙ୍କୁ ଶାଢୀ, ମିଷ୍ଠାନ୍ନ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ହିତାଧିକାରୀ ଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ୪ ଗୋଟି ଆଦର୍ଶ ଶୌଚାଳୟ ର ଉଦଘାଟନ ଓ ବଳିଆପଣ୍ଡା ଠାରେ ଏମ ଆର ଏଫ ର ଶିଳାନ୍ୟାସ କରିଥିଲେ। ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ କାର୍ଯ୍ୟକ୍ରମ କୁ ସଂଚାଳନ କରିଥିଲେ।ଶେଷରେ ଉପ ଆୟୁକ୍ତ ଅରଜିତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।ପ୍ରତ୍ୟୁଷରୁ ମହାନଗର ନିଗମ ଅଞ୍ଚଳ ମଧ୍ୟରେ ଡାକବାଜି ଯନ୍ତ୍ର ମାଧ୍ୟମରେ ରାମଧୂନ ପରିବେଷଣ ସହ ବିଭିନ୍ନ ସ୍ଥାନରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ଓ ସିଂହଦ୍ବାର ଠାରୁ ଗାନ୍ଧୀ ଘାଟ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ଏଥିରେ ମହାନଗର ନିଗମର ସମସ୍ତ ଅଧିକାରୀ, କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ।
