ବ୍ୟାସନଗର ପୌର ପରିଷଦ କାର୍ଯ୍ୟାଳୟରେ ସ୍ୱାୟତ୍ତ ଶାସନ ଦିବସ ପାଳିତ
ବ୍ୟାସନଗର ପୌର ପରିଷଦ କାର୍ଯ୍ୟାଳୟରେ ସ୍ୱାୟତ୍ତ ଶାସନ ଦିବସ ପାଳିତ, ସାମିଲ ହେଲେ ସ୍କୁଲ ଛାତ୍ର, ଛାତ୍ରୀ ଓ ବୃଦ୍ଧିଜୀବୀ l ଆଜି ହେଉଛି ସ୍ୱାୟତ୍ତ ଶାସନ ଦିବସ l ଏହି ଦିବସକୁ ସାରା ରାଜ୍ୟରେ ପୌର ପ୍ରଶାସନ ପକ୍ଷରୁ ଧୁମ ଧାମର ସହିତ ପାଳନ କରାଯାଉଛି l ଏହି ଅବସରରେ ବ୍ୟାସନଗର ପୌର ପରିଷଦ କାର୍ଯ୍ୟାଳୟ ରେ ଆୟୋଜିତ ସ୍ୱାୟତ୍ତ ଶାସନ ଦିବସ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ବଳ ଅତିଥିଭାବେ ଯୋଗଦେଇ ପତାକା ଉତ୍ତଳନ କରିବା ସହିତ ସହରକୁ ସୌନ୍ଦର୍ଯ୍ୟ କରଣ କରିବା ପାଇଁ ଆଗାମୀ ଦିନରେ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ପୌର ନିର୍ବାହୀ ଅଧିକାରୀ ରଂଜିତ କୁମାର ମଲ୍ଲିକଙ୍କ ସମେତ ବିଭିନ୍ନ ୱାର୍ଡ କାଉନସିଲର ସଭ୍ୟ ସଭ୍ୟା ଓ ପୌର ପରିଷଦ କର୍ମଚାରୀ ମାନେ ଉପସ୍ଥିତ ଥିଲେ l
