ମୋଦୀଙ୍କ ଜନ୍ମଦିନ ରେ ଶୋଭାଯାତ୍ରା ଓ ଦୀପ ପ୍ରଜ୍ବଳନ
ଗୁଣପୁର,୧୮l୯():ରାୟଗଡ଼ା ଜିଲ୍ଲା ଗୁଣପୁର ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଧୁମଧାମରେ ପାଳନ ହୋଇଛି । ଏହାସହ ଆରମ୍ଭ ହୋଇଛି ମାସିକିଆ ସେବା ସଂକଳ୍ପ ଅଭିଯାନ। ଏହି ଅବସରରେ ଆଜି ନଗର ମଣ୍ଡଳ ସଭାପତି ଜୟଦେବ ପଣ୍ଡା ଙ୍କ ଆବାହନ କ୍ରମେ ବିଜେପି କାର୍ଯ୍ୟକର୍ତ୍ତା ମାନେ ଏକାଠି ହୋଇ ଏହି ଦିବସ ପାଳନ କରିଥିଲେ। ପୌର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ ଙ୍କ ନେତୃତ୍ୱରେ ସ୍ଥାନୀୟ ହଳଦିଆ ନାଳ ଛକରୁ ବିଜେପି ନେତାଏ ଓ ସାଧାରଣ ଲୋକେ ବାଦ୍ଯ ବାଜଣା, ବାଣ ସହ ହ୍ଯାପି ବାର୍ଥ ଡେ ମୋଦୀ ଗିତ ସହ ନାଚି ନାଚି ଏକ ଶୋଭାଯାତ୍ରା ରେ ବାହାରି ସ୍ଥାନୀୟ ଠାକୁରାଣୀ ମନ୍ଦିର ନାକଟରେ ପହଞ୍ଚିଥିଲେ। ଏଠାରେ ପୌର ପରିଷଦ ପକ୍ଷରୁ ଆୟୋଜିତ କାର୍ଯ୍ଯକ୍ରମରେ ଯୋଗଦେଇ ନେତାମାନେ ଦ୍ବୀପ ଜାଳି ମୋଦୀଙ୍କ ଲମ୍ବା ଆୟୁସ ମନାସିଥିଲେ। ଏହାପରେ ଏହି ନେତାମାନେ ସହରର ଠାକୁରାଣୀ ମନ୍ଦିର ଛକ, ପୁରାଣା ବସଷ୍ଟାଣ୍ଡ, କୁମ୍ଭାର ସାହି, କଳକୀ ନଗର, ଆଦର୍ଶ ନଗର ଇତ୍ୟାଦି ସ୍ଥାନରେ ହୋଇଥିବା ଗଣେଶ ପୂଜା ମଣ୍ଡପ କୁ ପହଞ୍ଚି ଠାକୁର ଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଗୋପୀ ଆନନ୍ଦ, ସାଂସଦ ପ୍ରାର୍ଥୀ କାଳୀରାମ ମାଝୀ, ପୁର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ, ପୌରାଧ୍ୟକ୍ଷା ମମତା ଗୌଡ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସୁଦର୍ଶନ ଶବର, ଯୁବନେତା ବାପି ପଣ୍ଡା, ମିଲି ପାଢି, ଜିଆଇଇଟି ର ଉପ ସଭାପତି ଡ ଚନ୍ଦ୍ରଧ୍ଵଜ ପଣ୍ଡା, ହାଉସିଂ ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର ସାଉକାର, ଭାଷା ଶତପଥି, ରାମ ପଣ୍ଡା, ବୁଲୁ ପାଢି, ଶ୍ରଦ୍ଧା ପଣ୍ଡା, ଙ୍କ ସମେତ ବହୁ କାଉନସିଲର ଓ ସହରର ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ସେହିପରି ପଞ୍ଚାୟତ ସମିତି ପକ୍ଷରୁ ସ୍ଥାନୀୟ କାଶୀ ବିଶ୍ଵନାଥ ମନ୍ଦିର ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏସଡିସି ଅଧ୍ୟକ୍ଷ ବିଦ୍ୟାଧର ଶବର, ବରିଷ୍ଠ ନେତା ଓ୍ବାଇ ଗଣପତି, ଜିଲ୍ଲା ଉପ ସଭାପତି ଶ୍ରୀନିବାସ ସ୍ଵାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଏହିସବୁ କାର୍ଯ୍ୟକ୍ରମ ରେ ସହରର ଶତାଧିକ ମହିଳା ଯୋଗ ଦେଇଥିଲେ।
