ଶାହଜାଦ୍ ଭଟ୍ଟି ନେଟୱର୍କ’କୁ ବ୍ୟାନ୍ କଲା ଗୃହ ମନ୍ତ୍ରଣାଳୟ
‘ଶାହଜାଦ୍ ଭଟ୍ଟି ନେଟୱର୍କ’କୁ ବ୍ୟାନ୍ କଲା ଗୃହ ମନ୍ତ୍ରଣାଳୟ l ଆତଙ୍କବାଦ ବିରୋଧରେ ପ୍ରଧାନମନ୍ତ୍ରୀଙ୍କ ‘ଶୂନ୍ୟ ସହନଶୀଳତା’ ନୀତି ଆଧାରରେ ବଡ଼ କାର୍ଯ୍ୟାନୁଷ୍ଠାନଅସ୍ତ୍ରଶସ୍ତ୍ର ଓ ନିଶା କାରବାର ସହ ଯୁବବର୍ଗଙ୍କୁ ଆତଙ୍କବାଦୀ ସଜାଉଛି ସିଣ୍ଡିକେଟ୍ ଭାରତର ସାମ୍ପ୍ରଦାୟିକ ସଦ୍ଭାବନାକୁ ନଷ୍ଟ କରିବାକୁ ସୋସିଆଲ୍ ମିଡିଆରେ ଘୃଣାପୂର୍ଣ୍ଣ ବିଷୟବସ୍ତୁ ପ୍ରସାରିତ କରୁଥିଲା ସିଣ୍ଡିକେଟ୍କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି କହିଛନ୍ତି ଯେ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣକୁ ଅନୁସରଣ କରି ଗୃହ ମନ୍ତ୍ରଣାଳୟ (ଏମ୍ଏଚ୍ଏ) ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ (ୟୁଏପିଏ) ଅନୁଯାୟୀ ‘ଶାହଜାଦ୍ ଭଟ୍ଟି ନେଟୱାର୍କ’କୁ ଆତଙ୍କବାଦୀ ସଂଗଠନ ଭାବରେ ଘୋଷଣା କରିଛି।ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ଅମିତ ଶାହ କହିଛନ୍ତି, “ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣକୁ ଅନୁସରଣ କରି ଗୃହ ମନ୍ତ୍ରଣାଳୟ ୟୁଏପିଏ ଅଧୀନରେ ‘ଶାହଜାଦ୍ ଭଟ୍ଟି ନେଟୱର୍କ’କୁ ଏକ ଆତଙ୍କବାଦୀ ସଂଗଠନ ଭାବରେ ଘୋଷଣା କରିଛି।ଯୁବକ ଏବଂ ଛୋଟ ଛୋଟ ଅପରାଧୀମାନଙ୍କୁ ଆତଙ୍କବାଦ ପାଇଁ ଉସୁକାଇବା ବ୍ୟତୀତ ଏହି ଗୋଷ୍ଠୀ ସୀମା ପାର ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଏବଂ ନିଶାଦ୍ରବ୍ୟ ଚୋରାଚାଲାଣରେ ଜଡିତ । ଭାରତର ଗଣତାନ୍ତ୍ରିକ ଢାଞ୍ଚା ଏବଂ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ଲକ୍ଷ୍ୟ କରି ଏହି ସିଣ୍ଡିକେଟ୍ ଘୃଣ୍ୟ ଡିଜିଟାଲ୍ ବିଷୟବସ୍ତୁ ମଧ୍ୟ ପ୍ରକାଶ କରିଥିଲା ।
