ପୁରୀ ସମୁଦ୍ରରେ ଅଘଟଣ

ପୁରୀ ସମୁଦ୍ରରେ ଅଘଟଣ ।ସେକ୍ଟର 4 ପୁରୀ ହୋଟେଲ ସମ୍ମୁଖରେ ଗାଧାଉଥିବା ବେଳେ ବୁଡ଼ିଗଲେ ଦୁଇ ନାବାଳକ । ସୁରକ୍ଷିତ ଉଦ୍ଧାର କଲେ ପୁରୀ ଅଗ୍ନିଶମ ବିଭାଗର ଲାଇଫ ଗାର୍ଡ ।ଉଦ୍ଧାର ହୋଇଥିବା ନାବାଳକ ହେଉଛନ୍ତି ବଲାଙ୍ଗୀର କଣ୍ଟାବାଞ୍ଜି ର 17 ବର୍ଷୀୟ ଆୟୁଷ ଗୁପ୍ତା, ଓ 14 ବର୍ଷୀୟ ଆୟନ୍ ଗୁପ୍ତା ।

ଗଭୀର ସମୁଦ୍ରକୁ ଯାଇ ସ୍ନାନ କରିବା ବେଳେ ଅଘଟଣ ଘଟିଥିଲା ।ତେବେ ଉପସ୍ଥିତ ଲାଇଫ ଗାର୍ଡ ତାଙ୍କୁ ଉଦ୍ଧାର କରିବା ସହ ପ୍ରାଇଭେଟ୍ ଅଟୋ ଯୋଗେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ପଠାଇଥିଲେ ।ସେଠାରେ ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ଘୋଷଣା କରିଛନ୍ତି ।

Leave a Reply

Your email address will not be published. Required fields are marked *