ମାନବିକତାର ଉଦାହରଣ ସୃଷ୍ଟି କଲେ..ପୁରୀ ସେବାୟତ ବୁଲୁ ପଣ୍ଡା
ଇମ୍ପୋରଟାଣ୍ଟ ଷ୍ଟୋରୀ ଶ୍ରୀମନ୍ଦିରରେ ଭକ୍ତଙ୍କୁ ସେବାୟତଙ୍କ ଜୁଲମ ସବୁବେଳେ ଅଭିଯୋଗ ହୋଇ ଆସୁଥିବା ବେଳେ ଆଜି ଜଣେ ସେବାୟତ ମହାନତା ଦେଖାଇ ଅଭିଯୋଗ ଭୂଲ ବୋଲି ପ୍ରମାଣିତ କରିଛନ୍ତି | ଆଜି ଜଣେ ଶ୍ରୀମନ୍ଦିର ସେବାୟତଙ୍କ ଭକ୍ତଙ୍କର ହଜିଯାଇଥିବା ଏକ ଲକ୍ଷ ଟଙ୍କା ପାଇଁ ମଧ୍ୟ ତାହାକୁ ସମ୍ପୃକ୍ତ ଭକ୍ତଙ୍କୁ ଫେରାଇ ଦେବା ଘଟଣା ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି | ଶ୍ରୀମନ୍ଦିର ଭିତରକାଠରୁ , ଟଙ୍କା ଭର୍ତ୍ତି ପର୍ସ ପାଇ ବି ଫେରାଇ ଦେଇ ଶ୍ରୀମନ୍ଦିର ସେବାୟତ ବୁଲୁ ପଣ୍ଡା ,ଦେଖେଇ ଦେଲେ ମାନବିକତା । ପର୍ସ ଭିତରେ 500 ଟି 200 ଟଙ୍କିଆ ନୋଟ୍ ଏବଂ ପାନ୍ କାର୍ଡ,ଆଧାର କାର୍ଡ ଭଳି ଅନ୍ୟାନ୍ୟ ଜରୁରୀ କାଗଜପତ୍ର ସେବାୟତ ବୁଲୁ ପାଇଁ ଫେରାଇ ଦେଇଥିଲେ ।ଏଭଳି ପର୍ସକୁ ଦେଖିଲେ ଯେ କେହି ବି ଲୋଭାସକ୍ତ ହେବ।ହେଲେ ଆଜି ସକାଳେ ନିଜ ଯଜମାନ ମାନଙ୍କୁ ଦର୍ଶନ କରାଉଥିବା ବେଳେ ଶ୍ରୀମନ୍ଦିରରେ ଭିତର କାଠ ନିକଟରେ ଏକ ପର୍ସ ପାଇଥିଲେ ଶ୍ରୀମନ୍ଦିର ସେବାୟତ ବୁଲୁ ପଣ୍ଡା।ଆଉ ଏଥିରେ ରହିଥିଲା ପାଖାପାଖି ଏକଲକ୍ଷ ଟଙ୍କା । ଜଣେ ଭକ୍ତ ଦର୍ଶନ କରୁଥିବା ବେଳେ ଭିଡ ଭିତରେ ଏହାକୁ ହଜାଇ ଦେଇଥିଲେ । ତେବେ ବୁଲୁ ପଣ୍ଡା ଏହି ବଡ ପରିମାଣର ଟଙ୍କାକୁ , ଲୋଭରେ ନିଜ ପାଖରେ ନ ରଖି ସେ ଭକ୍ତ ଜଣଙ୍କୁ ଖୋଜା ଖୋଜି କରି ଫେରାଇଛନ୍ତି । ଆଉ ଏଥିପାଇଁ ବୁଲୁ ପଣ୍ଡା ସମସ୍ତଙ୍କର ଧନ୍ୟବାଦ ର ପାତ୍ର ହୋଇଛନ୍ତି ।ସେବାୟତ ମାନଙ୍କ ବିରୋଧରେ ସାଧାରଣତଃ ଯାତ୍ରୀ ମାନଙ୍କ ର ଅଭିଯୋଗ ରହି ଆସୁଥିଲେ ହେଁ ଏଇ ସେବାୟତ ଜଣ ଙ୍କ ଯାହା କରିଛନ୍ତି,ତାହା ସମସ୍ତଙ୍କ ମନ କୁ ଛୁଇଁଛି । ଆଉ ସମଗ୍ର ସେବାୟତ ଆଜି ବୁଲୁ ପଣ୍ଡାଙ୍କ ପାଇଁ ଗର୍ବ ଅନୁଭବ କରୁଛନ୍ତି | ଶେଷରେ ଟଙ୍କା ପାଇ ଖୁସି ହୋଇଥିବା ଭକ୍ତ ଜଣଙ୍କ ସ୍ୱଇଚ୍ଛାରେ ସେବାୟତଙ୍କୁ ବକ୍ସିସ୍ ଦେବାକୁ ଚାହିଁ ଥିଲେ ମଧ୍ୟ ସେ ତାକୁ ଗ୍ରହଣ ନ କରି ମାନବିକତା ଦେଖାଇଛନ୍ତି ।
