ପୁରୀ ସ୍ଵର୍ଗଦ୍ଵାର ଠାରେ ଦିନକୁ ଦିନ ବଢୁଛି କାଠର ସମସ୍ୟା !
ପୁରୀ ସ୍ୱର୍ଗଦ୍ୱାରରେ ପୁଣି ଥରେ କାଠ ସଙ୍କଟ ଦେଖାଦେଇଛି | ଲଘୁଚାପଜନିତ ଲଗାଣ ବର୍ଷା ଓ କାଠ ଅଭାବ ଯୋଗୁ ଗତକାଲି ଦିନସାରା ସ୍ୱର୍ଗଦ୍ୱାର ଶବ ସତ୍କାର ଠପ ହୋଇଯାଇଥିଲା | କାଠ ଅଭାବ ଯୋଗୁ ପ୍ରାୟ 20 ରୁ ଉର୍ଦ୍ଧ ଶବ ଘଣ୍ଟା ଘଣ୍ଟା ଧରି ପଡି ରହିଥିଲା | ଶବଦାହ ପାଇଁ ସେମାନଙ୍କ ପରିବାର ଲୋକଙ୍କୁ ପ୍ରାୟ 5 ଘଣ୍ଟାରୁ ଉର୍ଦ୍ଧ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥିଲା | ଶବଦାହ ପାଇଁ ସକାଳୁ ଆସିଥିବା ପରିବାର ଲୋକେ ବର୍ଷାରେ ଭିଜି ଭିଜି ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥିଲା |

ଏହାକୁ ନେଇ ସ୍ୱର୍ଗଦ୍ୱାରରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା | ସେଠାରେ ଅପେକ୍ଷା କରିଥିବା ଲୋକେ ପ୍ରଶାସନ ଓ ସ୍ୱର୍ଗଦ୍ୱାର କର୍ତ୍ତୃପକ୍ଷଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ | ବାରମ୍ବାର ଏଭଳି ସମସ୍ୟା ହେଉଥିବାରୁ ଏହାର ସ୍ଥାୟୀ ସମାଧାନ ପାଇଁ ଦାବି ହୋଇଛି | ସୂଚନା ଅନୁଯାଇ ଯେଉଁ କାଠ ସକାଳୁ ଆସିବାର ଥିଲା ତାହା ସନ୍ଧ୍ୟା ରେ ପହଂଚି ଥିଲା | ତାହା ପୁଣି ଗୋଟିଏ ଟ୍ରାକ୍ଟରରେ ଆସିଥିବା କାଠ ସମ୍ପୂର୍ଣ ଓଦା ଥିବାରୁ ଶବ ପୋଡିବାରେ ବାଧା ସୃଷ୍ଟି ହୋଇଥିଲା |
