ହୋଟେଲ କର୍ମଚାରୀଙ୍କ ଆକ୍ରମଣରେ ପର୍ଯ୍ୟଟକ ଦମ୍ପତ୍ତି ଗୁରୁତର ଆହତ !
ଖାଇବା ଥାଳିରେ ଚୁଟି ବାହାରିବା ଘଟଣାକୁ ବିରୋଧ କରିବାରୁ ହୋଟେଲ କର୍ମଚାରୀଙ୍କ ଆକ୍ରମଣରେ ଜଣେ ପର୍ଯ୍ୟଟକ ଦମ୍ପତି ଗୁରୁତର ହେବା ଏବେ ପୁରୀରେ ଚର୍ଚ୍ଚାର ବିଷୟ ପାଲଟି ଥିବା ବେଳେ ଜାତୀୟ ସ୍ତରରେ ପୁରୀ ନିନ୍ଦିତ ହୋଇଛି | ଏଭଳି ଏକ ସମ୍ଵେଦନଶୀଳ ଘଟଣା ଗତକାଲି ପୁରୀ ସମୁଦ୍ରକୂଳ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ଭଲକରି ଦେଖନ୍ତୁ ଏହି ମହିଳା ପର୍ଯ୍ୟଟକ ଓ ତାଙ୍କ ସ୍ୱାମୀଙ୍କୁ। କିଭଳି ଆକ୍ରମଣର ଶିକାର ହୋଇ ଉଭୟ ଗୁରୁତର ଆହତ ହୋଇଛନ୍ତି, ଏବଂ କହୁଛନ୍ତି ଆଉ ପୁରୀ ବୁଲିବାକୁ ଆସିବେ ନାହିଁ। ଖବର ନେବାରେ ଜଣାପଡିଛି କି ଗତକାଲି ପର୍ଯ୍ୟଟକ ଦମ୍ପତି ରାତ୍ରି ଭୋଜନ କରିବାକୁ ଏକ ହୋଟେଲକୁ ଯାଇଥିଲେ | ଖାଇବାରେ ଚୁଟି ପଡ଼ିଥିବାରୁ ପର୍ଯ୍ୟଟକ ଏହାକୁ ବଦଳାଇବାକୁ କହିଥିଲେ । ବାସ୍ ଏହିଠାରୁ କଥା ବଢ଼ିଥିଲା। ହୋଟେଲ କର୍ତ୍ତୃପକ୍ଷ ହୋଟେଲ ସଟର୍ ବନ୍ଦ କରି ଦମ୍ପତିଙ୍କୁ ନିସ୍ତୁକ ମାଡ ମାରିଥିଲେ। ସ୍ତ୍ରୀ ୭ ମାସର ଗର୍ଭବତୀ ଥିବା ବେଳେ ତାଙ୍କ ପେଟ ଟେବୁଲରେ ମାଡ ହୋଇଛି। ଏହି ଘଟଣା ଘଟିଛି ପୁରୀ ସମୁଦ୍ରକୂଳ ଥାନା ଅନ୍ତର୍ଗତ ଏକ ହୋଟେଲରେ। କର୍ଣ୍ଣାଟକ ମହୀଶୂରରୁ ୧୩ ଜଣ ପର୍ଯ୍ୟଟକ ପୁରୀ ବୁଲିବାକୁ ଆସିଥିଲେ।ସେମାନେ ସମୁଦ୍ର ବୁଲିବା ପରେ ଏହି ହୋଟେଲରେ ଖାଇବା ପାଇଁ ଅର୍ଡର କରିଥିଲେ । ଖାଇବା ସମୟରେ ଖାଦ୍ୟରୁ ଏକ ଚୁଟି ବାହାରିଥିଲେ । ଚୁଟି ବାହାରିଥିବା ଖାଦ୍ୟ ବଦଳାଇବା ପାଇଁ ସେମାନେ ହୋଟେଲ କର୍ମଚାରୀଙ୍କୁ କହିଥିଲେ ।ଏଥିପାଇଁ ହୋଟେଲ କର୍ମଚାରୀ ସେମାନଙ୍କୁ ସେ ବାବଦ ଅଧିକ ଅର୍ଥ ଦାବୀ କରିଥିଲେ ।ପର୍ଯ୍ୟଟକ ମାନେ ଖାଦ୍ୟ ବଦଳାଇବା ପରେ ପଇସା ଦେବେ ବୋଲି କହିଥିଲେ । ବାସ ଏହିଠାରୁ କଥା କଟାକଟି ଆରମ୍ଭ ହେବାରୁ ହୋଟେଲ କର୍ମଚାରୀ ସଟର୍ ବନ୍ଦ କରି ମାଡ ମାରିଥିଲେ। ଆକ୍ରମଣରେ କର୍ଣ୍ଣାଟକ ମହୀଶୂରର ଭରତ ଚନ୍ଦ୍ର ଓ ତାଙ୍କ ସ୍ତ୍ରୀ ୨୩ ବର୍ଷୀୟା ସୁସ୍ମିତା ଆର ଗୁରୁତର ଆହତ ହୋଇଛନ୍ତି । ଖବର ପାଇଁ ପିସିଆର ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି ।
