ମାଳିକା ବର୍ଣ୍ଣିତ ଶ୍ରୀ ଅନନ୍ତ ଗାଦିରେ ଦ୍ୱାଦଶ ଦିନ ବ୍ୟାପୀ ଶ୍ରୀମଦ ଭାଗବତ

ମାଳିକା ବର୍ଣ୍ଣିତ ଶ୍ରୀ ଅନନ୍ତ ଗାଦିରେ ଦ୍ୱାଦଶ ଦିନ ବ୍ୟାପୀ ଶ୍ରୀମଦ ଭାଗବତ

ଭାଗବତରେ ରହିଛି ଜୀବର ଗତି ମୁକ୍ତି ପାଇଁ ମନ୍ତ୍ର: ରାଜା ଶ୍ରୀ ନରସିଂହ ଦେବ

କିଶୋରନଗର, କଟକ, ତା: ୨୬/୦୯/୨୦୨୬

ଶ୍ରୀମଦ ଭାଗବତ ହେଉଛି ଓଡ଼ିଆ ଜାତିର ଜୀବନବେଦ । ଏହି ପରମ ଶାସ୍ତ୍ରରେ ରହିଛି ଜୀବର ଗତି ମୁକ୍ତି ପାଇଁ ମନ୍ତ୍ର । ଏହାକୁ ନିତ୍ୟ ଅଭ୍ୟାସ କରିବାକୁ ଆହ୍ୱାନ ଦେଇଛନ୍ତି ରାଜା ଶ୍ରୀ ନରସିଂହ ଦେବ । କଟକ କିଶୋରନଗରସ୍ଥିତ ମାଳିକା ବର୍ଣ୍ଣିତ ଶ୍ରୀ ଅନନ୍ତ ଗାଦିରେ ଦ୍ୱାଦଶ ଦିନ ଧରି ଚାଲିଥିବା ଶ୍ରୀମଦ ଭାଗବତର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଯୋଗ ଦେଇ ଗହଣ ଦଳ ଷୋଳ ମଣ୍ଡଳ ଭକ୍ତଙ୍କୁ ସେ ଏହା କହିଛନ୍ତି ।

ଗତ ସେପ୍ଟେମ୍ବର ୧୫ ତାରିଖରେ ଗହଣ ଦଳ ଷୋଳ ମଣ୍ଡଳ ଆନୁକୂଲ୍ୟରେ ଏକ ବର୍ଣ୍ଣାଢ୍ୟ କଳସ ଶୋଭାଯାତ୍ରାରେ ଏହି ମହାନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଆଜି ପବିତ୍ର ଇନ୍ଦୁ ପୂର୍ଣ୍ଣିମା ଭାଗବତ ଜନ୍ମରେ ଏହାର ସମାପନ ହୋଇଛି ।

ଦ୍ୱାଦଶ ଦିନ ଧରି ପଣ୍ଡିତମାନେ ଭାଗବତ ପାଠ କରିଥିଲେ । ଅନ୍ତିମ ଦିବସ କାର୍ଯ୍ୟକ୍ରମରେ ଚୌଧୁରୀ ବିଶ୍ୱକେଶ ଦାସ, ଆଶୁତୋଷ ଦେବ, ଦେବାଶିଷ ଦେବ, ଉଛବ ସାହୁ, ଅନୁପ ବେହେରା, ସ୍ୱପ୍ନା ରଥ, ସଂଯୁକ୍ତା ମା, କୈଳାଶ ଚନ୍ଦ୍ର ଦାସ, ରଶ୍ମିକଳା ନାୟକ, ଗଙ୍ଗାଧର ପ୍ରଧାନ, ବିଭୁତି ବିଶ୍ୱାଳ, ଷୋଳ ମଣ୍ଡଳ ଭକ୍ତ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *