ଓଡ଼ାପଡ଼ାଠାରେ ସେବା ସଂକଳ୍ପ ଅଭିଯାନ ।

ଢେଙ୍କାନାଳ – ଆଜି ତା.୨୮.୦୯.୨୦୨୬ ରିଖ ମଧ୍ୟାହ୍ନରେ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଢେଙ୍କାନାଳ ତରଫରୁ “ସେବା ସଂକଲ୍ପ ଅଭିଯାନ – ୨୦୨୬” ପଞ୍ଚାୟତ ସମିତି, ଓଡାପଡା, ଢେଙ୍କାନାଳ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲାପାଳ, ଶ୍ରୀ ଆଶିଷ ଇଶ୍ଵର ପାଟିଲ, ସୁଧା ଚୌହାନ, (ଭା.ପ୍ର.ସେ.), ପ୍ରୋବେସନ, ଶ୍ରୀ ଅଜିଙ୍କ୍ୟ ବାବୁରାଓ ମାନେ, ଆରକ୍ଷୀ ଅଧୀକ୍ଷକ, ଶ୍ରୀ ଦିପ୍ତିରଞ୍ଜନ ସେଠୀ, ମୁଖ୍ୟ ଉନ୍ନୟନ ଅଧିକାରୀ-ସହ-କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଶ୍ରୀ ଦିଲ୍ଲୀପ କୁମାର ଷଡଙ୍ଗୀ,ବ୍ଲକ ଉନ୍ନୟନ ଅଧିକାରୀ, ଓଡାପଡା, ଶ୍ରୀ ତପନ କୁମାର ସୂତାର, ଜିଲ୍ଲା ଶ୍ରମ ଅଧିକାରୀ ଏବଂ ଶ୍ରୀ ଭବାନୀ ଶଙ୍କର ବେଜ, ସହାୟକ ଶ୍ରମ ଅଧିକାରୀ, ଢେଙ୍କାନାଳଙ୍କ ଉପସ୍ଥିତିରେ ପଞ୍ଜୀକୃତ ନିର୍ମାଣ ଶ୍ରମିକ/ମନୋନୀତ ବ୍ୟକ୍ତିଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରାଯାଇଅଛି । ଉକ୍ତ ଶିବିରରେ ୨ ଜଣ ଆବେଦନକାରୀଙ୍କୁ ଟ. ୪୮,୪୦୦/- (ଶିକ୍ଷା ସହାୟତା), ୪ ଜଣ ଆବେଦନକାରୀଙ୍କୁ ଟ. ୨,୦୦,୦୦୦ /- (ବିବାହ ସହାୟତା), ୪ ଜଣ ମନୋନୀତ ବ୍ୟକ୍ତିଙ୍କୁ ଟ. ୧୦,୦୦,୦୦୦/- (ମୃତ୍ୟୁକାଳୀନ ସହାୟତା) ଓ ୩ ଜଣ ମନୋନୀତବ୍ୟକ୍ତିଙ୍କୁ ଟ.୧୫,୦୦୦/-(ଅନ୍ତ୍ୟେଷ୍ଟିକ୍ରିୟା ସହାୟତା) ସର୍ବ ମୋଟ ୧୩ ଜଣ ନିର୍ମାଣ ଶ୍ରମିକଙ୍କୁ ଟ. ୧୨,୬୩,୪୦୦/- ଙ୍କା ରାଶି ହିତାଧିକାରୀଙ୍କ ଆକାଉଣ୍ଟ କୁ ଏନ୍ଇଏଫ୍ଟି/ଆରଟିଜିଏସ ମାଧ୍ୟମରେ ପ୍ରଦାନ କରାଯାଇଅଛି ଏବଂ ୫୦ ଜଣ ହିତାଧିକାରୀ ଙ୍କୁ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧୀନରେ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *