ଜିଲ୍ଲା ସ୍ତରୀୟ ସେବା ସଂକଳ୍ପ ଅଭିଯାନ – ୨୦୨୬ ପାଳିତ

ଜିଲ୍ଲା ସ୍ତରୀୟ ସେବା ସଂକଳ୍ପ ଅଭିଯାନ – ୨୦୨୬ ପାଳିତ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ସେବା ସଂକଳ୍ପ ଅଭିଯାନ , ସମଗ୍ର ଶିକ୍ଷା ପୁରୀ ଜିଲ୍ଲା ଦ୍ବାରା ବିଶ୍ଵମ୍ଭର ବିଦ୍ୟାପୀଠ ପରିସରରେ ଏକ ବରଣାଢ୍ୟ ଉତ୍ସବ ତା ୨୮ .୦୯ .୨୦୨୬ ରେ ପାଳନ କରାଯାଇଛି । ଏହି ମେଗା କାର୍ଯ୍ୟକ୍ରମରେ ବ୍ଲକ ସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିବା ପ୍ରତିଭାବାନ ଛାତ୍ରଛାତ୍ରୀମାନେ ଜିଲ୍ଲା ସ୍ତରରେ ପ୍ରତିନିଧିତ୍ୱ କରିଥିଲେ। ଛାତ୍ରଛାତ୍ରୀଙ୍କ ବୟସ ଅନୁଯାୟୀ ଏହି ପ୍ରତିଯୋଗିତାକୁ ସବ୍-ଜୁନିଅର୍ (Sub-Junior), ଜୁନିଅର୍ (Junior) ଏବଂ ସିନିଅର୍ (Senior) ଭଳି ତିନୋଟି ବିଭାଗରେ ବିଭକ୍ତ କରାଯାଇ ଚିତ୍ରାଙ୍କନ ଓ ତର୍କ (Debate) ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।ଏହି ସମାରୋହରେ ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଶ୍ରୀ ଦୀପକ କୁମାର ପାଢ଼ୀ ଏବଂ ବିଶ୍ୱମ୍ଭର ବିଦ୍ୟାପୀଠର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଭଶ୍ରୀ ଦାସ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ନିଜ ଅଭିଭାଷଣରେ ବ୍ଲକ ସ୍ତରରୁ ଉତ୍ତୀର୍ଣ୍ଣ ହୋଇ ଆସିଥିବା କୃତୀ ପ୍ରତିଯୋଗୀମାନଙ୍କ ଉଚ୍ଚକୋଟୀର ପ୍ରତିଭାକୁ ଭୂୟସୀ ପ୍ରଶଂସା କରିବା ସହ ‘ସେବା ସଂକଳ୍ପ’ର ଆଦର୍ଶ ଛାତ୍ରଛାତ୍ରୀମାନଙ୍କ ଚରିତ୍ର ଗଠନରେ କିପରି ସହାୟକ ହେଉଛି, ସେ ବିଷୟରେ ଆଲୋକପାତ କରିଥିଲେ।ଉଦ୍‌ଯାପନୀ ଉତ୍ସବରେ ପ୍ରତିଯୋଗିତାର ବିଜେତାମାନଙ୍କୁ ଅତିଥିମାନଙ୍କ ଦ୍ୱାରା ଟ୍ରଫି, ପୁରସ୍କାର ଏବଂ ସେବା ସଂକଳ୍ପ ପ୍ରମାଣପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଶେଷରେ କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀ ବରଦା ପ୍ରସନ୍ନ ରାଉତ ସମସ୍ତଙ୍କୁ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବରେ ଶିକ୍ଷକ ଦିବ୍ୟରଞ୍ଜନ ଦାସ , ରଶ୍ମୀରେଖା ସାମନ୍ତରାୟ , ପୁଷ୍ପରାଣୀ ପଣ୍ଡା ଓ ସମଗ୍ର ଶିକ୍ଷା ର ଇତିଶ୍ରୀ ହୋତା ମଞ୍ଚ ପରିଚାଳନା କରିଥିଲେ । ଶେଷରେ କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀ ବରଦା ପ୍ରସନ୍ନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯକ୍ରମରେ ସମଗ୍ର ଶିକ୍ଷା କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଓ ବିଶ୍ଵମ୍ଭର ବିଦ୍ୟାପୀଠର ସମସ୍ତ ଶିକ୍ଷକ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *