ଜୟ ଶ୍ରୀ ଜଗନ୍ନାଥ ଚକ୍ରତୀର୍ଥ ଚାରଣ ଶାଖାରେ ଭାଗବତ ଜନ୍ମ ଉତ୍ସବ
ଜୟ ଶ୍ରୀ ଜଗନ୍ନାଥ ଚକ୍ରତୀର୍ଥ ଚାରଣ ଶାଖାରେ ଭାଗବତ ଜନ୍ମ ଉତ୍ସବ ପେଣ୍ଠ କଟା ର ଡେଲଟା କଲୋନୀ ସ୍ଥିତ ମା ମଙ୍ଗଳା ଙ୍କ ମନ୍ଦିରରେ ୨୬ ତାରିଖ ଶନିବାର ଦିନ ପାଳନ କରାଯାଇଛି l ଏହି ଅବସରରେ ଶାଖାର ସମସ୍ତ ଭାଇ ଓ ମା ମାନେ ସମସ୍ତେ ଯୋଗ ଦେଇଥିଲେ l ବିଷ୍ଣୁ ସହସ୍ର ନାମ ରେ ସମୁହ ସଂପୁଟ ଓ ଭାଗବତ ଜନ୍ମ ସମ୍ବନ୍ଧରେ ଆଲୋଚନା କରାଯାଇଛି l ଏଥି ସହିତ ଭାଗବତ ନିତ୍ୟ ପାଠ ପାଇଁ ସମସ୍ତ ମା ଏଵଂ ଭାଇମାନେ ଏକତ୍ର ସଙ୍କଳ୍ପ କରିଥିଲେ l ପ୍ରାକ୍ତନ ସର୍ଵ ଦର୍ଶନ ପ୍ରଫେସର ପ୍ୟାରୀ ମୋହନ ପଟ୍ଟନାୟକ ଧର୍ମ, ଅର୍ଥ, କାମ ଓ ମୋକ୍ଷ ସମ୍ବନ୍ଧରେ ଭାଗବତ ଗ୍ରନ୍ଥ ର ପାଠ ଏବଂ ତାର ସାମାଜିକ ପ୍ରୟୋଗ ସମ୍ବନ୍ଧରେ ତାଙ୍କ ବକ୍ତବ୍ୟରେ ସାଧାରଣ ଲୋକଙ୍କ ପାଖରେ ଉପସ୍ଥାପନ କରିଥିଲେ l ଅଧ୍ୟାପିକା ରାଜଶ୍ରୀ ଦଳାଇ ଭାଗବତ ର ଉତ୍ପତ୍ତି ଏବଂ ତାର ସାମାଜିକ ଆବଶ୍ୟକତା ତାଙ୍କ ବକ୍ତବ୍ୟରେ କହିଥିଲେ l ଚାରଣ ଗୋଷ୍ଠୀ ର ପୁରାତନ ସଦସ୍ୟା ନିଶାମଣି ସାହୁ ଚାରଣ ଗୋଷ୍ଠୀ ର ଲକ୍ଷ୍ୟ ସମସ୍ତେ ଘରେ ଘରେ ଭାଗବତ ପାଠ କରାଯାଇ ପାରିଲେ ସୁସ୍ଥ ସମାଜ ଗଠନ ହୋଇ ପାରିବ ତାଙ୍କ ବକ୍ତବ୍ୟରେ କହିଥିଲେ l ନିତ୍ୟାନନ୍ଦ ଖଣ୍ଡୁଆଳ ଭାଇ କର୍ତ୍ତା ଭାବରେ ହୋମ କାର୍ଯ୍ୟ ର ଦାୟିତ୍ବ ବହନ କରିଥିଲେ l ମନ୍ଦିର ପୂଜକ ରାଧାକାନ୍ତ ଶତପଥୀ ଏଥିରେ ପୌରହିତ କରିଥିଲେ l ଜିଲ୍ଲା ସଂଗଠକ ଲକ୍ଷ୍ମୀଧର ପ୍ରଧାନ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ l ଚାରଣ ଗୋଷ୍ଠୀ ର କେନ୍ଦ୍ରୀୟ କୋଷାଧ୍ୟକ୍ଷ ବିପିନି ବିହାରୀ ତ୍ରିପାଠି, ମଣ୍ଡଳ ସଂଗଠକ ରବିନ୍ଦ୍ର କୁମାର ପ୍ରଧାନ, ଶାଖାର ଦଳପତି ବ୍ରହ୍ମାନନ୍ଦ ସ୍ୱାଇଁ ପ୍ରମୁଖ ଉପସ୍ଥିତି ସହଯୋଗ କରିଥିଲେ l ଶ୍ରୀନାଥ ପଟ୍ଟନାୟକ, ପ୍ରିୟବ୍ରତ ଦାସ ପ୍ରସାଦ ସେବନ ର ସମସ୍ତ ଦାୟିତ୍ୱ ସୁଚାରୁରୂପେ ସମ୍ପାଦନା କରିଥିଲେ l ଏଥି ସହିତ ସୁଦୀପ୍ତ କୁମାର ସାହୁ, ବଟକୃଷ୍ଣ ସାହୁ ଭାଇ ଅନ୍ୟ ମା ମାନେ ସମସ୍ତେ ଏହି ସମୟରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l ଜୟ ଶ୍ରୀ ଜଗନ୍ନାଥ l
