ଆଇନ ସଚେତନତା ଶିବିର ।
ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ୍ୟ ତଥା ଜିଲ୍ଲା ଓ ଦୌରାଜଜ୍ ଶ୍ରୀଯୁକ୍ତ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଧେଶ ଅନୁଯାଇ ତା ୨୮.୯.୨୦୨୬ ରିଖ ଦିବା ୧୧.୩୦ ଘଟିକା ସମୟରେ ପୁରୀ ମହିଳା ମହାବିଦ୍ୟାଳୟ, ନରେନ୍ଦ୍ରକୋଣ , ପୁରୀ ଠାରେ ଆଇନ ସଚେତନତା ଶିବିର ଅନୁଷ୍ଟିତ ହୋଇଯାଇଅଛି। ଏହି କାର୍ଯକ୍ରମକୁ ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ପରିତୋଷ କୁମାର ସେଠୀ ଉଦ୍ଘାଟନ କରିବା ସହ ଆଜିର ଏହି ବକ୍ତବ୍ୟରେ ଭରଣ ପୋଷଣ ଆଇନ ସହ Daniel Latiff Vrs Union of India case ବାବଦରେ ବିସ୍ତୃତ ଆଲୋଚନା କରିଥିଲେ। ଏଥି ସହିତ POCSO ଆଇନ ଏବଂ କ୍ଷତିପୂରଣ ସମ୍ପର୍କିତ NALSA ର ବିଭିର୍ନ schemes ଦ୍ବାରା ପୀଡ଼ିତ ମାନେ ଉପକୃତ

ହୋଇପାରିବେ ତା ସମ୍ବନ୍ଧରେ ମଧ୍ୟ ଉଲ୍ଲେଖ କରିଥିଲେ। ତା ପରେ ନିଜ ବକ୍ତବ୍ୟରେ ସୀମାନ୍ତିକୃତ ଅସୁରକ୍ଷିତ ଆଦିବାସୀ ଏବଂ ବିମୁକ୍ତ / ଘୁମନ୍ତୁ ଜାତି ମାନଙ୍କୁ ନ୍ୟାୟ ଯୋଗାଇଦେବା ପାଇଁ ପ୍ରୟାସ ଏବଂ ଦାରିଦ୍ର୍ୟ ଦୂରୀକରଣର ସମ୍ପର୍କିତ ଥିବା NALSA Scheme ବିଷୟରେ ଆଲୋକପାତ କରିଥିଲେ। ଆଜିର ଏହି କାର୍ଯକ୍ରମରେ ମହାବିଦ୍ୟାଳୟର ଅଧକ୍ଷ୍ୟ ଡକ୍ଟର ବିଶ୍ଵନାଥ ବଳିଆରସିଂହ , ଅଧ୍ୟାପକ ଶ୍ରୀଯୁକ୍ତ କମଳ ଲୋଚନ ପ୍ରଧାନ ଏବଂ ଛାତ୍ରୀମାନେ ଉପସ୍ଥିତ ଥିଲେ । ଆଜିର ଏହି କାର୍ଯକ୍ରମରେ ଉପସ୍ଥିତ ଥିବା ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରୀମାନଙ୍କୁ ଆଇନ ସେବା ପ୍ରାଧିକରଣ ତରଫରୁ ଧନ୍ୟବାଦ ଅର୍ପଣ ସହ ଆଇନ ସେବାର ଉପଯୋଗୀତା ଓ ଉପଦେୟତାକୁ ଜନସାଧାରଣଙ୍କ ମଧ୍ୟରେ ପ୍ରଚାର କରିବା ସହ ଏହା କିପରି ଜନସାଧାରଣଙ୍କ ଉପଯୋଗୀ ହୋଇପାରିବ ଏଥିପାଇଁ ଆହ୍ବାନ ଦେଇଥିଲେ । ଏହି କାର୍ଯକ୍ରମକୁ ପରିଚାଳନା କରିବାରେ ପ୍ରାଧିକାରଣର କର୍ମଚାରୀମାନେ ସହଯୋଗ କରିଥିଲେ ।
