ରଙ୍କେଇ ଅଙ୍ଗନବାଡ଼ି କେନ୍ଦ୍ରରେ ‘ ଆଙ୍ଗନ୍ କା ଉତ୍ସବ ‘

-ତିର୍ତ୍ତୋଲ:ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗରାମ ପଞ୍ଚାୟତ ର ରଙ୍କେଇ ଅଙ୍ଗନବାଡ଼ି କେନ୍ଦ୍ରରେ ‘ଆଙ୍ଗନ୍ କା ଉତ୍ସବ’ ପାଳନ କରାଯାଇଛି। ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ରାଜ୍ୟରେ ଶିଶୁ, ମହିଳା ଏବଂ କିଶୋରୀମାନଙ୍କ ପୋଷଣ ଏବଂ ସ୍ୱାସ୍ଥ୍ୟ ସଚେତନତାକୁ ବ୍ୟାପକ କରିବା ପାଇଁ ଆରମ୍ଭ କରାଯାଇଥିବା ଏକ ସ୍ୱତନ୍ତ୍ର ୩ ଦିନିଆ ଅଭିଯାନ।ପ୍ରଥମ ଦିନ ପୁଷ୍ଟିକର ଖାଦ୍ୟ ଓ ‘ପୋଷଣ ପିଠା’ ପ୍ରଦର୍ଶନୀ ସହ ବିଶେଷ କରି ବାପାମାନଙ୍କ ପାଇଁ ରୋଷେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଦ୍ୱିତୀୟ ଦିନ କୁନି ପିଲାମାନଙ୍କ ପାଇଁ ମନୋରଞ୍ଜନ, ଖେଳ ଏବଂ ଗପ ଶୁଣିବା ଭଳି କାର୍ଯ୍ୟକ୍ରମ ହୁଏ। ଏହା ସହିତ ପିଲାଙ୍କୁ ଲସି, ସ୍ଥାନୀୟ ଫଳ ଏବଂ ମିଲେଟ୍ କୁକିଜ୍ ବଣ୍ଟନ କରାଯାଇଥିଲା।ତୃତୀୟ ଦିନ ସରକାରଙ୍କ ପ୍ରମୁଖ ଯୋଜନା ଯେପରିକି ସୁଭଦ୍ରା, ମମତା, ପ୍ରଧାନମନ୍ତ୍ରୀ

ମାତୃତ୍ଵ ବନ୍ଦନା ଯୋଜନା,ପୋଷଣ, ପ୍ରଧାନମନ୍ତ୍ରୀ ଆବାସ ଏବଂ ଅଦ୍ୱିକା ଯୋଜନା ଉପରେ ଆଲୋଚନା କରାଯିବା ସହିତ କର୍ମୀଙ୍କ ପାଇଁ ସ୍ୱାସ୍ଥ୍ୟକର ‘ତିରଙ୍ଗା ଥାଳି’ର ବ୍ୟବସ୍ଥା କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଯାଞ୍ଚ କମିଟି ସଭାପତି ଗନ୍ଧର୍ବ ଚରଣ ଖଟୁଆ ,ସରକାରୀ ଉପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଅହଲ୍ୟା ଦାସ, ଅଲଣା ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ଅଧିକାରୀଣୀ ସସ୍ମିତା ସାହୁ ,ଆଶାକର୍ମୀ ସ୍ବର୍ଣ୍ଣପ୍ରଭା ମଲ୍ଲିକ,ଅଙ୍ଗନୱାଡି କର୍ମୀ ପ୍ରିୟଙ୍କା ଦାସ ,ଅଙ୍ଗନବାଡି ସହାୟିକା ଅନୁସୟା ପରିଡା ଙ୍କ ସମେତ ଅଙ୍ଗନୱାଡି ପରିଚାଳନା କମିଟି ଯାଞ୍ଚ କମିଟି ଓ ମାତୃ କମିଟି ଙ୍କ ସମେତ ପ୍ରାକ୍ ବିଦ୍ୟାଳୟ ଶିଶୁ ଙ୍କ ଅଭିଭାବକ, କିଶୋରୀ ବାଳିକା, ଗର୍ଭବତୀ,ପ୍ରସୂତି ମାନେ ଉପସ୍ଥିତ ଥିଲେ। ସରକାର ଙ୍କ ଏହି ଆଙ୍ଗନ୍ କା ଉତ୍ସବ କୁ ସମସ୍ତେ ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *