18 ତମ ନିଳାଦ୍ରୀ ବୈଠକ ରେ ପ୍ରାୟ 150 ରୁ ଉର୍ଦ୍ଧ ସଂଗୀତ ପ୍ରେମୀଙ୍କୁ ନେଇ ଅନୁଷ୍ଠିତ
ଶ୍ରୀକ୍ଷେତ୍ରର ପବିତ୍ର ନରେନ୍ଦ୍ର ପୁଷ୍କରିଣୀ ସନ୍ନିକଟରେ 03 ଅକ୍ଟୋବର ୨୦୨୬ ଶନିବାର ସନ୍ଧ୍ୟାରେ ଆୟୋଜିତ 18 ତମ ନିଳାଦ୍ରୀ ବୈଠକ ରେ ପ୍ରାୟ 150 ରୁ ଉର୍ଦ୍ଧ ସଂଗୀତ ପ୍ରେମୀଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି, ଏଥିରେ ସଂଗୀତ ଗୁରୁ ଗୌରାଙ୍ଗ ଚରଣ ଖୁଣ୍ଟିଆ , ଗୁରୁ ପ୍ରକାଶ ଚନ୍ଦ୍ର ରଥ , ଓଡିଶୀ ନୃତ୍ୟ ଗୁରୁ ଶ୍ରୀମତୀ ରୂପଶ୍ରୀ ମହାପାତ୍ର ଏବଂ ଗୁରୁ ବିବେକ ମହାନ୍ତି , ଗୋବର୍ଦ୍ଧନ ପୀଠ ର ସାଧୁ ସୁରେଶଜୀ ଏବଂ ସଂଗୀତ ନିର୍ଦ୍ଧେଶକ ରୂପ କଳ୍ପ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ, ପ୍ରାରମ୍ଭରେ ବେଦ ପାଠୀ ମାନଙ୍କ ଦ୍ୱାରା ବେଦ ପାଠ କରାଯାଇଥିଲେ ପରେ ପରେ ମହାପ୍ରଭୁ ଙ୍କ ଅତିପ୍ରିୟ ଗୀତ ଗୋବିନ୍ଦ ଗାନ ସହିତ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ ନୃତ୍ୟ ଶିଳ୍ପୀ ସନ୍ଦୀପ୍ତା ରାଣୀ ସାହୁ ।ମନୋରମ ସନ୍ଧ୍ୟା ଯେତିକି ଗାଢ଼ ହୋଉଥିଲା ଏ ଭକ୍ତି ରସ ସେତିକି ଗଭୀର ହେଉଥିଲା ।ଜେନ ଜୀ ମାନେ ପରଷିଦେଉଥିଲେ ପାରମ୍ପରିକ ଗୀତଗୋବିନ୍ଦ, ଓଡିଶୀ ଗୀତ, ଭକ୍ତି ସଙ୍ଗୀତ ର ନୈବେଦ୍ୟ ଭାବରେ ଭାବରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀପୟରେ ସ୍ୱର, ଲୟ ତାଳ ନିବେଦନ କରି ପରିବେଶ କୁ ଭକ୍ତିମୟ କରି ଅସରନ୍ତି ଆନନ୍ଦ ବାଣ୍ଟି ଦେଉଥିଲେ ଏଇ ପିଲାମାନେ,ଯେଉଁ ସମୟରେ ଯୁବପିଢିଙ୍କ ପାଶ୍ଚାତ୍ୟାନୁରାଗ ଏବଂ ପଥଭ୍ରଷ୍ଟ କଥା ଶୁଣିବାକୁ ମିଳେ ଠିକ ସେହି ସମୟରେ ଶ୍ରୀକ୍ଷେତ୍ରର ଯୁବପିଢ଼ି ସଂକଳ୍ପ ନେଇଛନ୍ତି ଜଗନ୍ନାଥ ସଂସ୍କୃତି, ସଙ୍ଗୀତର ସୁରକ୍ଷା ଏବଂ ଅନୁରାଗ ପାଇଁ। ସେମାନଙ୍କ ଲୋଡ଼ାନାହିଁ ବିରାଟ ମଞ୍ଚ, ଆଲୋକମାଳା, ଶବ୍ଦ ବ୍ୟବସ୍ଥା। ଲୋଡ଼ା କେବଳ ସମର୍ପଣ ଭାବ। ପ୍ରଭୁଙ୍କ ନିକଟରେ ଏହା କାମନା କରି ଶ୍ରୀକ୍ଷେତ୍ର ମାଟିରୁ ଏ ଭକ୍ତିର ଲହରୀ ବ୍ୟାପିଯାଉ ସାରା ବିଶ୍ୱକୁ, ଦୂର ହେଉ ଯୁଦ୍ଧ ର ବିଭୀଷିକା।ସାରା ବିଶ୍ୱ ଗୋଟିଏ ପରିବାର ହୋଇ ଆମର “ବସୁଧୈବ କୁଟୁମ୍ବକମ “ର ବାର୍ତ୍ତାକୁ ସାର୍ଥକ କରୁ, ବିଶ୍ୱ ଜଗନ୍ନାଥ ମୟ ହେଉ, ନୀଳାଦ୍ରି ବୈଠକ ର ପ୍ରତିଷ୍ଠାତା ଯୁବ କଣ୍ଠଶିଳ୍ପୀ ସୁପ୍ରତୀକ ତ୍ରିପାଠୀ, ଅଂଶୁମାନ ସାହୁ,ସ୍ମୃତି ରଞ୍ଜନ ପାତ୍ର, ଲୋକନାଥ ସାହୁ, ସନ୍ତୋଷୀ ଦାସ, ଲୋକନାଥ ମହାପାତ୍ର,ଭବାନୀ ଶଙ୍କର ଗିରି, ମୀରାମ୍ବିକା ପାତ୍ର, ପ୍ରବାସିନୀ ମିଶ୍ର, ଓଁକାର ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ, ଯୁବ କଣ୍ଠଶିଳ୍ପୀ ସର୍ବାଣୀ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
