ଠୁରୁବୁରାଇ ହାଇସ୍କୁଲରେ ଚତୁର୍ଥ କ୍ଲଷ୍ଟର ସ୍ତରୀୟ ଏମ.ସି. ଏମ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଶେରଗଡ଼ ୫/୧୦/୨୬ ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଳକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ଚତୁର୍ଥ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ସ୍ଥାନୀୟ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ପପୁନ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଠୁରୁବୁରାଇ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଜାନକୀ ଖଣ୍ଡୁଆଳ ସମସ୍ତ ବିଦ୍ୟାଳୟରୁ ଆସିଥିବା ପ୍ରଧାନଶିକ୍ଷକ ଓ ଏଫ୍ ଏଲ ଏନ୍ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ଭବ୍ୟ ସ୍ଵାଗତ ଓ ଛାତ୍ରଛାତ୍ରୀଙ୍କ ଦ୍ବାରା ପୁଷ୍ପ ଚନ୍ଦନ ଟିକା ପ୍ରଦାନ ପୂର୍ବକ ଶ୍ରେଣୀ ଗୃହକୁ ପାଛୋଟି ନେଇଥିଲେ। ଏଥିରେ ସମସ୍ତେ ସକ୍ରିୟ ଅଂଶଗ୍ରହଣ କରିବା ସହ ମୁଖ୍ୟତଃ ପୂର୍ବ ବୈଠକର ବିବରଣୀ ପଠନ ଏବଂ ଉକ୍ତ ବୈଠକର ଆରମ୍ଭରେ କୁନି କୁନି ଛାତ୍ରଛାତ୍ରୀଙ୍କ ଦ୍ବାରା ସୁନ୍ଦର ନୃତ୍ୟ ପରିବେଷଣ କରାଯାଇଥିଲ। ପରେ କ୍ଲଷ୍ଟର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ପୁପୁନ ପାଣିଗ୍ରାହୀଙ୍କ ଅଭିଭାଷଣ ଓ ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ତତ୍ପରେ ସି ଆର ସି ସି ମହୋଦୟ ଏବଂ ସି ଆର୍ ଜି ଶ୍ରୀ ମଦନ ମୋହନ ପାଣିଗ୍ରାହୀଙ୍କ ମିଳିତ ପ୍ରଚେଷ୍ଟାରେ ଆଜିର ଆଲୋଚ୍ୟ ବିଷୟବସ୍ତୁ ଉପରେ ଆଲୋଚନା କରିବାକୁ ଯାଇ ମୁଖ୍ୟତଃ ଏହି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଯାହା ମୌଳିକ ସାକ୍ଷରତା ଅନ୍ତର୍ଗତ ଡିକୋଡିଂ, ବ୍ୟବସ୍ଥିତ ଶିକ୍ଷଣ କାର୍ଯ୍ୟ, ପଞ୍ଚପଦୀ ଶିକ୍ଷଣ ଯୋଜନା ମାଧ୍ୟମରେ ଗଣିତ ଶିକ୍ଷଣ କାର୍ଯ୍ୟ,ଗ୍ୟାଲେରୀ ପରିଭ୍ରମଣ, ବିଦ୍ୟାଳୟ ପରିଦର୍ଶନ ,ନ୍ୟସ୍ତ କାର୍ଯ୍ୟର ଆଲୋଚନା, ଶିକ୍ଷଣ ସୋପାନ ରେଜିଷ୍ଟର ସମ୍ପର୍କରେ ସମ୍ୟକ ଧାରଣା ଓ ପରବର୍ତ୍ତୀ ସମୟରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। ଏବଂ ସମସ୍ତ ଶିକ୍ଷକ ଏଥିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଏଥିରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀ ଯଥା ଶ୍ରୀ ଗଙ୍ଗାଧର ବେହେରା, ଶ୍ରୀ ସାହେବ ଡାକୁଆ, ଶ୍ରୀ କେ ତ୍ରିମୁଲା ଆଚାରୀ, ଶ୍ରୀ କରୁଣାକର ବାଡତ୍ୟା, ଶ୍ରୀମତୀ ଜ୍ୟୋସ୍ନାରାଣୀ ବେହେରା, ଶ୍ରୀ ପିତବାସ ସାହୁ, ଶ୍ରୀ ଭାଗିରଥି ପ୍ରଧାନ, ଶ୍ରୀ ରାନୁ କୁମାରୀ ସ୍ବାଇଁ ପ୍ରମୁଖ ଯୋଗଦାନ କରିଥିଲେ। ପରବର୍ତ୍ତୀ ସମୟରେ ମଧ୍ୟାହ୍ନ ଭୋଜନ ପରିବେଷଣ ଏବଂ ଗ୍ୟାଲେରୀ ପରିଭ୍ରମଣ ପରେ କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିଲା ଓ ପରବର୍ତ୍ତୀ ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମହୋଦୟା ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ସମସ୍ତେ ଉଚ୍ଚକୋଟୀର ପ୍ରଶଂସା କରିଥିଲେ। ତତ୍ପରେ ସି ଆର୍ ସି ସି ମହୋଦୟ ଏବଂ ପ୍ରଧାନ ଶିକ୍ଷୟିତ୍ରୀ ମହୋଦୟା ସମସ୍ତଙ୍କୁ ଧନ୍ୟବାଦ ପୂର୍ବକ ସଭାର ପରିସମାପ୍ତି ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *