ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ‘ସୁରଭି-୨୦୨୬’ କାର୍ଯ୍ୟକ୍ରମ ଅନୁଷ୍ଠିତ

କାକଟପୁର: କାକଟପୁର ବ୍ଲକ ଅନ୍ତର୍ଗତ ବାଙ୍ଗୁରିଙ୍ଗା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ କ୍ଲଷ୍ଟର ଆନୁକୂଲ୍ୟରେ ବୀରଭଦ୍ର ନୋଡାଲ ବିଦ୍ୟାପୀଠ, ବାଙ୍ଗୁରିଙ୍ଗା ଠାରେ ଅଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ‘ସୁରଭି-୨୦୨୬’ କାର୍ଯ୍ୟକ୍ରମ ଅତ୍ୟନ୍ତ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ବନସିଧର ମଲିକ (ଏବିଓ କମ ବିଆରସିସି, କାକଟପୁର ବ୍ଲକ), ଜାକିର ହୁସେନ (ଏବିଓ, କାକଟପୁର ), ବ୍ରହ୍ମାନନ୍ଦ କାଣ୍ଡି (ପୂର୍ବତନ ଏବିଓ କମ ବିଆରସିସି), ଲକ୍ଷ୍ମୀପ୍ରିୟା ମୁଦୁଲି (ପ୍ରଧାନ ଶିକ୍ଷୟିତ୍ରୀ, ବାଙ୍ଗୁରିଙ୍ଗା ଗାଲସ ଉଚ୍ଚବିଦ୍ୟାଳୟ ), ଭଗବାନ ନାୟକ (ପୂର୍ବତନ ଶିକ୍ଷକ), ମାଧବାନନ୍ଦ ପ୍ରଧାନ (ସଭାପତି, ବିଦ୍ୟାଳୟ ପରିଚାଳନା କମିଟି), ବିଜୟକୃଷ୍ଣ ସାହୁ (ତେନ୍ତୁଳିଆ ପ୍ରଧାନ ଶିକ୍ଷକ), ଅକ୍ଷୟ କୁମାର ଜେନା (ପ୍ରଧାନ ଶିକ୍ଷକ, ବୀରଭଦ୍ର ନୋଡାଲ ବିଦ୍ୟାପୀଠ)। ଏହି ସମାରୋହରେ ମଞ୍ଚ ପରିଚାଳନା କରିଥିଲେ ଅଭୟ କୁମାର ନାୟକ। ଏହା ବ୍ୟତୀତ କ୍ଲଷ୍ଟରର ସିଆରସିସି ରାଜକିଶୋର ବେହେରା ଏବଂ କ୍ଲଷ୍ଟରର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଶଙ୍କର ମାହାଲୀ ସୁଶାନ୍ତ କୁମାର ସାହୁ, ଏସ.କେ. ସମିମ ଅଖତର , ଅକ୍ଷୟ କୁମାର ସାହୁ, ଦିନବନ୍ଧୁ ପାଣ୍ଡି, ଉର୍ବଶୀ ରାଣୀ ସାହୁ ,ଚିନ୍ମୟୀ ସାହୁ, ବିନୟ କୁମାର ପ୍ରଧାନ,ମାଧବାନନ୍ଦ ପ୍ରଧାନ,ମାଧବ ପରିଡା, ସାମସେନ ମାଝୀ ତତ ସହିତ ବୀରଭଦ୍ର ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କ ଗୁରୁତ୍ୱପୂର୍ଣ ଭୂମିକା କାର୍ଯ୍ୟକ୍ରମକୁ ସଫଳ ଭାବେ ସମ୍ପାଦନ କରିବାରେ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଥିଲେ। ଆମନ୍ତ୍ରିତ ଅତିଥି ମାନଙ୍କ ମନ୍ତ୍ରମୁଗ୍ଧ ବାର୍ତା ସମସ୍ତଙ୍କୁ ଉତ୍ସlହିତ କରିଥିଲା।ସେହିପରି କାକଟପୁର ବ୍ଲକ ଅନ୍ତର୍ଗତ ଚିତ୍ରେଶ୍ବରୀ କ୍ଲଷ୍ଟର ପକ୍ଷରୁ ମଧ୍ୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଆହୋଜିତ ହୋଇଥିଲା। ଆଞ୍ଚଳିକ ସାଧନ କେନ୍ଦ୍ର ସଂଯାଜକ ଜଟାଧାରୀ ଦାସଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଶିକ୍ଷା ଅଧିକାରୀ ମଲ୍ଲିକ ଜାକିର ହୁସେନ, ଚିତ୍ରେଶ୍ବରି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅସମ୍ପୂର୍ଣ୍ଣ ରାଉତ, ଚିତ୍ରେଶ୍ବରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅମୂଲ୍ୟ ବିଶ୍ଵାଳ ଶିକ୍ଷାବିତ୍ ପ୍ରତାପ ମହାରଣା ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରି କୃତି ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

Leave a Reply

Your email address will not be published. Required fields are marked *