ବିଜୁ ଛାତ୍ର ଜନତା ଦଳର ବିଜୟ ଶୋଭାଯାତ୍ରା
କାକଟପୁର,୧୬.୧୦- କାକଟପୁର ମଙ୍ଗଳା ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳର ବାଜିମାତ ପରେ ଶୁକ୍ରବାର ବିଜୟ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ବିଜେଡ଼ି କାର୍ଯ୍ୟାଳୟ ଠାରୁ ଶତାଧିକ ଛାତ୍ର ଛାତ୍ରୀ ଓ ବିଜେଡ଼ି ସମର୍ଥକ ମାନେ ବିଜୟୀ ପ୍ରାର୍ଥୀ ମାନଙ୍କୁ ନେଇ ବିରାଟ ଶୋଭାଯାତ୍ରାରେ କାକଟପୁର ସହର ଓ ମଙ୍ଗଳା ମନ୍ଦିର ପରିଭ୍ରମଣ କରି ବିଜୟ ଉତ୍ସବ ପାଳନ କରିଥିଲେ। ମଙ୍ଗଳା କଲେଜ ଛାତ୍ର ସଂସଦ ସଭାପତି ଅଳକାନନ୍ଦା ବେହେରା, ଉପ ସଭାପତି ସୋନୁ ନାୟକ ଓ ସଧାରଣ ସମ୍ପାଦକ ରୋନାକ ଓଝାଙ୍କ ସମେତ ସମସ୍ତ ବିଜୟୀ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇ ଏହି ଉତ୍ସବ ପାଳନ କରାଯାଇଥିଲା।

କାକଟପୁର ବିଜେଡ଼ି ସଭାପତି ପ୍ରାଣକୃଷ୍ଣ ମଲ୍ଲିକ, ଯୁବ ବିଜେଡି ସଭାପତି ରଞ୍ଜନ କୁମାର ନାୟକ , ପୂର୍ବତନ ଛାତ୍ର ନେତା ସିମାଦ୍ରି ଶୁଭଦର୍ଶୀନ ସ୍ବାଇଁ, ଯୁବ ଜନତା ଦଳ ଜିଲ୍ଲା ଉପସଭାପତି ବିଶ୍ଵଜିତ ଦାସ, ପୂର୍ବତନ ସରପଂଚ ଯୁବନେତା ସୁଭ୍ରଜିତ ମଲ୍ଲ, ବ୍ଳକ ସୋସିଆଲ ମିଡ଼ିଆ ସମ୍ପାଦକ ହରିହର ପାତ୍ର ପ୍ରମୁଖ ଙ୍କ ତତ୍ତ୍ଵାବଧାନରେ ଏହି ବିଜୟ ଶୋଭାଯାତ୍ରା ଆୟୋଜିତ ହୋଇଥିବା ବେଳେ କାକଟପୁର ଥାନା ଅଧିକାରୀ ବସନ୍ତ କୁମାର ସାହୁଙ୍କ ନେତୃତ୍ୱରେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।,
