ଚନ୍ଦ୍ରଭାଗା ସମୁଦ୍ରରୁ ବୁଡି ଯାଉଥିବା ପର୍ଯ୍ୟଟକ ଉଦ୍ଧାର କଲେ ଲାଇଫ ଗାର୍ଡ।
କୋଣାର୍କ, ୧୬.୧୦- ଶୁକ୍ରବାର ଅପରାହ୍ନରେ କୋଣାର୍କ ଚନ୍ଦ୍ରଭାଗା ନିକଟ ସମୁଦ୍ରରେ ଜଣେ ପର୍ଯ୍ୟଟକ ସ୍ନାନ କରୁଥିବା ବେଳେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି। ଆନ୍ଧ୍ରପ୍ରଦେଶ ରାଜ୍ୟର ବିଜୟୱାୟାଡା ନିବାସୀ ଶ୍ରୀନିବାସ ରାଓ ନିଜ ପରିବାର ସହ ସମୁଦ୍ରରେ ସ୍ନାନ କରୁଥିବା ସମୟରେ ଅନ୍ତ ସ୍ରୋତରେ ପଡି ବୁଡି ଯାଉଥିଲେ। ସେହି ସମୟରେ ସେଠାରେ ନିୟୋଜିତ ଲାଇଫ ଗାର୍ଡ ବାବୁ ବେହେରା, ପ୍ରକାଶ ଚନ୍ଦ୍ର ବେହେରା ଓ ଓସ୍ପିଲି ରାମବାବୁ ତୁରନ୍ତ ସମୁଦ୍ର ଭିତରକୁ ଯାଇ ତାଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ।
