ମାଆ ହେଙ୍ଗୁଳାଙ୍କ ପୀଠରେ ଶାରଦୀୟ ନବରାତ୍ର ପୂଜା
ବ୍ରହ୍ମଗିରି, 18/10 ମାତଲାପୁରସ୍ଥ ମାଆ ହିଙ୍ଗୁଳାଙ୍କ ପୀଠରେ ଶାରଦୀୟ ନବରାତ୍ର ପୂଜା ଚାଲିଅଛି।କଳସ ସ୍ଥାପନ ସହିତ ଷୋଡ଼ଶ ପଚାର ପୂଜା ସହିତ ଚଣ୍ଡିପାଠ ଆଦି ବିଭିନ୍ନ କର୍ମ ସୂଚାରୁରୂପେ ସଂପାଦିତ ହୋଇଛି। ପ୍ରାତଃ କାଳରୁ ଦ୍ବାରଫିଟା ନିତି ସମ୍ପାଦନ ପରେ ଅବକାଶ, ପରେ ସୂର୍ଯ୍ଯ ପୂଜା ସକାଳ ଧୂପ ଅନୁଷ୍ଠିତ ହୋଇଥିଲା। ଠାକୁରାଣୀଙ୍କୁ ମହାଲକ୍ଷ୍ମୀ ଭାବରେ ଅର୍ଚନା କରାଯାଇ ମହାଲକ୍ଷ୍ମୀ ବେଶରେ ଦେବୀଙ୍କ ଦର୍ଶନ ଦେଇଛନ୍ତି। ଠାକୁରାଣୀଙ୍କୁ ଆଜି ଶ୍ରୀଜଗନ୍ନାଥଙ୍କ ମାଳ ମହାପ୍ରସାଦ, ପାଟବସ୍ତ୍ର ମହାପ୍ରସାଦ, ଲାଗି ହୋଇଛି। 108 ନୀଳପଦ୍ମ, ରକ୍ତଚନ୍ଦନ ଲଗାଇ 108 ଅକ୍ଷତ ବେଲ ପତ୍ର ଅର୍ପଣ କରାଯାଇ ପୂଜନ କରାଯାଏ। 108 ଦୀପ ପ୍ରଜ୍ଵଳନ କରାଯାଇ ଠାକୁରାଣୀଙ୍କ ଉପାସନା କରାଯାଇଛି। ସଂସାରରୁ ଅଗ୍ନିଭୟ, ଆଧିଦୈବିକ ଆଦିଭୌତିକ, ଆଧ୍ଯାତ୍ମିକ ବିପଦ ଦୂରକରି ସମସ୍ତଙ୍କର କଲ୍ଯାଣ ଶାନ୍ତି ସଂହତି ଭାଇଚାରା ସ୍ଥାପନ ପାଇଁ ପୂଜନ କରାଯାଇଛି। ପ୍ରତିଦିନ ସଂଧ୍ଯାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ରାମନାଟକ ପରିବେଷଣ କରାଯାଉଛି। ବିଶ୍ବାସ ରହିଛି ନବରାତ୍ରରେ ଦେବୀଙ୍କ ଦର୍ଶନ ଉପାସନା କଲେ ଶ୍ରଦ୍ଧାଳୁଙ୍କ ମନସ୍କମନା ପୂରଣ ସହ ଶୁଭାଶୀର୍ବାଦ ମିଳିଥାଏ। ମାଙ୍କର ସହଯୋଗୀ ଦେବୀ ମାଆ ଜାଗୁଳାଈ, ମାଆ ବସନ୍ତାଈ, ମାଆ ମଙ୍ଗଳାଙ୍କ ପୀଠରେ ଜନ୍ତାଳ ଭୋଗ ହେଉଛି।
