ଅପସରା ହଲରେ ଡେଞ୍ଜର ଦେବଦାସ ଷ୍ଟାର
କାକଟପୁର- ପୁରୀ ଜିଲ୍ଲାରେ ଚାଲୁଥିବା ଏକମାତ୍ର ସିନେମା ହଲ ଅପସରା ସିନେମା ହାଉସରେ ଦୁର୍ଗାପୂଜା ଉପଲକ୍ଷେ ଚାଲିଥିବା ଓଡ଼ିଆ ସିନେମା ଡେଞ୍ଜର ଦେବଦାସର ସିନେ ଅଭିନେତା ଓ ଅଭିନେତ୍ରୀ ଷ୍ଟାର ମାନେ ପହଞ୍ଚି ଦର୍ଶକଙ୍କୁ ଉତ୍ସାହିତ କରିଥିଲେ। ସୁଭ୍ରା ପଟ୍ଟନାୟକଙ୍କ ପ୍ରଯୋଜନା ଓ ଅଶ୍ଵିନୀ ତ୍ରିପାଠିଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଓଡିଆ ସିନେମା ଡେଞ୍ଜର ଦେବଦାସ ଦଶହରା ଉପଲକ୍ଷେ ସାରା ଓଡ଼ିଶାରେ ରିଲିଜ୍ ହୋଇଛି। ବର୍ତ୍ତମାନ ପୁରୀ ଜିଲ୍ଲାରେ ଚାଲୁଥିବା ଏକମାତ୍ର ସିନେମା ହଲ ଅପସରା ରେ ମଙ୍ଗଳବାର ସଂଧ୍ୟାରେ ମୂଖ୍ୟ କଳାକାର ଅମ୍ଳାନ, ଜ୍ୟୋତି, ନାୟିକା ଏଲିନା ଓ ହାସ୍ୟ ଅଭିନେତା ଅମର ପହଞ୍ଚିଥିଲେ। ଅପସରା ସିନେମା ହଲ ମାଲିକ ବିଭୂତି ଭୂଷଣ ପତିଙ୍କ ତରଫରୁ ତାଙ୍କୁ ବିପୁଳ ସ୍ଵାଗତ ସମ୍ବର୍ଧନା କରାଯାଇଥିଲା।

ପରେ ପରେ ହଲ୍ ଭିତରେ ଓ ବାହାରେ ଦର୍ଶକଙ୍କୁ ଉତ୍ସାହିତ କରିବା ସହିତ ସେଲଫି ଉଠାଇ ଥିଲେ। ସିନେମା ଦେଖିବାକୁ ହଜାରରୁ ଅଧିକ ଦର୍ଶକ ମଧ୍ୟରେ ଅତ୍ୟନ୍ତ ଆନନ୍ଦ ପ୍ରକାଶ ପାଇଥିଲା। ଡେଞ୍ଜର ଦେବଦାସ ଫିଲ୍ମ ହିଟ ସାବ୍ୟସ୍ତ ହେବା ସହିତ ଆଗାମୀ ଦିନରେ ଏହି ହଲରେ ଲଗାତାର ଓଡ଼ିଆ ଓ ହିନ୍ଦୀ ସିନେମା ଦର୍ଶକଙ୍କ ପାଇଁ ଚାଲିବ ବୋଲି ହଲ ମାଲିକ ପ୍ରକାଶ କରିଛନ୍ତି।
