ଥାନା ସାମ୍ନାରୁ ଚୋରି
ଥାନା ସାମ୍ନାରୁ ଚୋରି! ପୋଲିସକୁ ଖୋଲା ଚ୍ୟାଲେଞ୍ଜବାହାନାଗା, ପ୍ରତିନିଧି: ଗୋପାଳପୁର ଥାନାଠାରୁ ମାତ୍ର ୫୦ ମିଟର ଦୂରରେ ଥିବା ଏକ ଘରୁ ଚୋରି ହୋଇଛି। ଥାନାର ଏତେ ନିକଟରେ ଏଭଳି ଘଟଣା ପୋଲିସର ସୁରକ୍ଷା ବ୍ୟବସ୍ଥା ଓ ରାତ୍ରିକାଳୀନ ପାଟ୍ରୋଲିଂକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଅଭିଯୋଗ ଅନୁଯାୟୀ, ଘରେ କେହି ନଥିବାର ସୁଯୋଗ ନେଇ ଗତ ୧୫ ତାରିଖ ରାତିରେ ଦୁର୍ବୃତ୍ତମାନେ ଅନ୍ନପୂର୍ଣ୍ଣା ଶିଅଳ ଙ୍କ ଘରୁ ଚୋରି କରିଛନ୍ତି। ଘର ଭିତରେ ଥିବା ଗଡ଼୍ରେଜ୍ ଆଲମାରିରୁ ସୁନା କାନଫୁଲ ହଳେ, ସୁନା ବଳା ହଳେ, ଝିଅର ସୁନା ଲକେଟ୍, ସୁନା ନାକଫୁଲ, ରୂପା ପାଉଁଜି ତିନି ହଳ, ପାଞ୍ଚ ହଳ ରଗଡ଼ା ରୂପା ମୁଦି, ଦୁଇଟି ରୂପା ଚେନ୍, ରୂପା ଅଣ୍ଟାଖୋସା ସମେତ ଅନ୍ୟାନ୍ୟ ଗହଣା ଓ ନଗଦ ୫ ହଜାର ଟଙ୍କା ଚୋରି ହୋଇଥିବା ଏତଲାରେ ଉଲ୍ଲେଖ ରହିଛି।ଏନେଇ ଅନ୍ନପୂର୍ଣ୍ଣା ଶିଅଳ ଗୋପାଳପୁର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ (BNS)ର ଧାରା ୩୩୧(୪) ଓ ୩୦୫(ଏ) ଅନୁଯାୟୀ ମାମଲା ରୁଜୁ କରିଛି।ଥାନାଠାରୁ ମାତ୍ର ୫୦ ମିଟର ଦୂରରେ ଚୋରି ହେବା ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। ଅଭିଯୁକ୍ତଙ୍କୁ ଚିହ୍ନଟ କରି ଚୋରି ସାମଗ୍ରୀ ଉଦ୍ଧାର କରିବା ସହ ରାତ୍ରିକାଳୀନ ପାଟ୍ରୋଲିଂକୁ କଡ଼ାକଡ଼ି କରିବା ପାଇଁ ଦାବି ହୁଇଛି । ଥାନା ପାଖରେ ଘର ମଧ୍ୟ ସୁରକ୍ଷିତ ନୁହେଁ କି? ଏହି ଘଟଣା ପରେ ଏଭଳି ପ୍ରଶ୍ନ ଉଠାଇଛନ୍ତି ଅଞ୍ଚଳବାସୀ।l
