ମା କୁ ମାରି ପ୍ଲାଷ୍ଟର କରିବା ଘଟଣାରେ ପୁଅକୁ ଗିରଫ କଲା.. ପୁରୀ ପୋଲିସ
ପୁରୀରେ ମାକୁ ମାରି ପ୍ଲାଷ୍ଟର କରିବା ଘଟଣାରେ ହତ୍ୟାକାରୀ ପୁଅକୁ ଗିରଫ କଲା ପୁରୀ ପୋଲିସ। ଗତ 24 ଅଗଷ୍ଟରେ ପୁରୀ କୁମ୍ଭାରପଡ଼ା ଅଞ୍ଚଳରେ ଥିବା ଏକ ଭଡା ଘରେ ମାଆକୁ ମାରି ପ୍ଲାଷ୍ଟର କରିଦେବା ଘଟଣାରେ ଅଭିଯୁକ୍ତ ପୁଅ ମଦନ ଗଜାନନ ଦଳାଇକୁ ବାନ୍ଧିଲା ପୋଲିସ । ଦୀର୍ଘ 57 ଦିନ ପରେ ମଦନକୁ ଧରିବାରେ ସକ୍ଷମ ହୋଇଛି ପୋଲିସ । ଝାଡ଼ଖଣ୍ଡର ଟାଟାନଗରରେ ଥିବା ଏକ ସ୍ନାକ୍ସ ଦୋକାନରେ ଅଭିଯୁକ୍ତ ମଦନ ଦଳାଇ କାମ କରୁଥିବାର ସୂଚନା ପାଇ ଚଢାଉ କରିଥିଲା କୁମ୍ଭାରପଡ଼ା ପୋଲିସ । ପୋଲିସ ର ସୂଚନା ଅନୁଯାୟୀ ଗତ ଅଗଷ୍ଟ 24 ତାରିଖରେ ଘଟଣା ସାମନାକୁ ଆସିଥିଲେ ହେଁ ,20 ଅଗଷ୍ଟରୁ ଘଟଣା ଘଟିଥିଲା ।ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିଥିଲେ ମଧ୍ୟ 20 ତାରିଖ ରାତିରେ କଣ ଘଟିଥିଲା ,ସେ ବିଷୟରେ ସ୍ପଷ୍ଟ କରିନାହିଁ ପୋଲିସ୍। ତେବେ 20 ତାରିଖରେ ମାଆର ମୃତ୍ୟୁ ହେବା ପରେ ହଡବଡେଇ ଯାଇଥିଲା ମଦନ। 21 ତାରିଖରେ ଗୁଣ୍ଡିଚା ମନ୍ଦିର ନିକଟ ଏକ ଦୋକାନରୁ ସିମେଣ୍ଟ ଆଣି ମୃତୁଦେହକୁ ପ୍ଲାଷ୍ଟର କରିଥିଲା। ଏହାପରେ ସେଠାରେ ଦୁଇ ଦିନ ରହିବା ପରେ 23 ତାରିଖରେ ବସ୍ ଯୋଗେ ଫେରାର ହୋଇଥିଲା ।ପରେ ଟ୍ରେନ ଯୋଗେ ଟିଟିଲାଗଡ଼ ଓ ପରେ ରାୟପୁର ଯାଇଥିଲା ଅଭିଯୁକ୍ତ ମଦନ ଦଳାଇ । ନିଜ ଫୋନ୍ ବିକ୍ରି କରିବା ସହ ଏକ ଛୋଟ ଫୋନ୍ କିଣିଥିଲା।ମୁମ୍ବାଇରେ ପ୍ରାୟ ଏକ ମାସ ଛୋଟ ମୋଟ କାମ କରିଥିଲା ।ଏବଂ ପରେ ଟାଟାନଗର ଯାଇ ସେଠାରେ ଏକ ସ୍ନାକ୍ସ ଦୋକାନରେ କାର୍ଯ୍ୟ କରୁଥିଲା ।କଲିକତାରେ ଥିବା ନିଜ ଭଉଣୀ ସହ ଯୋଗାଯୋଗ କରିଥିଲା । ଏହାରି ଭିତରେ ପୋଲିସ ତାର ପୈତୃକ ଘର ଗଜପତିର କାଶୀନଗରରେ ଚଢ଼ାଉ କରି 25 ବର୍ଷ ତଳୁ ମଦନଙ୍କ ପରିବାର ଗାଁ ଛାଡ଼ିଥିବା ଜାଣିବାକୁ ପାଇଥିଲା ।ମଦନର ଭାଇ ଠାରୁ ବିଭିନ୍ନ ସୂଚନା ପାଇଥିଲା ପୋଲିସ ।ପରେ ଭଉଣୀର ମୋବାଇଲ ଟ୍ରେସ କରି ଅଭିଯୁକ୍ତ ମଦନ ପାଖରେ ପହଞ୍ଚିଥିଲା ପୋଲିସ।

ଗଜପତି,ଗଞ୍ଜାମ,ଝାଡ଼ଖଣ୍ଡ,ମହାରାଷ୍ଟ୍ରରେ ଚଢାଉ ଓ FRS ଆଦି ଟେକ୍ନିକାଲ ବ୍ୟବସ୍ଥା ଆପଣାଇବା ପରେ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଛି ପୋଲିସ ।ତେବେ ସେ ବଞ୍ଜାରା ଭାବରେ ଜୀବନଯାପନ କରୁଥିବାରୁ ଡିଜିଟାଲ ଫୁଟ ପ୍ରିଣ୍ଟ ପାଇବାରେ ବିଳମ୍ବ ହୋଇଥିଲା ବୋଲି କହିଛନ୍ତି ଏସପି । ଭଡ଼ାଘର ସିସିଟିଭି କ୍ୟାମେରାରୁ 2 ମାସ ରେକର୍ଡ ଯାଞ୍ଚ୍ କରିବା ପରେ ହିଁ ବିଭିନ୍ନ ସୂଚନା ଆଧାରରେ ମଦନକୁ ଧରିବାରେ ସଫଳ ହୋଇଛି ପୋଲିସ୍ ବୋଲି ସାମ୍ବାଦିକ ସମ୍ମିଳନୀରେ ପୁରୀ ଏସପି କହିଛନ୍ତି ଭିଓ- ସେପଟେ ସାମ୍ବାଦିକ ସମ୍ମିଳନୀରେ ଅଭିଯୁକ୍ତ ହତ୍ୟାକାରୀ ପୁଅ ମଦନ ଦଳାଇର ଗିରଫ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ପୁରୀ ଏସପି ମତ ରଖିବା ପରେ କୁମ୍ଭାରପଡା ସ୍ଥିତ ଭଡାଘରକୁ ମଦନକୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଥିଲା ପୁରୀ ପୋଲିସ। ଭଡାଘର ଯୋଉ ରୁମ୍ ରେ ମା ପୁଅ ରହୁଥିଲେ ଓ କିଭଳି ମଦନ ମା କୁ ହତ୍ୟା କରିବା ପରେ ମୃତଦେହକୁ ସିମେଣ୍ଟ ପ୍ଲାଷ୍ଟର୍ କରିଥିଲା ସେନେଇ ଡେମୋ ଦେଖାଇଥିଲା ଅଭିଯୁକ୍ତ। ତେବେ ସ୍ଥାନୀୟ ଅଞ୍ଚଳରେ ହତ୍ୟାକାରୀ ପୁଅକୁ ଦେଖିବାକୁ ଲୋକଙ୍କ ମନରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ସମସ୍ତେ ଘଟଣାକୁ ନିନ୍ଦା କରିଛନ୍ତି। ସେପଟେ ପବିତ୍ର ଦୁର୍ଗାପୂଜାରେ ମା ହତ୍ୟାକାରୀ ପୁଅକୁ ପୋଲିସ ଗିରଫ କରିବା ଘଟଣାରେ ଘର ମାଲିକ ରଖିଛନ୍ତି ପ୍ରତିକ୍ରିୟା। ଉଭୟ ମା ପୁଅ ଭଡାଘରେ ରହୁଥିବା ସମୟରେ ଶ୍ରୀମନ୍ଦିର ଯାଆନ୍ତି ଓ ପୁଅ ମଦନ ଘରମାଲିକଙ୍କୁ ଭୁଲ୍ ପରିଚୟପତ୍ର ଦେଇଥିବା କହିଛନ୍ତି ମାଲିକ ରବିନାରାୟଣ ସାହୁ। ତେବେ ଆଜି ପବିତ୍ର ବିଜୟାଦଶମୀରେ ଧର୍ମର ଜୟ ହୋଇଥିବା ଘର ମାଲିକ କହିଥିବା ବେଳେ ଆଗକୁ ଭଡାଟିଆ ମାନଙ୍କର ବିସ୍ତୃତ ତଥ୍ୟ ରଖିବାକୁ ରବିନାରାୟଣ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଅନ୍ୟପଟେ ସ୍ଥାନୀୟ ବାସିନ୍ଦା ମାନେ ଘଟଣାକୁ ନିନ୍ଦା କରିବା ସହ ଏଭଳି ପୁଅ କୋଉ ମା କୋଳରୁ ଜନ୍ମ ନହେଉ ବୋଲି କହିଛନ୍ତି।
