କଣ୍ଟେନର ନିର୍ମାଣ ପ୍ରୋତ୍ସାହନ ଯୋଜନାକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ, ୨୮ ଅକ୍ଟୋବରପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ୧୦,୦୦୦ କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ ସହିତ କଣ୍ଟେନର ନିର୍ମାଣ ପ୍ରୋତ୍ସାହନ ଯୋଜନା (ସିଏମପିଏସ)କୁ ଅନୁମୋଦନ କରିଛନ୍ତି । ଏହି ଯୋଜନା ୨୦୩୯-୪୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ଭାରତରେ ଏକ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ କଣ୍ଟେନର ନିର୍ମାଣ ଇକୋସିଷ୍ଟମ ପ୍ରତିଷ୍ଠା, ଆମଦାନୀ ନିର୍ଭରଶୀଳତା ହ୍ରାସ ଏବଂ ଯୋଗାଣ ଶୃଙ୍ଖଳା ସ୍ଥିରତାକୁ ସୁଦୃଢ଼ କରିବା ଏହି ଯୋଜନାର ଲକ୍ଷ୍ୟ । ସିଏମପିଏସ ଯୋଜନା ନୂତନ ନିର୍ମାଣ ସୁବିଧା ଏବଂ ବର୍ତ୍ତମାନର କଣ୍ଟେନର ନିର୍ମାଣ ୟୁନିଟ୍‌ଗୁଡ଼ିକର ସମ୍ପ୍ରସାରଣକୁ ସମର୍ଥନ କରିବା ପାଇଁ ଉଦ୍ଦିଷ୍ଟ ।କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ ରେ କଣ୍ଟେନର ନିର୍ମାଣ ଯୋଜନା ଘୋଷଣା କରାଯାଇଥିଲା।ଏହି ଯୋଜନାରେ ନିମ୍ନ ପ୍ରମୁଖ ଉପାଦାନକୁ ସାମିଲ କରାଯାଇଛି:ସୁଧ ରିହାତି ସୁବିଧା: ଏହି ଯୋଜନାରେ ଗ୍ରୀନଫିଲ୍ଡ ବା ନୂଆ କଣ୍ଟେନର ନିର୍ମାଣ କାରଖାନା ପ୍ରତିଷ୍ଠା ଏବଂ ବ୍ରାଉନଫିଲ୍ଡ ବା ବର୍ତ୍ତମାନର କଣ୍ଟେନର କାରଖାନାର କ୍ଷମତା ସମ୍ପ୍ରସାରଣ ଲାଗି ସୁଧ ରିହାତି ସୁବିଧା ମିଳିବ । କଣ୍ଟେନର ନିର୍ମାଣକାରୀମାନେ ଯୋଗ୍ୟ ମିଆତି ଋଣ ବା ପୁଞ୍ଜି ଋଣ ଉପରେ ବାର୍ଷିକ ୩% ସୁଧ ରିହାତି ପାଇପାରିବେ । ଏଥିପାଇଁ ୮୫୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।ପରିଚାଳନାଗତ ବ୍ୟୟ ସହାୟତା (ଓଇଏ): ୮,୮୯୧ କୋଟି ଟଙ୍କାର ବ୍ୟୟ ଅଟକଳ ସହିତ ବିଶ୍ୱସ୍ତରୀୟ ଜାହାଜ ଚଳାଚଳ ମାନକ ଆଧାରରେ ନିର୍ମିତ କଣ୍ଟେନର ଏବଂ ଯୋଗ୍ୟ କଣ୍ଟେନର ନିର୍ମାତାଙ୍କ ଦ୍ୱାରା ସେଗୁଡ଼ିକର ବିକ୍ରି ନିମନ୍ତେ ଓଇଏ ସହାୟତା ଯୋଗାଇ ଦିଆଯିବ । ଏହା ଖର୍ଚ୍ଚ ଜନିତ ପାର୍ଥକ୍ୟକୁ କମାଇବା ଏବଂ ସ୍ୱଦେଶୀ ଭାବେ ନିର୍ମିତ କଣ୍ଟେନରଗୁଡ଼ିକର ପ୍ରତିଯୋଗିତାମୂଳକ କ୍ଷମତା ବୃଦ୍ଧି କରିବାରେ ସାହାଯ୍ୟ କରିବ।‘ଡାଇନାମିକ ଲଙ୍ଗଟିଚ୍ୟୁଡିନାଲ ଇମ୍ପାକ୍ଟ ଟେଷ୍ଟିଂ’ ଭଳି ସୁବିଧା ନିମନ୍ତେ ସହାୟତା ଲାଗି ୧୫୦ କୋଟି ଟଙ୍କାର ଆର୍ଥିକ ବ୍ୟୟବରାଦ ସହିତ, ଟେଷ୍ଟିଂ ଏବଂ ପ୍ରମାଣୀକରଣ ସଂକ୍ରାନ୍ତ ସହଯୋଗ ଯୋଗାଇ ଦିଆଯିବ ।ପ୍ରତ୍ୟାଶିତ ସାମଗ୍ରିକ ପ୍ରଭାବ:ବାର୍ଷିକ ଘରୋଇ କଣ୍ଟେନର ନିର୍ମାଣ କ୍ଷମତାକୁ ପ୍ରାୟ ଦଶ ଗୁଣ ବୃଦ୍ଧି କରି ୭.୫ ଲକ୍ଷ (ଟିଇୟୁ) ପର୍ଯ୍ୟନ୍ତ ପହଞ୍ଚାଇବା।ଏକ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଯୋଗିତାମୂଳକ ନିର୍ମାଣ ଭିତ୍ତିଭୂମି ସୃଷ୍ଟି କରିବା, ଯାହା ଭାରତକୁ ଗୁଣାତ୍ମକ ଜାହାଜ ଚଳାଚଳ କଣ୍ଟେନର ପାଇଁ ଏକ ବିଶ୍ୱସ୍ତରୀୟ ରପ୍ତାନି କେନ୍ଦ୍ର ଭାବରେ ପ୍ରତିଷ୍ଠିତ କରିବାର ସମ୍ଭାବନା ରଖିଛି ।ଭାରତର ସାମୁଦ୍ରିକ ଏବଂ ଲଜିଷ୍ଟିକ୍ସ ଯୋଗାଣ ଶୃଙ୍ଖଳାର ସ୍ଥାୟିତ୍ୱ ତଥା ଦୃଢ଼ତାକୁ ବୃଦ୍ଧି କରିବା।ପ୍ରାୟ ୩,୦୦୦ ପ୍ରତ୍ୟକ୍ଷ ଏବଂ ୫୦,୦୦୦ରୁ ଅଧିକ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବା ସହିତ କର୍ନର କାଷ୍ଟିଂ, ବିଶେଷ ଧରଣର ଇସ୍ପାତ, କାଠ ଫ୍ରେମ୍ ଏବଂ ରଙ୍ଗ ଭଳି ଆନୁସଙ୍ଗିକ ଶିଳ୍ପଗୁଡ଼ିକୁ ସହାୟତା ପ୍ରଦାନ କରିବା।

Leave a Reply

Your email address will not be published. Required fields are marked *