ଜଗନ୍ନାଥପୁରର ୧୭ ବର୍ଷୀୟ ଛାତ୍ର ନିଖୋଜ
ବାହାନଗା, ୨।୧୧: ବାଲେଶ୍ୱର ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ବରିପଦା ପଞ୍ଚାୟତର ଜଗନ୍ନାଥପୁର ଓସଙ୍ଗ ଗ୍ରାମର ଜଣେ ୧୭ ବର୍ଷୀୟ ଛାତ୍ର ନିଖୋଜ ହୋଇଯାଇଛନ୍ତି। ନିଖୋଜ ଛାତ୍ର ଜଣକ ହେଲେ ପର୍ଶୁରାମ ମଲ୍ଲିକଙ୍କ ପୁଅ ସୁରେଶ ମଲ୍ଲିକ। ସୁରେଶ ଗୋପାଳପୁର କଲେଜରେ ଯୁକ୍ତଦୁଇ ଦ୍ୱିତୀୟ ବର୍ଷ କଳା ବିଭାଗରେ ପଢ଼ୁଛନ୍ତି। ଗତ ୧ ତାରିଖ ସକାଳେ ସେ ସାଇକେଲ ଯୋଗେ ଘରୁ ବାହାରିଥିଲେ। ପରେ ସମ୍ପର୍କୀୟ ଓ ପରିଚିତଙ୍କ ନିକଟରେ ଖୋଜାଖୋଜି କରିବା ସହ ଆଖପାଖ ଅଞ୍ଚଳରେ ସନ୍ଧାନ କରିଥିଲେ ପରିବାର ଲୋକେ। ତେବେ ଏକ ସିସିଟିଭି କ୍ୟାମେରାରେ ସୁରେଶ ସକାଳ ବେଳା ସାଇକେଲ ଯୋଗେ ଗୋପାଳପୁର ଆଡ଼କୁ ଯାଉଥିବାର ଦୃଶ୍ୟ କଏଦ ହୋଇଛି। ଏହାପରେ ତାଙ୍କର କୌଣସି ପତ୍ତା ମିଳିନାହିଁ। ଶେଷରେ ପରିବାର ପକ୍ଷରୁ ଗୋପାଳପୁର ଥାନାରେ ଅଭିଯୋଗ କରାଯାଇଛି।ସୁରେଶଙ୍କ ବୟସ ୧୭ ବର୍ଷ ଓ ଉଚ୍ଚତା ପ୍ରାୟ ୫ ଫୁଟ ୫ ଇଞ୍ଚ। ଘରୁ ବାହାରିବା ସମୟରେ ସେ ଫଟୋରେ ଥିବା ପୋଷାକ ପିନ୍ଧିଥିଲେ। ପୁଅର ଫେରିବା ବାଟକୁ ଚାହିଁ ରହିଛନ୍ତି ପରିବାର ଲୋକେ।କୌଣସି ବ୍ୟକ୍ତି ସୁରେଶଙ୍କୁ ଦେଖିଥିଲେ କିମ୍ବା ତାଙ୍କ ସମ୍ପର୍କରେ କୌଣସି ସୂଚନା ପାଇଥିଲେ, ତୁରନ୍ତ ୯୫୫୬୬୧୭୭୫୫ ନମ୍ବରରେ ଯୋଗାଯୋଗ କରିବାକୁ ପରିବାର ପକ୍ଷରୁ ଆକୁଳ ନିବେଦନ କରାଯାଇଛି।
