ଉଦ୍ୟାନ ବିଭାଗ ଗୋଦାମ ଗୃହ ନିର୍ମାଣ ନିମ୍ନମାନର।*
*ତିର୍ତ୍ତୋଲ:ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଗୋପିଆକୁଦ ରେ ଥିବା ଉଦ୍ୟାନ ବିଭାଗ ପରିସର ଭିତରେ ନିର୍ମାଣ ଚାଲି ଥିବା ଗୋଦାମ ଗୃହ ଟି ଅତି ନିମ୍ନମାନ ର କାର୍ଯ୍ୟ ହେଉ ଥିବା ଦେଖିବା କୁ ମିଳିଛି।ପ୍ରାୟ ଚାରି ମାସ ପାଖାପାଖି ହେବ ଏହି ଗୃହ ନିର୍ମାଣ ଚାଲୁ ଥିବା ବେଳେ ସିମେଣ୍ଟ ଏବଂ ବାଲି ସଠିକ ପରିମାଣ ରେ ଦିଆଯାଉ ନାହିଁ ଯାହା ଫଳରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ ହେଇ ନ ଥିବା ବେଳେ ଏବେ ଅନେକ ସ୍ଥାନ ରେ ସିମେଣ୍ଟ ଛାଡି ଯାଇ ଥିବା ଦେଖିବା କୁ ମିଳିଛି। ସିମେଣ୍ଟ ଅଳ୍ପ ଭାଗ ଥିବା ବେଳେ ବାଲି ଭାଗ ଅଧିକ ଥିବା ଦେଖିବାକୁ ମିଳିଛି।ଗତ କିଛି ଦିନ ତଳେ ନିର୍ମାଣ ହେଇ ଥିବା ସ୍ଲାପ ବର୍ଷା ରେ ଧୋଇ ହେଇଯାଇଥବା ଦେଖିବା କୁ ମିଳିଛି।ସବୁ ଠୁ ବଡ଼ କଥା ହେଉଛି ଏହି ଗୃହ ନିର୍ମାଣ ସମୟ ରେ ସରକାରୀ ଯନ୍ତ୍ରୀ ଉପସ୍ଥିତ ନ ଥିବା ଦେଖିବା କୁ ମିଳିଛି ଠିକାଦାର ଙ୍କ ପାଖରୁ ଉଦ୍ୟାନ ବିଭାଗ ର ସରକାରି ଯନ୍ତ୍ରୀ ମୋଟା ଅଙ୍କର ଅର୍ଥ ନେଇ କାମ ନିମ୍ନମାନ ର କାମ କରିବା କୁ ସହଯୋଗ କରୁଛନ୍ତି।

ଠିକାଦାର ଓ ସହକାରି ଯନ୍ତ୍ରୀ ଙ୍କ ମଧୁଚନ୍ଦ୍ରିକା ରେ ଏହି ଗୋଦାମ ଗୃହ ଅତି ନିମ୍ନମାନ ଦେଖିବା କୁ ମିଳିଛି।ଗୋଦାମ ଗୃହ ନିର୍ମାଣ ରେ ଉଦ୍ୟାନ ବିଭାଗ ର ସରକାରି ଯନ୍ତ୍ରୀ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଆତ୍ମସାତ କରିଥିବା ଦେଖିବା କୁ ମିଳିଛି। ଏଠି ପ୍ରଶ୍ନ ଉଠୁଛି କିଏ ଓ କାହା ଅନୁମତି ରେ ଏହି ଗୋଦାମ ଗୃହ ନିର୍ମାଣ ଚାଲିଛି ।ଠିକାଦାର ଙ୍କ ମନା ମୁଖି କାର୍ଯ୍ୟ ପାଇଁ ବିପଦ ସଂକୁଳ ଅବସ୍ଥା ରେ ଗୋଦାମ ଗୃହ ମୁଣ୍ଡା ସିମେଣ୍ଟ ଏବଂ କଳଙ୍କି ଲାଗି ଥିବା ରଡ଼ ରେ କାମ ହେଇ ଥିବା ଅଭିଯୋଗ ହେଇଛି ।ଏହି ନିର୍ମାଣ କାର୍ଯ୍ୟ ର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସାଧାରଣ ରେ ଦାବି ହୋଇଛି।
