ପୁରୀ ସହରାଞ୍ଚଳରେ ପୋଲିସ ପକ୍ଷରୁ ଫୁଟ୍ ପାଟ୍ରୋଲିଂ
ପୁରୀ, ୦୫.୧୧.୨୦୨୬ପୁରୀ ସହରାଞ୍ଚଳରେ ଅପରାଧ ନିୟନ୍ତ୍ରଣ, ଅପରାଧୀଙ୍କ ଗତିବିଧି ଉପରେ ନଜର ରଖିବା ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ସୁରକ୍ଷା ଭାବନା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆଜି ଡିଏସ୍ପି ସିଟି ଶ୍ରୀ ରଶ୍ମି ରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ବ୍ୟାପକ ଫୁଟ୍ ପାଟ୍ରୋଲିଂ କରାଯାଇଥିଲା।ଏହି ପାଟ୍ରୋଲିଂରେ କୁମ୍ଭାରପଡ଼ା, ପୁରୀ ଟାଉନ୍, ସମୁଦ୍ରକୂଳ ଓ ବଳିଆପଣ୍ଡା ଥାନାର ଆଇଆଇସି ଏବଂ ପୋଲିସ କର୍ମଚାରୀମାନେ ସାମିଲ ହୋଇ ସମ୍ପୃକ୍ତ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରିଥିଲେ।ଏହି ଅଭିଯାନ ମାଧ୍ୟମରେ ସନ୍ଦିଗ୍ଧ ବ୍ୟକ୍ତି ଓ ଅପରାଧୀଙ୍କ ଗତିବିଧି ଉପରେ ନଜର ରଖିବା ସହ ପୋଲିସର ଦୃଶ୍ୟମାନ ଉପସ୍ଥିତି ବୃଦ୍ଧି ଏବଂ ଜନସାଧାରଣଙ୍କ ମଧ୍ୟରେ ସୁରକ୍ଷା ଓ ଆସ୍ଥାର ବାତାବରଣ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।ପୁରୀ ପୋଲିସ ଜନସାଧାରଣଙ୍କ ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସର୍ବଦା ସଜାଗ ଓ ପ୍ରତିବଦ୍ଧ।
