ପୁରୀରେ ବିଜେଡି ପକ୍ଷରୁ ବିକ୍ଷୋଭ

ପୁରୀରେ ବିଜେଡି ପକ୍ଷରୁ ବିକ୍ଷୋଭ। ବିଧାୟକ ସୁନୀଲ ମହାନ୍ତି ଙ୍କ ନେତୃତ୍ୱରେ ହଜାର ହଜାର ସଂଖ୍ୟାରେ ସମର୍ଥକ ମାନେ ବିକ୍ଷୋଭ ରେ ସାମିଲ ହୋଇଥିଲେ। ପୁରୀ ମହାନଗର ନିଗମ କାର୍ଯ୍ୟାଳୟ ଘେରାଉ କରିଥିବା ବେଳେ କାର୍ଯ୍ୟାଳୟ ସମ୍ମୁଖରେ ନୋଟିସ ଲଗାଯାଇଅଛି। ପର୍ଯ୍ୟଟନ ଓ ଧାର୍ମିକ ସହର ପୁରୀରେ ବିକାଶ କାର୍ଯ୍ୟ ଠପ ହୋଇଯାଇଥିବା ବେଳେ ହରିଲୁଟ ହେଉଥିବା ଅଭିଯୋଗ ହୋଇଅଛି। କୋଟି କୋଟି ଟଙ୍କା ବିନିଯୋଗ ନ ହୋଇ ପଡି ରହିଥିବା ବେଳେ ସାଧାରଣ ଲୋକେ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଉଅଛନ୍ତି। ମହାନଗର ନିଗମରେ ସ୍ୱଛତା ଠାରୁ ଆରମ୍ଭ କରି ରାସ୍ତା ଘାଟ ମରାମତି, ବର୍ଷା ଜଳ ନିଷ୍କାସନ ସମସ୍ୟା ସହ ଉଠା ଦୋକାନୀ ମାନଙ୍କର ସମସ୍ୟା ବୃଦ୍ଧି ପାଇବାରେ ଲାଗିଅଛି। ମହାନଗର ନିଗମ ଅଧିକାରୀ ମାନେ ଅଫିସ ରେ ବସି ରହି କିଛି କାର୍ଯ୍ୟ କରୁ ନଥିବା ଅଭିଯୋଗ ଆଣିଛନ୍ତି ପୁରୀ ବିଧାୟକ।

ଅନ୍ୟ ପକ୍ଷରେ ପୁରୀ ରେ ଗତ କିଛି ମାସ ମଧ୍ୟରେ ମହାନଗର ନିଗମରେ ବିକାଶ ମୂଳକ କାର୍ଯ୍ୟ ନେଇ ସମୀକ୍ଷା କରାଯାଉଅଛି। ବିଶେଷ କରି ଡ୍ରେନେଜ ସମସ୍ୟା ଦୂର ନେଇ ସର୍ଭେ କରାଯାଉଥିବା ବେଳେ ସୁନ୍ଦର ସ୍ୱଚ୍ଛ ପୁରୀ ଗଠନ ନେଇ ମହାନଗର ନିଗମ ପକ୍ଷରୁ କାର୍ଯ୍ୟ କରାଯାଉଥିବା କମିଶନର ମତ ରଖିଛନ୍ତି। ବିଜେଡି ପକ୍ଷରୁ ଦିଆଯାଇଥିବା ଦାବୀ ଗୁଡିକ ଉପରେ ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ ବୋଲି କମିଶନର ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *