ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି
ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି l ମାଥିଲିରେ ଭୋଟର ତାଲିକା ସର୍ବେକ୍ଷଣର ସମୀକ୍ଷା କଲେ ରାଜ୍ୟସ୍ତରୀୟ ଅବଜର୍ଭରନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱମାଲକାନଗିରି ମାଥିଲି (ତୀର୍ଥକ୍ଷେତ୍ର )ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ମାଥିଲି ବ୍ଲକ୍ରେ ଭୋଟର ତାଲିକା ସର୍ବେକ୍ଷଣ କାର୍ଯ୍ୟ ଜୋରସୋରରେ ଚାଲୁ ରହିଛି। ବୁଥ୍ ସ୍ତରୀୟ ଅଧିକାରୀ (BLO) ମାନେ ଘରକୁ ଘର ବୁଲି ଭୋଟରଙ୍କ ତଥ୍ୟ ଯାଞ୍ଚ ଓ ସଂଗ୍ରହ କରୁଥିବା ବେଳେ ଆସନ୍ତା ନଭେମ୍ବର ୭ ତାରିଖ ସୁଦ୍ଧା ଏହି ସର୍ବେକ୍ଷଣ କାର୍ଯ୍ୟ ଶେଷ କରିବାକୁ ସମୟସୀମା ଧାର୍ଯ୍ୟ କରାଯାଇଛି।ଏହି ପରିପ୍ରେକ୍ଷୀରେ ରାଜ୍ୟସ୍ତରୀୟ ଅବଜର୍ଭର ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ମାଥିଲି ଗସ୍ତରେ ଆସି ବିଭିନ୍ନ ବୁଥ୍ ପରିଦର୍ଶନ କରି ସର୍ବେକ୍ଷଣ କାର୍ଯ୍ୟର ଅଗ୍ରଗତି ଓ କାର୍ଯ୍ୟପ୍ରଣାଳୀ ଅନୁଧ୍ୟାନ କରିଥିଲେ। ପରେ ମାଥିଲି ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟ ପରିସରରେ ସମସ୍ତ ବିଏଲ୍ଓ ସୁପରଭାଇଜର ଓ ବୁଥ୍ ସ୍ତରୀୟ ଅଧିକାରୀମାନଙ୍କୁ ନେଇ ଆୟୋଜିତ ସମୀକ୍ଷା ବୈଠକରେ ସେ ଯୋଗଦେଇଥିଲେ।ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ଅର୍ପିତା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ପଞ୍ଚାୟତ ରାଜ ଅଧିକାରୀ ଶ୍ରୀ ବିମଳ କୁମାର ଲେଙ୍କା ଓ ଉପଜିଲ୍ଲାପାଳ ଶ୍ରୀ ଦୁର୍ଯ୍ୟୋଧନ ଭୋଇ ଉପସ୍ଥିତ ଥିଲେ।ବୈଠକରେ ରାଜ୍ୟସ୍ତରୀୟ ଅବଜର୍ଭର ଶ୍ରୀ ପଣ୍ଡା ବିଭିନ୍ନ ଅଞ୍ଚଳରେ ଚାଲିଥିବା ସର୍ବେକ୍ଷଣ କାର୍ଯ୍ୟର ପ୍ରଗତି ସମ୍ପର୍କରେ ସୁପରଭାଇଜରମାନଙ୍କଠାରୁ ତଥ୍ୟ ସଂଗ୍ରହ କରିବା ସହ କାର୍ଯ୍ୟ ସମ୍ପାଦନ ସମୟରେ ସମ୍ମୁଖୀନ ହେଉଥିବା ସମସ୍ୟା ଓ ଅସୁବିଧାଗୁଡ଼ିକ ବିଷୟରେ ପଚାରି ବୁଝିଥିଲେ। ଧାର୍ଯ୍ୟ ସମୟସୀମା ମଧ୍ୟରେ ସଠିକ୍ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ପାଇଁ ସର୍ବେକ୍ଷଣ କାର୍ଯ୍ୟକୁ ଗୁରୁତ୍ୱର ସହ ସମ୍ପାଦନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।ଏହି ବୈଠକରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶିବଶଙ୍କର ସାହୁ ଓ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଶ୍ରୀ ଦେବେନ୍ଦ୍ର ନାୟକଙ୍କ ସମେତ ମାଥିଲି ଓ ଚାଉଳମେନ୍ଦି ବିଏଲ୍ଓ ସୁପରଭାଇଜର ସନ୍ତୋଷ କୁମାର ପୂଜାରୀ ଓ ଧୁଙ୍ଗିଆପୁଟର ସତ୍ୟନାରାୟଣ ଦାଶ, ଚେଡ଼େଙ୍ଗାର ଦେବପ୍ରସାଦ ବିଶ୍ୱାଳ, ତେମୁରୁପାଲିର ସତ୍ୟବ୍ରତ ବେହେରା, ଉଦୁଲିବେଡ଼ାର ମନୋଜ କୁମାର ବେହେରା ଏବଂ BLO ବୁଥ୍ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ l
