ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୟାଶ୍ରାଦ୍ଧ ଦେଲେ ଶ୍ରଦ୍ଧାଳୁ
ବଡ଼ବଡୁଆ ହୋ.. ଅନ୍ଧାରେ ଆସି ଆଲୋକେ ଯାଅ..ଗଙ୍ଗା ଯାଅ,ଗୟା ଯାଅ..ବାଇଶି ପାହାଚେ ଗଡ଼ ଗଡାଉଥାଅ …ଏଭଳି ଧ୍ୱନୀରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିର ସିହଦ୍ୱାର ।ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଆଲୋବର୍ତ୍ତିକା ଦେଖେଇଛନ୍ତି ଶ୍ରଦ୍ଧାଳୁ ।ଆଜି ଆଲୋକର ପର୍ବ ଦିପାବଳୀ। ଅନ୍ଧାର ଉପରେ ଆଲୋକର ବିଜୟ। ପିତୃପକ୍ଷରେ ଧରାପୃଷ୍ଠକୁ ଆସିଥିବା ପିତୃପୁରୁଷ ମାନଙ୍କୁ ଆଜିର ଏହି ପବିତ୍ର ତିଥିରେ କାଉଁରୀଆ କାଠି ଜାଳି ଆଲୁଅରେ ବିଦାୟ ଦିଆଯାଏ। ଏଥିପାଇଁ ଶ୍ରୀମନ୍ଦିର ଆଉ ଶ୍ରୀକ୍ଷେତ୍ରରେ ହଜାରହଜାର ଭକ୍ତ ଓ ଦର୍ଶନାର୍ଥିଙ୍କ ଗହଳି ଜମିଛି।ଏଥିସହିତ ଯେଉଁମାନେ ଆଶ୍ଵିନ ପିତୃପକ୍ଷରେ ଶ୍ରାଦ୍ଧ ଦେଇପାରିନଥାନ୍ତି ସେମାନେ ପୟାଶ୍ରାଦ୍ଧ ସହିତ ଦୀପଦାନ କରି ପିତୃପୁରୁଷଙ୍କୁ ବିଦାୟ ଦେଇଛନ୍ତି।ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ରୋଷଶାଳାର ବାହ୍ୟ ସମ୍ମୁଖ ଭାଗରେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଚାରୋଟି ସ୍ଥାନରେ କାଉଁରୀଆ କାଠି ଜାଳି ଶ୍ରାଦ୍ଧ ଅର୍ପଣ କରିଛନ୍ତି ଭକ୍ତ। ପରମ୍ପରା ଅନୁସାରେ ମହାଳୟା ପରେ ପିତୃପୁରୁଷଙ୍କୁ ପୟାଶ୍ରାଦ୍ଧ ଦିଆଯାଏ। ବଡଦାଣ୍ଡରେ ପୟାଶ୍ରାଦ୍ଧ ଦେଲେ ପିତୃପୁରୁଷ ପ୍ରାପ୍ତ ହୋଇଥାନ୍ତି। ସେପଟେ ଶ୍ରୀକ୍ଷେତ୍ରରେ ପୟାଶ୍ରାଦ୍ଧ କଲେ ଅନେକ ପୁଣ୍ଯ ମିଳିଥାଏ ବୋଲି ବିଶ୍ବାସ ରହିଛି। ବଡଦାଣ୍ଡରେ କାଉଁରୀଆ କାଠି ଜାଳିବା ଶ୍ରାଦ୍ଧ ଅର୍ପଣ କରିବା ଆଉ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ମିଳିଥାଏ।

ତେବେ ଶ୍ରୀକ୍ଷେତ୍ରରେ ପୟାଶ୍ରାଦ୍ଧ କରି ଭକ୍ତମାନେ ବେଶ୍ ଖୁସିବ୍ଯକ୍ତ କରିଥିବା ବେଳେ ପ୍ରଶାସନର ସମସ୍ତ ବ୍ୟବସ୍ଥାକୁ ନେଇ ସ୍ୱାଗତ କରିଛନ୍ତି।,,,ଜଗନ୍ନାଥ ସଂସ୍କୃତି ଗବେଷକମହିଳା ଭକ୍ତଭିଓ-ଏହିଦିନରେ ଦୁଇପ୍ରକାର ଶ୍ରାଦ୍ଧ ଦେଇ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧା ଜ୍ଞାପନ କରିଥାନ୍ତି ଶ୍ରଦ୍ଧାଳୁ ।ସେପଟେ ପୟାଶ୍ରାଦ୍ଧ ସମୟରେ ପୁତ୍ରାଦିଙ୍କୁ ଆଶିର୍ବାଦ ଦେବାପାଇଁ ଏକ ସ୍ତୋତ୍ର ବୋଲାଯାଏ। “ବଡବଡୁଆ ହୋ ଅନ୍ଧାରରେ ଆସି ଆଲୁଅରେ ଯାଅ,ବାଇଶି ପାହାଚେ ଗଡଗଡଉ ଥାଅ, ପୁତ୍ର ପୁତ୍ରାଦିଙ୍କୁ ଅମୃତ ଦୃଷ୍ଟିରେ ଚାହିଁ ଥାଅ। ତେବେ ପୟାଶ୍ରାଦ୍ଧ କରିବା ପାଇଁ କାହିଁ କେତେଦୁରରୁ ଭକ୍ତମାନେ ଶ୍ରୀକ୍ଷେତ୍ରକୁ ଦୌଡି ଆସିଛନ୍ତି। ସେମାନଙ୍କ ଶୃଙ୍ଖଳିତ ଦର୍ଶନ ଓ ପୟାଶ୍ରାଦ୍ଧ ପାଇଁ ସ୍ୱତନ୍ତ୍ର ବ୍ଯବସ୍ଥା କରାଯାଇଛି। ଅଘଟଣକୁ ରୋକିବା ପାଇଁ ବ୍ଯାପକ ପୁଲିସ ,ଅଗ୍ନିଶମ ବିଭାଗ କର୍ମଚାରୀ ମାନଙ୍କୁ ନିୟୋଜିତ କରାଯାଇଛି। ୬ ପ୍ଲାଟୁନ ପୋଲିସ ଫୋର୍ସ ସୁରକ୍ଷା ଦାୟୀତ୍ୱରେ ରହିଛନ୍ତି। ଏଥିସହିତ ନିଆଁ ଜନିତ ଦୁର୍ଘଟଣା ଏଡାଇବା ପାଇଁ ୱଟର କଣ୍ଟେନର ଓ ଦମକଳ ବାହିନି ନିୟୋଜିତ ହୋଇଛନ୍ତି।ବାଇଟ୍5-ପ୍ରଭାତ ରାଉତ ଅଗ୍ନିଶମ ବିଭାଗ ଅଧିକାରୀଆଜି ଶ୍ରୀକ୍ଷେତ୍ରରେ ପୟାଶ୍ରାଦ୍ଧ ଅବସରରେ ବଡବଡୁଆ ଡାକିବା ପାଇଁ ଲକ୍ଷଲକ୍ଷ ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିବା ବେଳେ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି l
