ପୁରୀ 2026ପୁରୀ ସ୍ଥିତ ପିଏମଶ୍ରୀ ବିଶ୍ବମ୍ଭର ବିଦ୍ୟାପୀଠ ଠାରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ 32 ତମ ଜିଲ୍ଲା ଶିଶୁ ବିଜ୍ଞାନ କଂଗ୍ରେସ ଅନୁଷ୍ଠିତ

ଜିଲ୍ଲା ଶିଶୁ ବିଜ୍ଞାନ କଂଗ୍ରେସ , ପୁରୀ 2026ପୁରୀ ସ୍ଥିତ ପିଏମଶ୍ରୀ ବିଶ୍ବମ୍ଭର ବିଦ୍ୟାପୀଠ ଠାରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ 32 ତମ ଜିଲ୍ଲା ଶିଶୁ ବିଜ୍ଞାନ କଂଗ୍ରେସ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପ୍ରତିଯୋଗିତା ରେ 148 ଟି ସନ୍ଦର୍ଭ ପଞ୍ଜୀକୃତ ହୋଇଥିବା ବେଳେ 60 ଟି ବିଦ୍ୟାଳୟ ର ଛାତ୍ରଛାତ୍ରୀ ତଥା ସେମାନଙ୍କ ମାର୍ଗଦର୍ଶକ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ। ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ର ଜିଲ୍ଲା ସଂଯୋଜିକା ପ୍ରିୟଦର୍ଶିନୀ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ପିଏମଶ୍ରୀ ବିଶ୍ବମ୍ଭର ବିଦ୍ୟାପୀଠ ର ପ୍ରଧାନ ଶିକ୍ଷକ ଶ୍ରୀମତୀ ଶୁଭଶ୍ରୀ ଦାଶ , ସମ୍ମାନିତ ଅତିଥିଭାବେ ପୁରୀ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଶ୍ରୀଯୁକ୍ତ ଉମାକାନ୍ତ ମିଶ୍ର ମହୋଦୟ, ଜିଲ୍ଲା ଏକାଡେମିକ ସଂଯୋଜକ ଶ୍ରୀଯୁକ୍ତ ସୁଶୀଲ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ବିଦ୍ୟାଳୟ ର ସହକାରୀ ଶିକ୍ଷୟତ୍ରୀ ଶ୍ରୀମତୀ ରଶ୍ମିତା ଦାଶ ମଞ୍ଚ ପରିଚାଳନା କରିଥିଲେ। ପ୍ରତିଯୋଗିତା ରେ ବିଚାରକ ଭାବେ ପୂର୍ବତନ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରମୋଦ କୁମାର କର, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁରେନ୍ଦ୍ରନାଥ ଦାଶ, ଶ୍ରୀଯୁକ୍ତ ପ୍ରଭାସ ମିଶ୍ର ଏବଂ ଶ୍ରୀଯୁକ୍ତ ନିରଞ୍ଜନ ପତି ଯୋଗ ଦେଇଥିଲେ। “ନିରନ୍ତରତା ପାଇଁ ବୈଜ୍ଞାନିକ ନବ ସୃଜନ ” ବିଷୟ ବସ୍ତୁ ଉପରେ 5 ଟି ଉପ ବିଷୟ ଆଧାରରେ ଛାତ୍ରଛାତ୍ରୀ ମାନେ ନିଜ ନିଜ ର ବୈଜ୍ଞାନିକ ଗବେଷଣା ଲବ୍ଧ ସଂଦର୍ଭ ଉପସ୍ଥାପନ କରିଥିଲେ ।ଉଦଯାପନୀ ଉତ୍ସବରେ ପୁରୀ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଉମାକାନ୍ତ ମିଶ୍ର ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ରାଜ୍ୟ ସ୍ତରକୁ ଉନ୍ନୀତ ହୋଉଥିବା 7 ଜଣ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ପ୍ରମୋଦ କୁମାର କର ଓ ପ୍ରଭାସ ମିଶ୍ର କୃତି ପ୍ରତିଯୋଗୀମାନଙ୍କୁ ଆହୁରି ଅଧିକ ଭଲ କରିବା ପାଇଁ ଯଥୋଚିତ ପରାମର୍ଶ ଦେଇଥିଲେ. କୃତୀ ପ୍ରତିଯୋଗୀ ମାନେ…ପିଏମଶ୍ରୀ ବିଶ୍ଵମ୍ବର ବିଦ୍ୟାପୀଠର ଅର୍ପିତା ପ୍ରିୟଦର୍ଶିନୀ , ପିଏମଶ୍ରୀ ଜି ଏମ୍ ହାଇସ୍କୁଲ୍ର ର ସ୍ନେହାଶ୍ରୀ ଦାସ, ପିଏମଶ୍ରୀ ଜିଲା ସ୍କୁଲ ର ଗୌତ୍ତମ କୁମାର ନାୟକ, ସରକାରୀ ughs ବୀରବଳଭଦ୍ରପୁର ର ପ୍ରିୟଙ୍କା ପ୍ରିୟଦର୍ଶିନୀ ବେହେରା, ପିଏମଶ୍ରୀ କାକଟପୁର ଉଚ୍ଚ ବିଦ୍ୟାଳୟ ର ଆଶୀୟା ପରବିନ୍ ,oav ଡେଲାଙ୍ଗ ର ସୁକନ୍ୟା ସୁକୁମାରୀ ସାହୁ ରାଜ୍ୟ ସ୍ତରକୁ ଉନ୍ନୀତ ହୋଇଥିଲେଶେଷରେ ପ୍ରିୟଦର୍ଶିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *