ସାଇବର ଠକେଇ ବିରୋଧରେ ପୁରୀ ପୋଲିସର ବଡ଼ ପଦକ୍ଷେପ
ପ୍ରେସ୍ ବିଜ୍ଞପ୍ତି
ସାଇବର ଠକେଇ ବିରୋଧରେ ପୁରୀ ପୋଲିସର ବଡ଼ ପଦକ୍ଷେପ: ୫୦ଟି ନକଲି ହୋଟେଲ୍ ୱେବସାଇଟ୍ ଓ ୪୨ଟି ମୋବାଇଲ୍ ନମ୍ବର ବନ୍ଦ
ପୁରୀ ଜିଲ୍ଲାରେ ପର୍ଯ୍ୟଟକ ଓ ସାଧାରଣ ଜନତାଙ୍କୁ ଅନଲାଇନ୍ ହୋଟେଲ୍ ବୁକିଂ ନାମରେ ସାଇବର ଠକେଇରୁ ସୁରକ୍ଷା ଦେବା ନିମନ୍ତେ ପୁରୀ ପୋଲିସ ପକ୍ଷରୁ ନିରନ୍ତର ପଦକ୍ଷେପ ଗ୍ରହଣ କରାଯାଉଛି।
ଏହି କ୍ରମରେ, ଅଗଷ୍ଟ ୨୦୨୬ ଠାରୁ ଆଜି ପର୍ଯ୍ୟନ୍ତ ପୁରୀ ସାଇବର ଥାନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ୫୦ଟି ନକଲି ହୋଟେଲ୍ ବୁକିଂ ୱେବସାଇଟ୍ ଏବଂ ଉକ୍ତ ୱେବସାଇଟ୍ଗୁଡ଼ିକରେ ବ୍ୟବହୃତ ୪୨ଟି ନକଲି ମୋବାଇଲ୍ ନମ୍ବରକୁ ବନ୍ଦ କରାଯାଇଛି।
ସାଇବର ଠକମାନେ ନକଲି ହୋଟେଲ୍ ୱେବସାଇଟ୍ ଓ ମୋବାଇଲ୍ ନମ୍ବର ମାଧ୍ୟମରେ ପର୍ଯ୍ୟଟକମାନଙ୍କୁ ଟାର୍ଗେଟ୍ କରି ଅନଲାଇନ୍ ବୁକିଂ ନାମରେ ଆର୍ଥିକ ଠକେଇ କରିଥାନ୍ତି। ଏଭଳି ଠକେଇକୁ ରୋକିବା ଏବଂ ଜନସାଧାରଣଙ୍କୁ ସାଇବର ଅପରାଧରୁ ସୁରକ୍ଷିତ ରଖିବା ଦିଗରେ ପୁରୀ ସାଇବର ଥାନାର ଏହି ପଦକ୍ଷେପ ଜାରି ରହିଛି।
ପୁରୀ ପୋଲିସ ପକ୍ଷରୁ ପର୍ଯ୍ୟଟକ ଓ ସାଧାରଣ ଜନତାଙ୍କୁ ଅନୁରୋଧ କରାଯାଉଛି ଯେ, ହୋଟେଲ୍ ବୁକିଂ ସମୟରେ କେବଳ ଅଧିକୃତ ଓ ବିଶ୍ୱସନୀୟ ୱେବସାଇଟ୍ ବ୍ୟବହାର କରନ୍ତୁ। ଅଜଣା ଲିଙ୍କ୍ରେ କ୍ଲିକ୍ କରନ୍ତୁ ନାହିଁ ଏବଂ ଯାଞ୍ଚ ନକରି କୌଣସି ଅଜଣା ଆକାଉଣ୍ଟକୁ ଅର୍ଥ ପଠାନ୍ତୁ ନାହିଁ ।
ସାଇବର ସଚେତନତା ହିଁ ସାଇବର ଠକେଇରୁ ସୁରକ୍ଷାର ପ୍ରଥମ ପଦକ୍ଷେପ।
ପୁରୀ ପୋଲିସ
