ନଦୀରେ ବୁଡିଯାଉଥିବା ପୁଅକୁ ଉଦ୍ଧାର କରିବା ବେଳେ..ମା ଙ୍କ ମୃତ୍ୟୁ

ପୁରୀ:-11/11/2026:- ଦଶାହ କାର୍ଯ୍ୟରେ ଯୋଗଦେବାକୁ ଆସି ନଦୀରେ ବୁଡ଼ି ମାଆଙ୍କର ମୃତ୍ୟୁ ଘଟିଛି।ପୁରୀ ଜିଲ୍ଲା ଗୋପ ବ୍ଲକ କୁଶଭଦ୍ରା ନଦୀରେ ମର୍ମନ୍ତୁଦ ଦୁର୍ଘଟଣା। ଦଶାହ କାର୍ଯ୍ୟରେ ଯୋଗଦେବାକୁ ଆସିନଦୀରେ ବୁଡ଼ି ମାଆଙ୍କର ମୃତ୍ୟୁ ସୂଚନା ମୁତାବକ, ରାଉରକେଲାରୁ ସ୍ୱାଗତିକା ପୃଷ୍ଟି ଏବଂ ତାଙ୍କ ପୁଅ ପୁରୀ ଜିଲ୍ଲା ଗୋପ ବ୍ଲକ ବଣିଆସାହିରେ ଏକ ଦଶାହ କାର୍ଯ୍ୟରେ ଯୋଗଦେବା ପାଇଁ ଆସିଥିଲେ। ଗ୍ରାମ ନିକଟସ୍ଥ କୁଶଭଦ୍ରା ନଦୀକୁ ସେମାନେ ଗାଧୋଇବାକୁ ଯାଇଥିବା ସମୟରେ ଅସାବଧାନତା ବଶତଃ ପୁଅର ଗୋଡ଼ ଖସିଯାଇ ନଦୀ ଗର୍ଭକୁ ଚାଲିଯାଇଥିଲା। ପୁଅକୁ ବଞ୍ଚାଇବାକୁ ଯାଇ ମାଆ ସ୍ୱାଗତିକା ନଦୀରେ ବୁଡ଼ି ଯାଇଥିଲେ।ପାଖରେ ଥିବା ସମ୍ପର୍କୀୟ ଓ ସ୍ଥାନୀୟ ଲୋକେ ତତ୍ପରତା ପ୍ରକାଶ କରି ପୁଅକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ, କିନ୍ତୁ ମାଆ ନିଖୋଜ ହୋଇଯାଇଥିଲେ। ଖବର ପାଇ ଗୋପ ଅଗ୍ନିଶମ ବାହିନୀ ଓ ଗ୍ରାମବାସୀ ମିଳିତ ଭାବେ ତଲାସୀ ଅଭିଯାନ ଚଳାଇଥିଲେ। ପ୍ରାୟ ଏକ ଘଣ୍ଟାର ଖୋଜାଖୋଜି ପରେ ସ୍ୱାଗତିକାଙ୍କୁ ଉଦ୍ଧାର କରାଯାଇଥିଲା ପରେ ତୁରନ୍ତ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।ଏହି ଅଭାବନୀୟ ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଖବର ପାଇ ଗୋପ ତହସିଲଦାର ଓ ଗୋପ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିବାବେଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଗୋପ ମେଡିକାକରେ ପହଞ୍ଚି ମୃତ ଶାରୀରକୁ ଦେଖି ଶୋକାବ୍ୟକ୍ତ କରିବା ସହିତ ଶୋକସଙ୍କପ୍ତ ପରିବାରଙ୍କୁ ଜରୁରୀ କାଳୀନ ପାଣ୍ଠିରୁ ୮ଲକ୍ଷ ଟଙ୍କା ସହାୟତା ଦେବାପାଇଁ ଗୋପ ତହସିଲଦାରଙ୍କୁ ନିର୍ଦ୍ଧେଶ ଦେଲେ।

Leave a Reply

Your email address will not be published. Required fields are marked *