ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ହେବ- ୬ ଲେନ୍

ରଥଯାତ୍ରା ହେଉ ଅବା ସୁନାବେଶ ,ଅଥବା କେବେ କେବେ ଶନିବାର ରବିବାର ରାତି। ଜଗାଦର୍ଶନ ପାଇଁ,ଲକ୍ଷଲକ୍ଷ ସଂଖ୍ୟାରେ ଶ୍ରଦ୍ଧାଳୁ ପୁରୀ ଆସୁଥିବାରୁ ପୁରୀ – ଭୁବନେଶ୍ୱର ଜାତୀୟ ରାଜପଥରେ ଘଣ୍ଟାଘଣ୍ଟାର ଟ୍ରାଫିକ ଜାମ୍ ଦେଖିବାକୁ ମିଳୁଛି ।ଯାହାଫଳରେ ଦହଗଞ୍ଜ ହେଉଛନ୍ତି ଗାଡ଼ି ଚାଳକ,ଶ୍ରଦ୍ଧାଳୁ,ପର୍ଯ୍ୟଟକ ।ପିପିଲି ଟୋଲଗେଟ୍ ହେଉ ଅବା ଶାତସଂଖ ବଜାର,ନଚେତ୍ ମାଳତୀପାଟପୁର ରାସ୍ତାରେ ଘଣ୍ଟା ଘଣ୍ଟାର ଜାମ୍ ରୁ ଏବେ,ମିଳିବ ମୁକ୍ତି ।ପୁରୀ – ଭୁବନେଶ୍ୱର ଜାତୀୟ ରାଜପଥ ହେବ ୬ ଲେନ୍ ବିଶିଷ୍ଟ ।କମିବ ଭୁବନେଶ୍ୱରରୁ ପୁରୀ ଯାତାୟତ ସମୟ । ମାତ୍ର,୪୫ ମିନିଟ୍ ରେ ଭୁବନେଶ୍ୱରରୁ ପୁରୀ ପହଞ୍ଚିବେ ଶ୍ରଦ୍ଧାଳୁ ପର୍ଯ୍ୟଟକ।ଜାତୀୟ ରାଜପଥ ପାଇଁ ଆରମ୍ଭ ହୋଇଛି ମାଟି ପରୀକ୍ଷଣ।ପୁରୀ – ଭୁବନେଶ୍ୱର 316 ରାଜପଥର ପଟନାୟିକିଆ ,ସାତସଙ୍ଖ,ଚନ୍ଦନପୁର ବାଇପାସ୍ ରୋଡ୍ ରେ ମାଟି ପରୀକ୍ଷଣ ଆରମ୍ଭ ହେବାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ସାହ ଦେଖିବାକୁ ମିଳିଛି।ଜିଓ ଡିଜାଇନ୍ ଆଣ୍ଡ ରିସର୍ଚ୍ଚ ପ୍ରାଇଭେଟ୍ ଲିମିଟେଡ ପକ୍ଷରୁ ମାଟି ପରୀକ୍ଷଣ ଆରମ୍ଭ ହେବାପରେ ୬ ଲେନ ବିଶିଷ୍ଟ ରାଜପଥ ପାଇଁ ପଥ ପରିଷ୍କାର ହେଉଛି। ଯାହାକୁ ସବୁରି ମହଲରୁ ସ୍ୱାଗତ କରାଯାଇଛି।ଗତ ରଥଯାତ୍ରାରେ ଯେପରି ଭାବରେ ୫ମିଲିୟନ ଭକ୍ତଙ୍କୁ ସ୍ଵାଗତ କରିଥିଲା ପୁରୀ।ତାହାକୁ ନଜରରେ ରଖି ଏହା ଅତ୍ୟନ୍ତ ଦୂରଦୃଷ୍ଟି ସମ୍ପନ୍ନ ଯୋଜନା ହେବ ।କେବଳ ଟ୍ରାଫିକ ଜାମ୍ ନୁହେଁ ଜାତୀୟ ରାଜପଥରେ ବାରମ୍ବାର ଘଟୁଥିବା ଦୁର୍ଘଟଣାକୁ ଏହି ୬ ଲେନ ବିଶିଷ୍ଟ ରାସ୍ତା ରୋକିପାରିବ ବୋଲି ମତ ପ୍ରକାଶ ପାଇଛି ।ଜିଲ୍ଲାପାଳ କହିଛନ୍ତି ,ସ୍ଥାନେ ସ୍ଥାନେ ଏହା ୮ ଲେନ ବିଶିଷ୍ଟ ହେବ ।କେତେକ ସ୍ଥାନରେ ଦୁଇଟି କରି ଏଲିଭେଟର ରହିବ ।ୱେ ସାଇଡ ସୁବିଧା ସହ ,ପିପିଲି ଭଳି ସ୍ଥାନରେ ଚାନ୍ଦୁଆ ଆଦି ଦେଖିବାର ସୁଯୋଗ ମିଳିବ ।ଭକ୍ତ ପର୍ଯ୍ୟଟକଙ୍କୁ ରାସ୍ତା ପାର୍ଶ୍ୱରେ ଶୌଚାଳୟ ଠାରୁ ଆରମ୍ଭ କରି ବିଭିନ୍ନ ସୁବିଧା ଯୋଗାଇ ଦିଆଯିବ କହିଛନ୍ତି ଜିଲ୍ଲାପାଳ ।-ଭୁବନେଶ୍ୱର-କଟକ-ପୁରୀ-ପାରାଦୀପକୁ ନେଇ ମେଟ୍ରୋପଲିଟାନ୍ ରିଜିଅନ୍ ପ୍ରସ୍ତୁତିରେ ଏହି ପଦକ୍ଷେପ ବିଶେଷ ସହାୟକ ହେବା ସହ ପୁରୀର ଅର୍ଥନୀତିକୁ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି l

Leave a Reply

Your email address will not be published. Required fields are marked *