ଶରଧାବାଲିରେ ନବମ କଳିଙ୍ଗ କିଡ୍ସ ଫେଷ୍ଟ ଆୟୋଜିତ
ପୁରୀ ତା୧୩/୧୧ – ଶିଶୁ ପବିତ୍ର ଓ ନିଷ୍ଠାପର।ତେଣୁ ଶିଶୁଙ୍କ ଭିତରେ ସମାଜ ଈଶ୍ୱରଙ୍କୁ ଅନୁଭବ କରିଥାଏ। ଶିଶୁ ସର୍ବଦା ସ୍ନେହ,ଆଦର, ଯତ୍ନ, ଓ ସୁରକ୍ଷା ପୋଡିଯାଏ।ଆନନ୍ଦମୟ ଶିକ୍ଷା ଶିଶୁର ମୌଳିକ ଅଧିକାର। ତେଣୁ ଶିଶୁର ସାମଗ୍ରିକ ବିକାଶ ଗୋଟିଏ ସଭ୍ୟତାର ମୌଳିକ ଦାୟିତ୍ୱ ବୋଲି ନବମ କଳିଙ୍ଗ କିଡ୍ସ ଫେଷ୍ଟ ଅବସରରେ ଅତିଥିମାନେ ମତପ୍ରକାଶ କରିଛନ୍ତି। କ୍ଷେତ୍ରମୋହନ ଫାଉଣ୍ଡେସନ ଏବଂ କଳିଙ୍ଗ ସ୍ମାର୍ଟ ସ୍କୁଲ ର ମିଳିତ ଆନୁକୁଲ୍ୟରେ ଶରଧାବାଲି ଠାରେ ସନ୍ଧ୍ୟାରେ କଳିଙ୍ଗ କିଡ୍ସ ଫେଷ୍ଟକୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଓସେପାର ଯୁଗ୍ମ ନିର୍ଦ୍ଦେଶିକା ଶ୍ରୀମତୀ ମମତା ମିଶ୍ର ଉଦଘାଟନ କରିଥିଲେ। ଶିଶୁମାନଙ୍କର ମାନସିକ ଓ ଶାରିରୀକ ବିକାଶ ତଥା ସେମାନଙ୍କ ଭିତରେ ଥିବା ଲୁପ୍ତ ପ୍ରତିଭାର ବିକାଶ ପାଇଁ ଅଭିଭାବକ ଓ ସମାଜର ଗୁରୁ ଦାୟିତ୍ବ ରହିଛି ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ମନୋଜ କୁମାର ତ୍ରିପାଠୀ,ଦି ବେଲ୍ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସିଦ୍ଧାର୍ଥ ରାୟ, ଆଇନଜୀବୀ ଦିଗମ୍ବର ବେହେରା, ସମାଜସେବୀ ଶ୍ରୀଯୁକ୍ତ ମନୋଜ କୁମାର ରଥ,ସମାଜସେବୀ ଶ୍ରୀମତୀ ସୁସ୍ମିତା ସାହୁ, ସାମ୍ବାଦିକ ଶ୍ରୀଯୁକ୍ତ ବିଜୟ କୁମାର ମିଶ୍ର, ଶିଶୁ ସମାଚାର ସମ୍ପାଦକ ଶ୍ରୀଯୁକ୍ତ ସୁକାନ୍ତ କୁମାର ପଣ୍ଡା, ସମାଜସେବୀ ଶ୍ରୀଯୁକ୍ତ ଜିତେନ୍ଦ୍ର ମହାପାତ୍ର, ସମାଜସେବୀ ଶ୍ରୀଯୁକ୍ତ ଅମରେନ୍ଦ୍ର ପାଇକରାୟ, ସମାଜସେବୀ ଶ୍ରୀଯୁକ୍ତ ଗଣେଶ୍ୱର ମହାସୁଆର ପ୍ରମୁଖ ସମ୍ମାନୀତ ଅତିଥି ରୂପେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶିଶୁ ପୁଣ୍ୟ ଓ ପବିତ୍ର,ଶିଶୁଟିଏ ତାର ପୂର୍ଣ୍ଣାଙ୍ଗ ବିକାଶ ନିମନ୍ତେ ସମାଜ ଉପରେ ନିର୍ଭରଶୀଳ। ତେଣୁ ଶିଶୁ ସଭ୍ୟ ସମାଜ ନିକଟରୁ ସ୍ନେହ,ଯତ୍ନ,ସେବା,ଶିକ୍ଷା ଓ ସଂସ୍କାର ଚାହୁଁଥାଏ।ସଭ୍ୟ ସମାଜ ଏହା ଉପରେ ବିଶେଷ ଭାବରେ ଅଭିଭାବକ ମାନେ ଗୁରୁତ୍ବପୂର୍ଣ୍ ଭୂମିକା ଗ୍ରହଣ କରିବେ ବୋଲି ଅତିଥିମାନେ ଆଶା କରିଥିଲେ।

ପ୍ରାରମ୍ଭରେ କଳିଙ୍ଗ ସ୍ମାର୍ଟ ସ୍କୁଲ ର ପ୍ରତିଷ୍ଠାତା ସମାଜସେବୀ ଲାୟନ ସଞ୍ଜୟ କୁମାର ପ୍ରଧାନ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ସମାଜସେବୀ ଶ୍ରୀଯୁକ୍ତ ଚକ୍ରଧର ମହାପାତ୍ର ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଏହି ଅବସରରେ ବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଭା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଉତ୍କର୍ଷ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଛି। ସେହିପରି ମାଆ ମାନଙ୍କ ମଧ୍ୟରେ ସୁପର ମମ ପ୍ରତିଯୋଗିତାରେ ଭାଗ ନେଇ ସଫଳ ହୋଇଥିବା ଶ୍ରୀମତୀ ସୁବାସିନୀ ମହାପାତ୍ର ଙ୍କୁ ସୁପର ମମ ଭାବେ ସମ୍ମାନିତ ଆଉ ୧୪ ଜଣ ମାଆଙ୍କୁ ବେଷ୍ଟ ମମ ଭାବେ ସମ୍ମାନିତ କରାଯାଇଥିଲା।ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ସମେତ ଅନୁଷ୍ଠାନ କୁ ମାନପତ୍ର, ଉତ୍ତରୀୟ ସହିତ ଫଳକ ଦେଇ ଅତିଥିମାନେ ସମ୍ମାନିତ କରିଥିଲେ। ଶିକ୍ଷା କ୍ଷେତ୍ରରେ ମମତା ମିଶ୍ରଙ୍କୁ କଳିଙ୍ଗ ଶିକ୍ଷା ଗୌରବ ସମ୍ମାନ, ପ୍ରମୋଦ ପ୍ରଧାନଙ୍କୁ କଳିଙ୍ଗ ଉଦ୍ୟୋଗ, ବିଶିଷ୍ଟ ସଂଗଠକ ସ୍ୱାଧୀନ କୁମାର ପଣ୍ଡା ଓ ସଞ୍ଜିବ ମହାନ୍ତି ତଥା ବିନାୟକ ଶିକ୍ଷା ମନ୍ଦିର କୁ କଳିଙ୍ଗ ସେବା ସମ୍ମାନ, ଅକ୍ଷୟ କୁମାର ମିଶ୍ରଙ୍କୁ କଳିଙ୍ଗ ଗଣମାଧ୍ୟମ ସମ୍ମାନ ରେ ସମ୍ମାନିତ କରାଯାଇଥିଲା।ବିଶ୍ୱ ରେକର୍ଡ ଅଧିକାରୀ ଅସାଧାରଣ ଜ୍ଞାନର ଅଧିକାରୀ ଛାତ୍ର ଲଗ୍ନ ଲୋକିତ ତ୍ରିପାଠୀଙ୍କୁ କଳିଙ୍ଗ ଶିଶୁ ପ୍ରତିଭା ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ସମସ୍ତ ପ୍ରତିଯୋଗିତାର ବିଚାରପତି ମାନଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା।ମହୋତ୍ସବ କୁ କଳିଙ୍ଗ ସ୍ମାର୍ଟ ସ୍କୁଲ ପ୍ରିନ୍ସପାଲ ପ୍ରଜ୍ଞା ଶୁଭମିତା ପ୍ରତିହାରୀ ସଂଯୋଜନା କରିଥିଲେ।ଅନୁଷ୍ଠାନର ପରାମର୍ଶଦାତା ଅଧିବକ୍ତା ଦିଗମ୍ବର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ମହୋତ୍ସବ କୁ ଦେବେନ୍ଦ୍ର ପ୍ରଧାନ, ଅନିଲ ସାହୁ, ବିପ୍ଳବ କିଶୋର ରଥ ରବିନାରାୟଣ ପୃଷ୍ଟି, ଜଗନ ରେଡି, ସଂଯୁକ୍ତା ମହାପାତ୍ର ବନିତା ଦୀକ୍ଷିତ ବିଶ୍ୱଜିତା ମିଶ୍ର, ବିଶ୍ୱାଳ ତନୁଜା ପ୍ରସନ୍ନ, ମନ୍ଦାକିନୀ ପରିଡା, ଶୁଭସ୍ମିତା ପ୍ରଧାନ, ସନ୍ଧ୍ୟାରାଣୀ ବାରିକ, କଳ୍ପନା ରଞ୍ଜିତ, ଶୁଚିସ୍ମିତା ପ୍ରତିହାରୀ, ଚିନ୍ମୟୀ ଦାସ, ବିପିନ ଭୋଇ ପ୍ରମୁଖ ପରିଚାଳନା କରିଥିଲେ।।
