ସମ୍ପର୍କ
“ସମ୍ପର୍କ”
ରଜନୀକାନ୍ତ ରଥ, ରାଜନଗର।
ସମ୍ପର୍କ ର ମାୟା ରେ ଆମେ
ସମସ୍ତେ ବାୟା।
ବାପା ମାଆ ପରିବାର ର ସମ୍ପର୍କ
ଅଟଇ ନିଆରା।
ବନ୍ଧୁ ପରିଜନ ମାନଙ୍କୁ ଆମେ
ଦେଖୁ ଭିନ୍ନ ଏକଭାବେ।
ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ
ଅଟଇ ମଧୁର ।
ସମ୍ପର୍କରେ ଲୁଚି ଥାଏ କିଛି
ଅକୁହା କଥା।
ଉତ୍ତମ ବୁଝାବଣା ବଢାଏ
ସମ୍ପର୍କର ମାୟା ଜାଲ ।
ବାପା ମାଆ ଆମକୁ ବଢାନ୍ତି
ମୁଣ୍ଡଝlଳ ତୁଣ୍ଡରେ ମାରି ।
ପୁଅ ବଡ଼ ହୋଇ ବାହା ହୁଏ
ଏହା ତ ବିଧିର ବିଧାନ ।
ମାତ୍ର ସମ୍ପର୍କ ରେ ଆସଇ
ବେଳେ ବେଳେ ଫାଟ ।
ପୁଅ ବୋହୂ ପାଶୋରି ପକାନ୍ତି
ନିଜର କର୍ତ୍ତବ୍ୟ ।
ସ୍ୱାର୍ଥରେ ଅନ୍ଧ ହୋଇଯାଇ
ଚାଲନ୍ତି ନିଜର ବାଟରେ ।
ମୁଣ୍ଡରେ ହାତ ଦେଇ ବସନ୍ତି
କର୍ମକୁ ଆଦରି ।
ଅର୍ଥ କରିଦିଏ ସଭିଙ୍କୁ ବାଟବଣା
ସମ୍ପର୍କରେ ଆସଇ ଫାଟ ।
ସ୍ବାର୍ଥ ସର୍ବସ୍ବ ମଣିଷ ଭୁଲିଯାଏ
ଭାଇ ବନ୍ଧୁ କୁଟୁମ୍ବକୁ।
