ନିର୍ବାଣ
ନିର୍ବାଣ
(କବି କେଶବ ଚନ୍ଦ୍ର ନାୟକ)
………………………………
ଗୋଡେଇଛି ଯମ
ମୋ ପଛେ ପଛେ
ମୁଁ କେତେ ଦୂର ଧାଇଁବି
ବଞ୍ଚାଇବାକୁ ପ୍ରାଣ….!!
ବୟସ ଯେମିତି ବଢୁଛି
ଦୁରାରୋଗ୍ୟ ମୋ ଭିତରେ ବଢୁଛି
ବଟିକା ଗିଳି ଗିଳି
ଚିକିତ୍ସା କରି କରି କ୍ଳାନ୍ତ…..!!
ମନର ସବୁ ଆଶା ମଉଳି ଗଲା ପରେ
କଣ ଅଛି: ଜୀଇଁବାର ରାହା…
ଦିନେ ନା ଦିନେ ଯିବାକୁ ହେବ
ଏହି ଇନିଛାକୃ ପଥରେ
ଯୋଉମାନେ ଆସିଥିଲେ ସବୁ
ଏକ ପରେ ଅନେକ ଗଲେଣି…..!!
ବେଳେ ବେଳେ ଅବଶୋଷ ଲାଗେ
ଜୀବନକୁ ନେଇ…..
ଜୀବନ ସତରେ ଏକ ଯନ୍ତ୍ରଣା ପୂର୍ଣ୍ଣ
ତଥାପି ମଣିଷ ଭିତରେ
ସେଇ ଅହଂକାର ପ୍ରବୃତ୍ତି ଜୀବିତ…..!!
ମୋହ ମାୟା ବନ୍ଧନ ଭିତରେ
ଜଡ଼ିତ ହୋଇ ହୋଇ
କେବେ ଜଡ ହୋଇ ଯିବ
ଆଉ ଏତେ ବଡ ଦେହଟା
ମୁଠାଏ ପାଉଁଶ ହୋଇଯିବ
ମାଟିରେ ମିଶି
ହରାଇବ ଚିହ୍ନ ବର୍ଣ୍ଣ….!!
ଯମ ବୋଧେ ପାଖେଇ ଆସିଲାଣି
ମୁଁ ଏବେ ନିରବ ନିଶ୍ଚଳ
ଧାଇଁ ପାରୁନି ପୂର୍ବ ପରି
ଜୀଇଁବାର ଅଭିଳାଷ ନେଇ
କ୍ଳାନ୍ତ ଶରୀରେ ଅପେକ୍ଷା କରିଛି
ମୋ ରୋଗ ଶଯ୍ୟାରେ…..!!
ଡାକ୍ତର ପରାମର୍ଶ
ଆଧୁନିକ ଚିକିତ୍ସାର କରାମତି
ସବୁ ବିଫଳ ହେଲା ପରେ
ମୁଁ ଏବେ ଯମକୁ ଭୟ କରି
ଯିବି କୁଆଡ଼େ…..?
ଅପେକ୍ଷା କରିଛି
ଯମ କେବେ ଆସିବ ଓହ୍ଲାଇ
ଆକାଶ ମାର୍ଗରୁ
ମଇଁଷି ପିଠିରେ ବସି
ନେଇ ଯିବ ଏଇ ଅଦୃଶ୍ୟ ଆତ୍ମାକୁ
ତାହା ହିଁ ନିର୍ବାଣ ମୋ ପାଇଁ….!!
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋବାଇଲ ନମ୍ବର:୯୪୩୭୭୭୯୪୪୭
