ସାମୁଦ୍ରିକ ଝଡ଼ ‘ଆକଭାନ’ (Akvan) ଦୃଷ୍ଟିରୁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ୬ଟି ମାଛଧରା ଡଙ୍ଗାକୁ ନିରାପଦ ଆଶ୍ରୟ ପ୍ରଦାନ

ପାରାଦୀପ, ୧୯ ନଭେମ୍ବର ୨୦୨୬: ସାମୁଦ୍ରିକ ଝଡ଼ ‘ଆକଭାନ’ (Akvan) ପ୍ରଭାବରେ ସୃଷ୍ଟି ହୋଇଥିବା ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି, ସମୁଦ୍ର ମଧ୍ୟରେ ଧନଜୀବନ ସୁରକ୍ଷିତ ରଖିବା ପାଇଁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ (PPA) ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ୨୪ ଘଣ୍ଟିଆ ସତର୍କତା ଅବଲମ୍ବନ କରିଛନ୍ତି।ଏହାର ମାନବୀୟ ତଥା ସୁରକ୍ଷା ପଦକ୍ଷେପର ଅଂଶବିଶେଷ ସ୍ୱରୂପ, ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ମୋଟ ୫୪ ଜଣ ମତ୍ସ୍ୟଜୀବୀଙ୍କୁ ନେଇ ଆସିଥିବା ୬ଟି ମାଛଧରା ଡଙ୍ଗାକୁ ପାରାଦୀପ ବନ୍ଦରର EQ-2 ବର୍ଥରେ ନିରାପଦ ଆଶ୍ରୟ ପ୍ରଦାନ କରିଛନ୍ତି।ସମସ୍ତ ୬ଟି ମାଛଧରା ଡଙ୍ଗା ଏବଂ ସେଥିରେ ଥିବା ୫୪ ଜଣ କର୍ମଚାରୀଙ୍କୁ ବନ୍ଦର ପରିସର ମଧ୍ୟରେ ସୁରକ୍ଷିତ ଭାବେ ରଖାଯାଇଛି।ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଅଧ୍ୟକ୍ଷ ଶ୍ରୀ ସୁଶାନ୍ତ କୁମାର ପୁରୋହିତ (IRSEE)ଙ୍କ ମାର୍ଗଦର୍ଶନରେ, ବନ୍ଦର ପ୍ରଶାସନ ପକ୍ଷରୁ ପାଣିପାଗ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ଏବଂ ପ୍ରତିକୂଳ ପାଗ ସମୟରେ ମତ୍ସ୍ୟଜୀବୀ ସମ୍ପ୍ରଦାୟକୁ ଆବଶ୍ୟକୀୟ ସହାୟତା ଯୋଗାଇ ଦେବା ପାଇଁ ବନ୍ଦର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।ଏହି ସକ୍ରିୟ ପଦକ୍ଷେପ ମାନବୀୟ ସହାୟତା, ସାମୁଦ୍ରିକ ସୁରକ୍ଷା, ଜରୁରୀକାଳୀନ ପ୍ରସ୍ତୁତି ଏବଂ ସମୁଦ୍ରରେ ମୂଲ୍ୟବାନ ଜୀବନ ରକ୍ଷା କରିବା ପ୍ରତି ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।ସମୁଦ୍ର ମଧ୍ୟରେ ପ୍ରତ୍ୟେକଟି ଜୀବନର ସୁରକ୍ଷା ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ସର୍ବୋଚ୍ଚ ପ୍ରାଥମିକତା ହୋଇ ରହିଆସିଛି।

Leave a Reply

Your email address will not be published. Required fields are marked *