ଆଚାର୍ଯ୍ୟ ହରିହର ଶିଶୁ ଭବନର ଅନ୍ତେବାସୀ ଙ୍କ ରାଧା ପାଦ ଦର୍ଶନ।
ପୁରୀ ୧୮/୧୧ ପବିତ୍ର ଅଁଳା ନବମୀ ଓ ରାଧା ପାଦ ଦର୍ଶନ ଅବସରରେ ସାକ୍ଷୀ ଗୋପାଳ ମନ୍ଦିର ଚଳ ଚଂଚଳ ହୋଇ ଉଠିଥିବା ବେଳେ ହଜାର ହଜାର ଶ୍ରଦ୍ଧାଳୁ ସେମାନଙ୍କ ଭକ୍ତି ନୈବେଦ୍ୟ ଅର୍ପଣ କରିଛନ୍ତି।ଏହି ଅବସରରେ ଆଚାର୍ଯ୍ୟ ହରିହର ଶିଶୁ ଭବନ ପରିସରରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା ଆଚାର୍ଯ୍ୟ ହରିହର ଶିଶୁ ଭବନରେ ପହଞ୍ଚି ପିଲା ମାନଙ୍କ ସହ ମିଶି ଥିଲେ।ପିଲା ମାନଙ୍କ ସୁବିଧା ଅସୁବିଧା ଓ ଆବଶ୍ୟକତା ସମ୍ପର୍କରେ ଶିଶୁ ଭବନ କର୍ମକର୍ତ୍ତା ଙ୍କ ସହ ଆଲୋଚନା କରିଥିଲେ। ପ୍ରତ୍ୟେକ ପିଲା ମଧ୍ୟରେ ଇଶ୍ୱରଙ୍କ ଆଶୀର୍ବାଦ ରୁ ବିବିଧ ପ୍ରତିଭାର ପୁରୀ ରହିଛି।ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାର ପରିପ୍ରକାଶ ସମସ୍ତଙ୍କ ଧେୟ ହେବା ଉଚିତ ବୋଲି ଅତିରିକ୍ତ ଜିଲ୍ଲାପାଳ କହିବା ସହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ଆଚାର୍ଯ୍ୟ ହରିହର ଶିଶୁ ଭବନ ଉପସଭାପତି ବିରେନ୍ଦ୍ର ଭୂଷଣ ହୋତା, ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ମହାବୀର ରୁଦ୍ରନାରାୟଣ ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଶିଶୁ ସୁରକ୍ଷା ଅଧିକାରୀ ଶୁଭ ନାରାୟଣ ଶତପଥୀ ଓ ଶିଶୁ ଭବନର ଅନ୍ୟାନ୍ୟ କର୍ମଚାରୀ ଥିଲେ ପ୍ରମୁଖ ଯୋଗ ଦେଇ ଥିଲେ।ପରେ ସମସ୍ତ ଅନ୍ତେବାସୀ ସାକ୍ଷୀ ଗୋପାଳ ମନ୍ଦିର ପରିଦର୍ଶନ କରିବା ସହ ପ୍ରଭୁ ଗୋପୀନାଥ ଓ ରାଧାରାଣୀ ଙ୍କ ପାଦ ଦର୍ଶନ କରିଥିଲେ।
