ଟଳିଗଲା ବାତ୍ୟା
ଟଳିଗଲା ବାତ୍ୟା,, ମିଳିଲା ଆଶ୍ୱସ୍ତି। ମହାପ୍ରଭୁଙ୍କ ଅପାର କରୁଣାରୁ ବାତ୍ୟା ଅକୱନ୍ ପୁରୀରେ ସେଭଳି କୌଣସି ତାଣ୍ଡବ ରଚିନଥିବା ବେଳେ ପାଗ ଏବେ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଗତକାଲି ଠାରୁ ପୁରୀରେ ପ୍ରବଳ ବର୍ଷା ଦେଖିବାକୁ ମିଳିଥିବା ବେଳେ ଆଜି ଦିନ ୧୨ଟା ପର୍ଯ୍ୟନ୍ତ ଝିପଝିପ୍ ବର୍ଷା ଏବଂ ବର୍ତ୍ତମାନ ସୁଦ୍ଧା ପାଗ ସମ୍ପୂର୍ଣ୍ଣ ଶୁଖିଲା ଓ ଅନୁକୂଳ ରହିଥିବା ଦେଖିବାକୁ ମିଳିଛି। ସେପଟେ ଅକୱନ୍ ବାତ୍ୟା ପୁରୀରେ ଲ୍ୟାଣ୍ଡଫଲ୍ କରିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଥିଲେ ମଧ୍ୟ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଓ ନୀତିକାନ୍ତିରେ କୌଣସି ପ୍ରଭାବ ପଡିନଥିବା କହିଛନ୍ତି ସେବାୟତ। ଅନ୍ୟପଟେ ପୁରୀକୁ ବାତ୍ୟା ଆଶଙ୍କା ଜାଣି ମଧ୍ୟ ଶ୍ରୀମନ୍ଦିରକୁ ଲକ୍ଷାଧିକ ଭକ୍ତଙ୍କ ସୁଅ ଛୁଟିଥିବା ବେଳେ ବାତ୍ୟାକୁ ନଡରି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରି କୃତକୃତ ଭକ୍ତ ଶ୍ରଦ୍ଧାଳୁ। ଗତକାଲି,, ଆଜି ଓ ଆସନ୍ତାକାଲି ଅର୍ଥାତ ୧୯,୨୦,୨୧ ତାରିଖ ତିନିଦିନ ହବିଷ୍ୟାଳି ମା ମାନଙ୍କୁ ବାତ୍ୟା ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଉପରେ ରୋକ୍ ଲଗାଇଥିଲା ପ୍ରଶାସନ। ତେବେ ପୁରୀକୁ ବାତ୍ୟା ଟଳିଥିବା ବେଳେ ଆସନ୍ତାକାଲି ପବିତ୍ର ପଞ୍ଚୁକ ବ୍ରତର ପ୍ରଥମ ଦିନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଦର୍ଶନ କରିବାକୁ ପ୍ରଶାସନକୁ ଅନୁରୋଧ କରିଛନ୍ତି ହବିଷ୍ୟାଳି ମା ମାନେ।
ସେପଟେ ବାତ୍ୟା ଅକୱନକୁ ନେଇ ଗତକାଲି ଅର୍ଥାତ ୧୯ ତାରିଖ, ଆଜି ୨୦ ତାରିଖ ଓ ଆସନ୍ତାକାଲି ୨୧ ତାରିଖ ପର୍ଯ୍ୟନ୍ତ କୋଣାର୍କ ସୂର୍ଯ୍ୟ ମନ୍ଦିର,, ଶ୍ରୀଗୁଣ୍ଡିଚା ମନ୍ଦିର,, ଚିଲିକାରେ ପର୍ଯ୍ୟଟକଙ୍କ ଜଳଯାତ୍ରା,,ହବିଷ୍ୟାଳି ମା ମାନଙ୍କ ଶ୍ରୀମନ୍ଦିରରେ ଜଗା ଦର୍ଶନ ଓ ବେଳାଭୂମି ପ୍ରବେଶ ଉପରେ ପର୍ଯ୍ୟଟକଙ୍କ କଟକଣା ରହିଛି। ଦୂରଦୂରାନ୍ତରୁ Disbursement କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ପାଇଁ ପ୍ରବେଶ କଟକଣା ଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟପଟେ ସମୁଦ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଅଶାନ୍ତ ଥିବାରୁ ପୁରୀ ସାଂସଦ ସମ୍ବିତ ପାତ୍ର,, କେନ୍ଦ୍ରାଞ୍ଚଳ ଆଇଜି ଓ ପୁରୀ ଏସପି ବେଳାଭୂମି ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଗତକାଲି ଭଳି ଆଜି ମଧ୍ୟ ପୁରୀ ବେଳାଭୂମି ସମ୍ପୂର୍ଣ୍ଣ ଖାଁଖାଁ ରହିଥିବା ବେଳେ ଅମାନିଆ ପର୍ଯ୍ୟଟକଙ୍କ ସୁରକ୍ଷିତ ଜୀବନ ପାଇଁ ଅଗ୍ନିଶମ ବିଭାଗ ଅଧିକାରୀ ଓ ଲାଇଫଗାର୍ଡ ମାନେ କଡାକଡି ପାଟ୍ରୋଲିଂ କରିବା ସହ ବେଳାଭୂମିରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ଆଜି ମଧ୍ୟ କଟକଣା ଲଗାଇଛନ୍ତି। ତେଵେ ପୁରୀକୁ ବାତ୍ୟା ଅକୱନ୍ ଟଳିଯିବା ପରେ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲାପାଳ ଦିଅ ଦିବ୍ୟଜ୍ୟୋତି ପରିଡା। ମହାପ୍ରଭୁଙ୍କ ଆର୍ଶୀବାଦରୁ ବାତ୍ୟାର ବଡ ପ୍ରଭାବ ପୁରୀ ଉପରେ ନଥିବାବେଳେ ଏଯାବତ ୪୧ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତରିତ କରି ଆଶ୍ରୟସ୍ଥଳୀକୁ ନିଆଯାଇଥିବା ଜିଲ୍ଲାପାଳ କହିଛନ୍ତି। ସେପଟେ ପୁରୀକୁ ବର୍ଷାର ସମ୍ଭାବନା ଥିବାରୁ ଆସନ୍ତାକାଲି ପାଗର ସ୍ଥିତିକୁ ଲକ୍ଷ କରି ବେଳାଭୂମି ଉପରେ ପର୍ଯ୍ୟଟକଙ୍କ ପ୍ରବେଶ କଟକଣା,ଗୁଣ୍ଡିଚା ମନ୍ଦିର କଟକଣା, ଚିଲିକାରେ ଜଳଯାତ୍ରା କଟକଣା ଓ ହବିଷ୍ୟାଳି ମା ମାନଙ୍କ ଶ୍ରୀମନ୍ଦିରରେ ଜଗା ଦର୍ଶନ କଟକଣା ଉପରେ ବିଚାର କରାଯିବ କହିଛନ୍ତି ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା। ଅନ୍ୟପଟେ ଜଣେ ବୃଦ୍ଧାଙ୍କୁ ଆଶାଦିଦି ଦେବଦୂତ ସାଜି ନିଜ କାନ୍ଧରେ ଟେକିଟେକି ନବାର ଦୃଶ୍ୟ ସମସ୍ତଙ୍କୁ ଭାବବିହୋଳ କରିଛି।
ବାତ୍ୟା ଅକୱନ୍ ର ପ୍ରଭାବ ପୁରୀରୁ ଟଳିଥିବା ବେଳେ ଏସବୁ ମହାପ୍ରଭୁଙ୍କ ଆର୍ଶୀବାଦ ବୋଲି ମତ ପ୍ରକାଶ ପାଇଛି
