ଜିଲ୍ଲାରେ ନଭେମ୍ବର ୨୨ରୁ ପଲ୍ସ ପୋଲିଓ ଅଭିଯାନ

ପୁରୀ ଜିଲ୍ଲାରେ ନଭେମ୍ବର ୨୨ରୁ ପଲ୍ସ ପୋଲିଓ ଅଭିଯାନ -୧ ଲକ୍ଷ ୮୬ ହଜାରରୁ ଊର୍ଦ୍ଧ୍ୱ ଶିଶୁଙ୍କୁ ଦିଆଯିବ ଦୁଇ ବୁନ୍ଦା ଜୀବନପୁରୀ, ୨୧/୧୧: ଶିଶୁମାନଙ୍କୁ ପୋଲିଓ ମୁକ୍ତ ରଖିବା ଲକ୍ଷ୍ୟରେ ପୁରୀ ଜିଲ୍ଲାରେ ଆସନ୍ତା ନଭେମ୍ବର ୨୨ରୁ ଆରମ୍ଭ ହେବ ତୀବ୍ର ପଲ୍ସ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ (SNID)। ଏହି ଅଭିଯାନରେ ଜିଲ୍ଲାର ୫ ବର୍ଷରୁ କମ୍ ବୟସର ମୋଟ ୧ ଲକ୍ଷ ୮୬ ହଜାର ୮୫୯ ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି।ଜିଲ୍ଲାରେ ନଭେମ୍ବର ୨୨ ତାରିଖରେ ବୁଥ୍‌ ସ୍ତରରେ ଟିକାକରଣ କରାଯିବ। ଏହାପରେ ନଭେମ୍ବର ୨୩ ଓ ୨୪ ତାରିଖରେ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ଯାଇ ଟିକା ନେଇନଥିବା ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରିବେ। ପ୍ରତିଦିନ ସକାଳ ୮ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ।ଏହି ଅଭିଯାନ ପାଇଁ ଜିଲ୍ଲାରେ ମୋଟ ୭୬୬ଟି ଟିକାକରଣ ବୁଥ୍‌ ସ୍ଥାପନ କରାଯିବ। ଏଥିସହ ୫୬ଟି ଟ୍ରାଞ୍ଜିଟ୍‌ ପଏଣ୍ଟ ଏବଂ ୨୪ଟି ମୋବାଇଲ୍‌ ଟିମ୍‌ ନିୟୋଜିତ ହେବେ। ଅଭିଯାନ ପାଇଁ ମୋଟ ୧୧ ହଜାର ୭୧୬ ଭାଏଲ୍‌ ଓପିଭି ଟିକାର ଆବଶ୍ୟକତା ରହିଛି।ସମଗ୍ର କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ୩ ହଜାର ୨୨୪ ଜଣ ଟିକାକର୍ମୀ ଏବଂ ୧୬୨ ଜଣ ସୁପରଭାଇଜରଙ୍କୁ ମିଶାଇ ମୋଟ ୩ ହଜାର ୩୮୬ ଜଣ କର୍ମଚାରୀ ନିୟୋଜିତ ହେବେ।ଶିଶୁଙ୍କୁ ପୋଲିଓ ଭଳି ମାରାତ୍ମକ ରୋଗରୁ ସୁରକ୍ଷା ଦେବା ଏବଂ ଜିଲ୍ଲାର କୌଣସି ଶିଶୁ ଯେପରି ଟିକାକରଣରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ଏହି ଅଭିଯାନରେ ସମସ୍ତ ଅଭିଭାବକଙ୍କ ସହଯୋଗ ଗୁରୁତ୍ୱପୂର୍ଣ୍ଣ।

Leave a Reply

Your email address will not be published. Required fields are marked *