କାଶୀ ତାମିଲ ସଙ୍ଗମମ୍ ୫.୦ ପାଇଁ ଅସୀ ଘାଟରେ ରଙ୍ଗୋଲି ପ୍ରତିଯୋଗିତା, ଉତ୍ସାହ ବୃଦ୍ଧି

କାଶୀ ତାମିଲ ସଙ୍ଗମମ୍ ୫.୦ ପାଇଁ ଅସୀ ଘାଟରେ ରଙ୍ଗୋଲି ପ୍ରତିଯୋଗିତା, ଉତ୍ସାହ ବୃଦ୍ଧି

ସାଂସ୍କୃତିକ ଅଭିବ୍ୟକ୍ତି ଓ ଜନଭାଗୀଦାରୀରେ ନିକଟତର ହେଉଛନ୍ତି କାଶୀ ଓ ତାମିଲନାଡୁ

କାଶୀ ତାମିଲ ସଙ୍ଗମମ୍ ୫.୦ ଆସନ୍ତା ୨୮ ନଭେମ୍ବର ୨୦୨ରୁ ଆରମ୍ଭ ହେବାକୁ ଯାଉଛି। ମୁଖ୍ୟ କାର୍ଯ୍ୟକ୍ରମ ପୂର୍ବରୁ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚୟୁ) ଉତ୍ସାହ ବୃଦ୍ଧି କରିବା ଏବଂ ସାଂସ୍କୃତିକ ସମ୍ପର୍କକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବା ଆରମ୍ଭ କରିଛି।

ଶନିବାର ଦିନ ଅସି ଘାଟରେ ଏକ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚୟୁ), ମହାତ୍ମା ଗାନ୍ଧୀ କାଶୀ ବିଦ୍ୟାପୀଠ ଏବଂ ସହରର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବେଶ୍ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଛାତ୍ରଛାତ୍ରୀମାନେ ବିଭିନ୍ନ ବିଷୟବସ୍ତୁ ଓ ବାର୍ତ୍ତା ମାଧ୍ୟମରେ ଭାରତୀୟ ସଂସ୍କୃତି, ପରମ୍ପରା ଏବଂ ସାମାଜିକ ମୂଲ୍ୟବୋଧକୁ ପ୍ରତିଫଳିତ କରୁଥିବା ରଙ୍ଗୀନ ରଙ୍ଗୋଲି ଚିତ୍ର ପ୍ରସ୍ତୁତ କରିଥିଲେ। ଏହି କଳାକୃତିଗୁଡ଼ିକ ପର୍ଯ୍ୟଟକ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେମାନେ ଏହି କଳାକୁ ପ୍ରଶଂସା କରିବା ସହ ରଙ୍ଗୋଲିଗୁଡ଼ିକର ଫଟୋ ମଧ୍ୟ ଉତ୍ତୋଳନ କରିଥିଲେ।

ଏହି କାର୍ଯ୍ୟକ୍ରମ ପୂର୍ବବର୍ତ୍ତୀ କାର୍ଯ୍ୟକଳାପ ମଧ୍ୟରେ ବିଏଚୟୁ ପରିସରରେ ଥିବା ବିଶ୍ୱନାଥ ମନ୍ଦିରରେ ଏକ ସାନ୍ଧ୍ୟ ଭଜନ କାର୍ଯ୍ୟକ୍ରମ ମଧ୍ୟ ଅନ୍ତର୍ଭୁକ୍ତ ଥିଲା।

କାଶୀ ତାମିଲ ସଙ୍ଗମମ୍ ୫.୦ ପାଇଁ ବିଏଚୟୁର ନୋଡାଲ ଅଫିସର, ପ୍ରଫେସର ଅଞ୍ଚଳ ଶ୍ରୀବାସ୍ତବ କହିଥିଲେ ଯେ, ଏହି କାର୍ଯ୍ୟକ୍ରମଗୁଡ଼ିକର ଉଦ୍ଦେଶ୍ୟ ହେଉଛି ଅଧିକରୁ ଅଧିକ ଲୋକଙ୍କୁ ଏହି ଉତ୍ସବ ସହ ଯୋଡ଼ିବା ଏବଂ କାଶୀ ଓ ତାମିଲନାଡୁ ମଧ୍ୟରେ ଥିବା ସାଂସ୍କୃତିକ ଏକତାର ବାର୍ତ୍ତାକୁ ସାରା ଦେଶରେ ପ୍ରଚାର କରିବା। ରଙ୍ଗୋଲି ପ୍ରତିଯୋଗିତା ଭଳି କାର୍ଯ୍ୟକ୍ରମ ମାଧ୍ୟମରେ, କାଶୀ ତାମିଲ ସଙ୍ଗମମ୍ ୫. ୦ ରେ ଅଧିକରୁ ଅଧିକ ଲୋକଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରିବା ଏବଂ ଉତ୍ସାହ ସୃଷ୍ଟି କରିବାକୁ ବିଏଚୟୁ ଲକ୍ଷ୍ୟ ରଖିଛି ବୋଲି ସେ କହିଥିଲେ।

ଏହି ବର୍ଷର କାଶୀ ତାମିଲ ସଙ୍ଗମମ୍ ୫.୦ର ବିଷୟବସ୍ତୁ ହେଉଛି “ଥିରୁକ୍କୁରାଲ୍ ପୟିଲ୍‌ଭୋମ୍ – ଥିରୁକୁରାଲ୍ ଅଭ୍ୟାସ୍ କରେନ୍” (ଆସନ୍ତୁ ଥିରୁକ୍କୁରାଲ୍ ଶିଖିବା)। ସନ୍ଥ-କବି ଥିରୁଭଲ୍ଲୁଭର୍‌ଙ୍କ ଦ୍ୱାରା ରଚିତ ଥିରୁକୁରାଲ୍ ହେଉଛି ତାମିଲ ସାହିତ୍ୟର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଶାସ୍ତ୍ରୀୟ ଗ୍ରନ୍ଥ। ଏହା ତିନୋଟି ମୁଖ୍ୟ ଭାଗରେ ବିଭକ୍ତ: ଅରମ୍ (ସଦ୍‌ଗୁଣ), ପୋରୁଲ୍ (ସମ୍ପଦ) ଏବଂ ଇନ୍‌ବମ୍ (ପ୍ରେମ)। ଏହି ତିନୋଟି ଭାଗ ମିଳିତ ଭାବେ ମାନବୀୟ ଆଚରଣକୁ ଦିଗ୍‌ଦର୍ଶନ ଦିଅନ୍ତି ଏବଂ ଏକ ଅର୍ଥପୂର୍ଣ୍ଣ ଜୀବନର ଆଦର୍ଶକୁ ପ୍ରତିଫଳିତ କରନ୍ତି, ଯାହା ଶେଷରେ ‘ବୀଡୁ’ (ମୁକ୍ତି) ଆଡ଼କୁ ପଥ ପ୍ରଶସ୍ତ କରିଥାଏ।.

କାଶୀ ତାମିଲ ସଙ୍ଗମମ୍ ୫.୦ ଅନୁବାଦ ମାଧ୍ୟମରେ ଥିରୁକ୍କୁରାଲର ଶିକ୍ଷାକୁ ତାମିଲ୍ ଭାଷାଭାଷୀ ସମ୍ପ୍ରଦାୟ ବାହାରକୁ ନେଇଯିବାକୁ ଅର୍ଥାତ୍ ଅନ୍ୟାନ୍ୟ  ଭାଷାର ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଛି। ଏହା ଦେଶବ୍ୟାପୀ ଛାତ୍ରଛାତ୍ରୀ ଏବଂ ସାଧାରଣ ଲୋକଙ୍କୁ ଏହାର କାଳଜୟୀ ଜ୍ଞାନ, ମୂଲ୍ୟବୋଧ ଏବଂ ଶିକ୍ଷା ସହିତ ଯୋଡ଼ି ହେବାର ସୁଯୋଗ ପ୍ରଦାନ କରିବ।

Leave a Reply

Your email address will not be published. Required fields are marked *