ବେଆଇନ୍ ମୋଡିଫାଏଡ୍ ସାଇଲେନ୍ସର୍ ବିରୋଧରେ ପୁରୀ ଟ୍ରାଫିକ୍ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ
ବେଆଇନ୍ ମୋଡିଫାଏଡ୍ ସାଇଲେନ୍ସର୍ ବିରୋଧରେ ପୁରୀ ଟ୍ରାଫିକ୍ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ – ୧୩ଟି ସାଇଲେନ୍ସର୍ ଜବତ, ୧ ଲକ୍ଷ ୧୫ ହଜାର ଟଙ୍କା ଜରିମାନା ଆଦାୟବେଆଇନ୍ ଭାବେ ମୋଡିଫାଏଡ୍ ସାଇଲେନ୍ସର୍ ଲଗାଇ ମୋଟରସାଇକେଲ୍ ଚଳାଉଥିବା ଗାଡ଼ି ଚାଳକଙ୍କ ବିରୋଧରେ ପୁରୀ ଟ୍ରାଫିକ୍ ପୋଲିସ ପକ୍ଷରୁ ଗତ ୭ ଦିନ ଧରି ସ୍ୱତନ୍ତ୍ର ଯାଞ୍ଚ ଓ ଚଢ଼ାଉ ଅଭିଯାନ ଜାରି ରହିଛି।ଏହି ଅଭିଯାନ ସମୟରେ ବିଭିନ୍ନ ସ୍ଥାନରୁ ଅତ୍ୟଧିକ ଶବ୍ଦ ସୃଷ୍ଟି କରୁଥିବା ମୋଟରସାଇକେଲ୍ରୁ ୧୩ଟି ମୋଡିଫାଏଡ୍ ସାଇଲେନ୍ସର୍ ଜବତ କରାଯାଇଛି। ଏଥିସହ ବିଭିନ୍ନ ଟ୍ରାଫିକ୍ ନିୟମ ଉଲ୍ଲଂଘନ ପାଇଁ ଦୋଷୀ ଚାଳକମାନଙ୍କ ଉପରେ ମୋଟ ୧,୧୫,୦୦୦ ଟଙ୍କା ଜରିମାନା ଲାଗୁ କରାଯାଇଛି।

ଏପରି ବେଆଇନ୍ ସାଇଲେନ୍ସର୍ରୁ ନିର୍ଗତ ଅତ୍ୟଧିକ ଶବ୍ଦ ଶବ୍ଦ ପ୍ରଦୂଷଣ ସୃଷ୍ଟି କରିବା ସହ ସାଧାରଣ ଜନତା, ବିଶେଷକରି ବୟସ୍କ ବ୍ୟକ୍ତି, ଶିଶୁ ଓ ରୋଗୀମାନଙ୍କ ପାଇଁ ଅସୁବିଧାର କାରଣ ହୋଇଥାଏ।ପୁରୀ ଟ୍ରାଫିକ୍ ପୋଲିସ ପକ୍ଷରୁ ସମସ୍ତ ଗାଡ଼ି ଚାଳକଙ୍କୁ ନିୟମ ଅନୁଯାୟୀ ଯାନବାହନ ଚଳାଇବା, ବେଆଇନ୍ ମୋଡିଫାଏଡ୍ ସାଇଲେନ୍ସର୍ ବ୍ୟବହାରରୁ ଦୂରେଇ ରହିବା ଏବଂ ଶବ୍ଦ ପ୍ରଦୂଷଣ ରୋକିବାରେ ସହଯୋଗ କରିବାକୁ ଅନୁରୋଧ କରାଯାଉଛି।ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଗାମୀ ଦିନରେ ମଧ୍ୟ କଡ଼ା ଯାଞ୍ଚ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିବ।ପୁରୀ ପୋଲିସ
