୪୯.୬୦ କୋଟି ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖାରୁ ବାହାରିବାରେ ସହାୟତା କରିଛି ମୋଦୀ ସରକାରଙ୍କ ନୀତି

୪୯.୬୦ କୋଟି ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖାରୁ ବାହାରିବାରେ ସହାୟତା କରିଛି ମୋଦୀ ସରକାରଙ୍କ ନୀତି : ବିଶ୍ୱବ୍ୟାଙ୍କ ରିପୋର୍ଟଦାରିଦ୍ର୍ୟ ଦୂରୀକରଣରେ କୃଷି ଓ ଗ୍ରାମୀଣ ବିକାଶର ଭୂମିକା ନେଇ ୨୩ରେ ଦିଲ୍ଲୀଠାରେ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ଗରିବ ପରିବାରଙ୍କ ଜୀବନମାନ ଉନ୍ନତି ପାଇଁ ହେବ ରଣନୀତି ପ୍ରସ୍ତୁତ : ଶ୍ରୀ ଶିବରାଜ ସିଂହ ଚୌହାନ ୨୨.୧୧.୨୦୨୬ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ, ଭାରତ ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ଏକ ଐତିହାସିକ ସଫଳତା ହାସଲ କରିଛି। ବିଶ୍ୱ ବ୍ୟାଙ୍କର ଏକ ସାମ୍ପ୍ରତିକ ରିପୋର୍ଟ (ଅକ୍ଟୋବର ୨୦୨୬) ଅନୁଯାୟୀ, ୨୦୧୧ ରୁ ୨୦୨୩ ମଧ୍ୟରେ ଦେଶରେ ପ୍ରାୟ ୪୯.୬୦ କୋଟି ଲୋକ ଦାରିଦ୍ର୍ୟ ସୀମାରେଖା ଉପରକୁ ଆସିଛନ୍ତି ଏବଂ ଦାରିଦ୍ର୍ୟ ହାର ୫୭.୭୦ ପ୍ରତିଶତରୁ ୧୬.୧୦ ପ୍ରତିଶତକୁ ହ୍ରାସ ପାଇଛି। ଏହି ଉଲ୍ଲେଖନୀୟ ସଫଳତାର ଶ୍ରେୟ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ନୀତିଗୁଡ଼ିକ ସହିତ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏବଂ ଗ୍ରାମ୍ୟ ବିକାଶ ମନ୍ତ୍ରଣାଳୟ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ବିଶେଷ ଯୋଜନାଗୁଡ଼ିକୁ ଦିଆଯାଇପାରେ। ଏହି ଐତିହାସିକ ସଫଳତାକୁ ଆହୁରି ଆଗକୁ ବଢ଼ାଇବା ଏବଂ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଅବଶିଷ୍ଟ ଗରିବ ପରିବାରଗୁଡ଼ିକୁ ଉପରକୁ ଆଣିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ତଥା ଗ୍ରାମ୍ୟ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନଙ୍କ ପଦକ୍ଷେପ କ୍ରମେ ଆସନ୍ତାକାଲି, ନଭେମ୍ବର ୨୩ (ସୋମବାର) ଦିନ ନୂଆଦିଲ୍ଲୀସ୍ଥିତ ଆମ୍ବେଦକର ଆନ୍ତର୍ଜାତୀୟ କେନ୍ଦ୍ରରେ ଏକ ଦିନିକିଆ ସ୍ୱତନ୍ତ୍ର କର୍ମଶାଳା ଆୟୋଜନ କରାଯାଉଛି।ଶ୍ରୀ ଚୌହାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି କର୍ମଶାଳାର ବିଷୟବସ୍ତୁ ହେଉଛି “ଭାରତରେ ଦାରିଦ୍ର୍ୟ ହ୍ରାସ କରିବାରେ କୃଷି ଏବଂ ଗ୍ରାମୀଣ ବିକାଶର ଭୂମିକା ଓ ଅବଦାନ”। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏବଂ ଗ୍ରାମ୍ୟ ବିକାଶ ମନ୍ତ୍ରଣାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଉଭୟ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଯଥା – ଶ୍ରୀ ରାମନାଥ ଠାକୁର, ଶ୍ରୀ ଭାଗୀରଥ ଚୌଧୁରୀ, ଶ୍ରୀ ଚନ୍ଦ୍ର ଶେଖର ପେମ୍ମାସାନି ଏବଂ ଶ୍ରୀ କମଲେଶ ପାସୱାନ ଅଂଶଗ୍ରହଣ କରିବେ। ଏହା ସହିତ ଉଭୟ ମନ୍ତ୍ରଣାଳୟର ଚାରିଜଣ ସଚିବ ଏବଂ ବହୁ ସଂଖ୍ୟକ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ମଧ୍ୟ ଏଥିରେ ଯୋଗ ଦେବେ।ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସେହି ଅଧିକାରୀ ଓ କର୍ମଚାରୀମାନଙ୍କୁ ଉତ୍ସାହିତ କରିବା, ଯେଉଁମାନେ ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ବର୍ତ୍ତମାନ ସୁଦ୍ଧା ହାସଲ ହୋଇଥିବା ସଫଳତାରେ ଯୋଗଦାନ ଦେଇଛନ୍ତି। ଏହି ଅବସରରେ ଶ୍ରୀ ଚୌହାନ ସମସ୍ତ କର୍ମଚାରୀଙ୍କ କଠିନ ପରିଶ୍ରମର ପ୍ରଶଂସା କରିବା ସହିତ ଭବିଷ୍ୟତର ଲକ୍ଷ୍ୟ ହାସଲ ଦିଗରେ ଆଗକୁ ବଢ଼ିବା ପାଇଁ ସେମାନଙ୍କୁ ଅନୁପ୍ରାଣିତ କରିବେ। କୃଷି ଓ ଗ୍ରାମୀଣ ବିକାଶ ସମ୍ବନ୍ଧୀୟ ବିଭିନ୍ନ ଯୋଜନାର ଉପଯୋଗ କରି, ବର୍ତ୍ତମାନ ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ଲୋକମାନଙ୍କୁ କିପରି ଦାରିଦ୍ର୍ୟର ଚକ୍ରରୁ ଅଧିକ ଦ୍ରୁତ ଗତିରେ ବାହାର କରି ଅଣାଯାଇପାରିବ, ସେ ବିଷୟରେ ଏହି କର୍ମଶାଳାରେ ବିସ୍ତୃତ ଆଲୋଚନା କରାଯିବ।ଏହି ବୈଠକ ମାଧ୍ୟମରେ, ବିଭିନ୍ନ ଯୋଜନାଗୁଡ଼ିକର କ୍ଷେତ୍ରସ୍ତରୀୟ କାର୍ଯ୍ୟକାରିତାକୁ ଅଧିକ ପ୍ରଭାବଶାଳୀ କରିବା, କୃଷକମାନଙ୍କ ଆୟ ବୃଦ୍ଧି କରିବା, ଗ୍ରାମୀଣ ଜୀବିକାକୁ ସୁଦୃଢ଼ କରିବା ଏବଂ ସମାଜର ସବୁଠାରୁ ଅବହେଳିତ ବର୍ଗର ଲୋକମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ ଏକ ସୁନିର୍ଦ୍ଦିଷ୍ଟ କାର୍ଯ୍ୟଯୋଜନା (ରୋଡମ୍ୟାପ୍) ପ୍ରସ୍ତୁତ କରାଯିବ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଗରିବ କଲ୍ୟାଣ’ ଏବଂ ‘ବିକଶିତ ଭାରତ’ର ସ୍ୱପ୍ନକୁ ସାକାର କରିବା ଦିଗରେ ଏହି କର୍ମଶାଳା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହେବ।

Leave a Reply

Your email address will not be published. Required fields are marked *