ପୁରୀଠାରେ ଜିଲ୍ଲାସ୍ତରୀୟ ଇଲେକ୍ଟୋରାଲ ଲିଟେରେସି କ୍ଲବ୍ (ELC) ପ୍ରତିଯୋଗିତା ସଫଳତାର ସହ ଅନୁଷ୍ଠିତ

ପୁରୀ: ୨୩/୧୧- ଭାରତୀୟ ନିର୍ବାଚନ ଆୟୋଗ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ନିର୍ଦ୍ଦେଶକ୍ରମେ ଆଜି ପୁରୀ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ପୁରୀ ଜିଲ୍ଲା ସ୍କୁଲଠାରେ ଜିଲ୍ଲାସ୍ତରୀୟ ଇଲେକ୍ଟୋରାଲ ଲିଟେରେସି କ୍ଲବ୍ (ELC) ପ୍ରବନ୍ଧ ଲିଖନ ଓ କୁଇଜ୍ ପ୍ରତିଯୋଗିତା ସଫଳତାର ସହ ଆୟୋଜିତ ହୋଇଯାଇଛି।ଏହି ପ୍ରତିଯୋଗିତାରେ ପୁରୀ ଜିଲ୍ଲାର ସମସ୍ତ ୬ଟି ବିଧାନସଭା ନିର୍ବାଚନମଣ୍ଡଳୀରୁ ମୋଟ ୧୨୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତା ଶେଷରେ ପ୍ରବନ୍ଧ ଲିଖନ ବିଭାଗରୁ ୧୦ ଜଣ ଏବଂ କୁଇଜ୍ ବିଭାଗରୁ ୧୦ ଜଣ—ଏହିପରି ମୋଟ ୨୦ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା l

ଏହି କାର୍ଯ୍ୟକ୍ରମରେ ପୁରୀ ମହାନଗର ନିଗମର କମିଶନର ଶ୍ରୀ ପ୍ରହଲ୍ଲାଦ ନାରାୟଣ ଶର୍ମା, ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ବିଜୟାନନ୍ଦ ସେଠୀ, ଜିଲ୍ଲା ଇଲେକ୍ଟୋରାଲ ଲିଟେରେସି କ୍ଲବ୍ ନୋଡାଲ ଅଫିସର ତଥା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଦୀପକ କୁମାର ପାଢ଼ୀ, ଡେପୁଟି କଲେକ୍ଟର (ନିର୍ବାଚନ) ସୁଶ୍ରୀ ରୁନିତା ପ୍ରଧାନ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅଭିଷେକ ବେହେରା,ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।ଯୁବପିଢ଼ି ତଥା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗଣତନ୍ତ୍ର, ନିର୍ବାଚନ ପ୍ରକ୍ରିୟା ଓ ମତଦାନର ମହତ୍ତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ସେମାନଙ୍କୁ ଜଣେ ସଚେତନ, ଦାୟିତ୍ୱବାନ ଓ ସକ୍ରିୟ ନାଗରିକ ଭାବେ ଗଢ଼ି ତୋଳିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ଆମର ବାର୍ତ୍ତା: “ପ୍ରତ୍ୟେକ ଭୋଟ ମୂଲ୍ୟବାନ, ପ୍ରତ୍ୟେକ ଭୋଟର ଗୁରୁତ୍ୱପୂର୍ଣ୍ଣ।”

Leave a Reply

Your email address will not be published. Required fields are marked *