ଆଧ୍ୟାତ୍ମିକ ପରିବେଶ ପାଲଟିଲା ଅସ୍ତରଙ୍ଗ ବେଳାଭୂମି; ଆୟୋଜିତ ହେଲା ଯଜ୍ଞ ମହୋତ୍ସବ।

ଅସ୍ତରଙ୍ଗ,୨୪.୧୧- ଆଧ୍ୟାତ୍ମିକ ପରିବେଶ ପାଲଟିଲା ଅସ୍ତରଙ୍ଗ ବେଳାଭୂମି। କାର୍ତ୍ତିକ ପୂର୍ଣ୍ଣିମା ଓ ବାଲିଯାତ୍ରା ଅବସରରେ ଦୁଇ ଦିନ ଆୟୋଜିତ ହେଉଛି ଯଜ୍ଞ ମହୋତ୍ସବ। ଅସ୍ତରଙ୍ଗ ବ୍ଲକ ଛୁରିଆନା ପଞ୍ଚାୟତରେ ଥିବା ପ୍ରସିଦ୍ଧ ବେଳାଭୁମିକୁ ଗଙ୍ଗେଶ୍ୱର ମହାଦେବଙ୍କ ନାମରେ ନାମିତ କରିବା ଓ ଶୈବ ପୀଠରେ ପରିଣତ କରିବା ଉଦ୍ଦେଶ୍ୟରେ ସମିତି ପକ୍ଷରୁ ଏହି ପ୍ରୟାସ ୯ବର୍ଷ ଧରି ଜାରି ରହିଛି। କାର୍ତ୍ତିକ ପୂର୍ଣ୍ଣିମା ୨୪ ଓ ୨୫ ତାରିଖ ଦୁଇ ଦିନ ଧରି ଚାଲିବ ଏହି ମହୋତ୍ସବ।

ହିନ୍ଦୁ ଧର୍ମର ସୁରକ୍ଷା ଓ ପ୍ରଚାର ପ୍ରସାର ନେଇ ଆହୋଜିତ ହେବାକୁ ଥିବା ଏହି ଉତ୍ସବରେ ବୋଇତ ବନ୍ଦାଣ ଉତ୍ସବ, ସଂକୀର୍ତ୍ତନ ଶୋଭାଯାତ୍ରା, ଗଙ୍ଗେଶ୍ୱର ମହାଦେବଙ୍କ ପୂଜନ, ବିଶ୍ଵଶାନ୍ତି ମହାଯଜ୍ଞ, ଗୋ ମାତା ପୂଜନ, ଯଜ୍ଞସିଖା ପୁସ୍ତକ ଉନ୍ମୋଚନ, ସାମୁହିକ ନାମ ସଙ୍କୀର୍ତ୍ତନ, ବାଲୁକା କଳା ପ୍ରଦର୍ଶନ, ପ୍ରବଚନ, ବେଦ ପାଠ, ସମୁଦ୍ର ଆଳତି ସହିତ ସ୍ଥାନୀୟ ପ୍ରତିଭା ମାନଙ୍କୁ ନେଇ ମାଟିର ମହକ କାର୍ଯକ୍ରମ ଆୟୋଜନ କରାଯାଉଛି। ଏହି ଉତ୍ସବକୁ ଯଜ୍ଞ ମହୋତ୍ସବ ସମିତି ସଭାପତି ଅକ୍ଷୟ କୁମାର ପରିଡ଼ା, ସମ୍ପାଦକ ଚିନ୍ମୟ ପ୍ରକାଶ ଦାଶ, ସାଂସ୍କୃତିକ ସମ୍ପାଦକ ସମାଜସେବୀ ସୁଦର୍ଶନ ସ୍ବାଇଁ, କୈଳାସ ଚନ୍ଦ୍ର ନାୟକ, ବସନ୍ତ ଜେନା ଓ ରୂପନ ଭୋଇ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଛନ୍ତି। ଏହି ଉତ୍ସବରେ ଶତାଧିକ ସଂକୀର୍ତ୍ତନ କଳାକାର ସହ ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *