ଚକ୍ରତୀର୍ଥ ରୋଡ୍ସ୍ଥିତ ଦି ଟ୍ରାଭେଲର୍ସ ସ୍ପା ସେଣ୍ଟରରେ ଅନୈତିକ କାର୍ଯ୍ୟକଳାପ
ଚକ୍ରତୀର୍ଥ ରୋଡ୍ସ୍ଥିତ ଦି ଟ୍ରାଭେଲର୍ସ ସ୍ପା ସେଣ୍ଟରରେ ଅନୈତିକ କାର୍ଯ୍ୟକଳାପ ଅଭିଯୋଗରେ ସମୁଦ୍ରକୂଳ ଥାନା ପୋଲିସର ଚଢ଼ାଉ, ୬ ଜଣ ଅଟକପୁରୀ ସହରର ସମୁଦ୍ରକୂଳ ଥାନା ଅଧୀନସ୍ଥ ଚକ୍ରତୀର୍ଥ ରୋଡ୍ରେ ଥିବା ଦି ଟ୍ରାଭେଲର୍ସ ସ୍ପା ସେଣ୍ଟରରେ ଅନୈତିକ କାର୍ଯ୍ୟକଳାପ ଚାଲୁଥିବା ସମ୍ପର୍କରେ ସୂଚନା ପାଇ ସମୁଦ୍ରକୂଳ ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା।

ଏହି ଚଢ଼ାଉ ସମୟରେ ଘଟଣାସ୍ଥଳରୁ ୩ ଜଣ ଗ୍ରାହକ, ୨ ଜଣ ପୀଡ଼ିତା ଏବଂ ସ୍ପା ସେଣ୍ଟରର ମ୍ୟାନେଜରଙ୍କୁ ମିଶାଇ ମୋଟ ୬ ଜଣଙ୍କୁ ଅଟକ ରଖାଯାଇଛି।ଏହି ଘଟଣା ସମ୍ପର୍କରେ ସମୁଦ୍ରକୂଳ ଥାନାରେ କେସ୍ ନଂ ୩୮୨/୨୬ ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଏହି କାର୍ଯ୍ୟକଳାପରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେ ଦିଗରେ ମଧ୍ୟ ତଦନ୍ତ କରାଯାଉଛି। ପୀଡ଼ିତାମାନଙ୍କ ସୁରକ୍ଷା ଓ ଆବଶ୍ୟକୀୟ ସହାୟତା ନିମନ୍ତେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଉଛି।
