ବିଧାନସଭା ରେ ଉଠିଲା ପିପିଲି ଟୋଲ ଗେଟ ଉଛେଦ ଦାବୀ… ଏପଟେ ରୁଦ୍ର ମହାରଥୀ କଲେ ସମାଲୋଚନା

ବିଧାନସଭା ରେ ଉଠିଲା ପିପିଲି ଟୋଲ ଗେଟ ଉଛେଦ ଦାବୀ… ଏପଟେ ରୁଦ୍ର ମହାରଥୀ କଲେ ସମାଲୋଚନା

ପିପିଲି ଟୋଲ୍ ଗେଟ୍ ଉଚ୍ଛେଦ ଦାବି… ଏବେ ପୁଣି ତେଜିଲା ରାଜନୈତିକ ଚର୍ଚ୍ଚା !
ଏକପଟେ ବିଧାନସଭାରେ ଉଠିଲା ପିପିଲି ଟୋଲ୍ ପ୍ଲାଜା ହଟାଇବାର ଦାବି… ଅନ୍ୟପଟେ ପୂର୍ବତନ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ମଧ୍ୟ ବାରମ୍ବାର ଟୋଲ୍ ଉଚ୍ଛେଦ ପାଇଁ ଦାବି କରି ଆସୁଛନ୍ତି !
ପ୍ରଶ୍ନ ଉଠୁଛି… ଦୀର୍ଘ ବର୍ଷ ଧରି ଟୋଲ୍ ଦେଇ ଯାଉଥିବା ପୁରୀ ଜିଲ୍ଲାବାସୀଙ୍କୁ ଆଉ କେତେ ଦିନ ଏହି ଆର୍ଥିକ ବୋଝ ସହିବାକୁ ପଡ଼ିବ ?
ବିଧାନସଭାର ଶୂନ୍ୟକାଳରେ ପିପିଲି ଟୋଲ୍ ପ୍ରସଙ୍ଗ ଉଠାଇ ବିଧାୟକ ସୁନୀଲ ମହାନ୍ତି ରଖିଛନ୍ତି ଟୋଲ୍ ଗେଟ୍ ଉଚ୍ଛେଦର ଦାବି । ତାଙ୍କ କହିବା ଅନୁସାରେ, ଏକ ଦଶନ୍ଧିରୁ ଅଧିକ ସମୟ ହେଲା ପିପିଲି ଟୋଲ୍ ପ୍ଲାଜା ଚାଲୁ ରହିଛି । ପ୍ରତିଦିନ ପୁରୀରୁ ଭୁବନେଶ୍ୱର ଯାତାୟାତ କରୁଥିବା ଲୋକଙ୍କ ପାଇଁ ଟୋଲ୍ ଖର୍ଚ୍ଚ ଏବେ ଚିନ୍ତାର କାରଣ ପାଲଟିଛି । ମାସକୁ ପ୍ରାୟ ୬ ହଜାର ଟଙ୍କା ଖର୍ଚ୍ଚ ହେଉଥିବା କଥା ଉଠାଇ ସେ ଏହି ଟୋଲ୍ ପ୍ଲାଜାକୁ ହଟାଇବା ପାଇଁ ଦାବି କରିଛନ୍ତି ।

କେବଳ ଟୋଲ୍ ଉଚ୍ଛେଦ ନୁହେଁ… ୨୦ କିଲୋମିଟର ଅଞ୍ଚଳ ପାଇଁ ଥିବା ମାସିକ ପାସ୍ ବ୍ୟବସ୍ଥାକୁ ମଧ୍ୟ ସଠିକ୍ ଭାବରେ ଲାଗୁ କରିବା ଏବଂ ପୁରୀ ଜିଲ୍ଲାବାସୀଙ୍କ ପାଇଁ ଏହାର ସୁବିଧା ବଢ଼ାଇବାକୁ ଦାବି ରଖିଛନ୍ତି ସୁନୀଲ ମହାନ୍ତି ।

ସେପଟେ, ପିପିଲି ଟୋଲ୍ ପ୍ଲାଜା ଉଚ୍ଛେଦ ପ୍ରସଙ୍ଗ ନୂଆ ନୁହେଁ । ପୂର୍ବରୁ ମଧ୍ୟ ଏହି ଦାବିକୁ ନେଇ ସ୍ୱର ଉଠାଇ ଆସୁଥିଲେ ପିପିଲିର ପୂର୍ବତନ ବିଧାୟକ ରୁଦ୍ର ପ୍ରତାପ ମହାରଥୀ । ଏବେ ପୁଣି ବିଧାନସଭାରେ ଦାବି ଉଠିବା ପରେ ଟୋଲ୍ ପ୍ଲାଜାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି
ପିପିଲି ଟୋଲ୍ ଗେଟ୍ ହଟିବ କି ? ନା ଦାବି ଓ ପ୍ରତିଶ୍ରୁତି ଭିତରେ ଆଗକୁ ବି ଚାଲିବ ଟୋଲ୍ ଆଦାୟ ?

Leave a Reply

Your email address will not be published. Required fields are marked *