କୋଣାର୍କ ନୃତ୍ୟ ଉତ୍ସବ,ବାଲୁକା କଳା ପ୍ରଦର୍ଶନୀ ଓ ସୁଭଦ୍ରା ଶକ୍ତି ମେଳା ସମୀକ୍ଷା ବୈଠକ ଅନୁଷ୍ଠିତ

କୋଣାର୍କ ନୃତ୍ୟ ଉତ୍ସବ,ବାଲୁକା କଳା ପ୍ରଦର୍ଶନୀ ଓ ସୁଭଦ୍ରା ଶକ୍ତି ମେଳା ସମୀକ୍ଷା ବୈଠକ ଅନୁଷ୍ଠିତ।

ପୁରୀ ୨୮ /୧୧ କୋଣାର୍କ ଠାରେ ଡିସେମ୍ବର ୧ ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ୩୭ ତମ କୋଣାର୍କ ନୃତ୍ୟ ଉତ୍ସବ ଓ ଚନ୍ଦ୍ରଭାଗା ଠାରେ ଆୟୋଜିତ ହେବ ୧୬ ତମ ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀ।ସେହିପରି ଡିସେମ୍ବର ୧ ରୁ ୭ ତାରିଖ ପର୍ଯ୍ୟନ୍ତ ଚନ୍ଦ୍ରଭାଗା ଠାରେ ଅନୁଷ୍ଠିତ ହେବ ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳା।ଏହି ଉତ୍ସବ ଓ ମେଳା କୁ ଶାନ୍ତି ଶୃଙ୍ଖଳା ର ସହ ସମ୍ପର୍ଣ୍ଣ କରିବା ନିମିତ୍ତ ଏକ ସମୀକ୍ଷା ବୈଠକ ଆଜି ଅପରାହ୍ନରେ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା କୋଣାର୍କ ନୃତ୍ୟ ଉତ୍ସବ ଓ ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀ ଡିସେମ୍ବର ୧ ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ବେଳେ ପୁରୀ ଜିଲ୍ଲା ସୁଭଦ୍ରା ଶକ୍ତି ମେଳା ଡିସେମ୍ବର ୧ ରୁ ୭ ତାରିଖ ପର୍ଯ୍ୟନ୍ତ ଆୟୋଜନ ହେଉଛି।ଏକ ସମୟରେ ଏହି ଊତ୍ସବ ଆୟୋଜିତ ହେଉଥିବାରୁ ବିପୁଳ ଜନ ଗହଳି ର ଆଶା କରାଯାଉଛି।ଏହାକୁ ସମସ୍ତ ବିଭାଗ ଗୁରୁତ୍ୱର ସହ ନେଇ କାର୍ଯ୍ୟ ପରିଚାଳନା କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ପୂର୍ବ ପ୍ରସ୍ତୁତି ବୈଠକରେ ଗମନାଗମନ ସୁବିଧା, ପରିସ୍କାର ପରିଛନ୍ନତା, ପାନୀୟ ଜଳ ବ୍ୟବସ୍ଥା, ବିଦ୍ୟୁତ ବ୍ୟବସ୍ଥା, ସ୍ବାସ୍ଥ୍ୟ ସୁବିଧା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା, ଆଇନ ଶୃଙ୍ଖଳା ରକ୍ଷା ଇତ୍ୟାଦି କୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।ଏହି କାର୍ଯ୍ୟ ଗୁଡ଼ିକ ର ଅଗ୍ରଗତି ସମ୍ପର୍କରେ ଜିଲ୍ଲାପାଳ ସମୀକ୍ଷା କରିଥିଲେ।ଯେଉଁ ବିଭାଗକୁ ଯାହା ଦାୟିତ୍ୱ ଦିଆ ଯାଇଥିଲା ତାହାକୁ ସେମାନେ କରାଇଛନ୍ତି।ଆଉ କିଛି କିଛି କାମ ଯାହା ଅବଶିଷ୍ଟ ରହିଛି ତାହାକୁ ଯୁଦ୍ଧ କାଳୀନ ଭିତ୍ତିରେ ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେବା ସହ ଏହା ଯେହେତୁ ଏକ ଅନ୍ତର୍ଜାତୀୟ ଉତ୍ସବ ତେଣୁ ସମସ୍ତ କାର୍ଯ୍ୟ କୁ ଉଚ୍ଚମାନ ତଥା ଉପଯୁକ୍ତ ଗୁଣବତ୍ତା ଓ ନିଷ୍ଠାର ସହ ପରିଚାଳନା ପାଇଁ ନିର୍ଦ୍ଦେଶ ଦେଇଥିଲେ।ଚଳିତ ବର୍ଷ ର ପାର୍କିଂ ସ୍ଥଳ ଚିହ୍ନଟ, ବ୍ୟବହାର ଉପଯୋଗୀ, ଆବଶ୍ୟକ ସୁବିଧା ବ୍ୟବସ୍ଥା କରିବା,ଆଲୋକ ବ୍ୟବସ୍ଥା, ସ୍ବଛତା ବ୍ୟବସ୍ଥା,ଶୌଚାଳୟ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା, ରାସ୍ତା ଘାଟ ମରାମତି ଓ ସମତୁଲ ବ୍ୟବସ୍ଥା, କଳାକାର ଓ ଷ୍ଟଲ ପାଇଁ ଆସିଥିବା ବ୍ୟକ୍ତି ମାନଙ୍କ ରହଣୀ ବ୍ୟବସ୍ଥା, ସୂଚନା ପ୍ରଦାନ,ପ୍ରଚାର ପ୍ରସାର ବ୍ୟବସ୍ଥା,ଆଇନ ଶୃଙ୍ଖଳା, ଟ୍ରାଫିକ ଇତ୍ୟାଦି ସମ୍ପର୍କରେ ବିଷଦ ଆଲୋଚନା କରାଯାଇ ବିଭାଗୀୟ ଅଧିକାରୀ ଙ୍କୁ ସମସ୍ତ ବ୍ୟବସ୍ଥା କୁ ଚୁଡାନ୍ତ କରିବାକୁ ପରାମର୍ଶ ଦିଆଯାଇଥିଲା। ରାସ୍ତା ରେ ବୁଲୁଥିବା ଗୋରୁଗାଈ ମାନ ଙ୍କୁ ଏହି ସମୟରେ ସ୍ବତନ୍ତ୍ର ଭାବେ ରଖିବା ବ୍ୟବସ୍ଥା କରାଯିବ ଯାହା ଫଳରେ ସେମାନେ ଯାତ୍ରୀ ଚଳାଚଳ ରେ ବାଧକ ହେବେ ନାହିଁ ବୋଲି ସ୍ଥିର ହେଲା। ସେହିପରି ସ୍ବାସ୍ଥ୍ୟ ସୁବିଧା ପାଇଁ ଅଧିକ ଆମ୍ବୁଲାନ୍ସ ନିୟୋଜିତ କରାଯିବ ବୋଲି ନିଷ୍ପତ୍ତି ନିଆଗଲା।
ଅନ୍ୟ ମାନଙ୍କ ମଧ୍ୟରେ ଏହି ବୈଠକରେ ପୁରୀ ମହାନଗର ନିଗମର କମିଶନର ପ୍ରହଲ୍ଲାଦ ନାରାୟଣ ଶର୍ମା,ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ଡ ବିଜୟାନନ୍ଦ ସେଠୀ,ଉପ ଜିଲ୍ଲାପାଳ ରାଜ କିଶୋର ଜେନା,ସିଡିଏମଓ ଡା ସୁକାନ୍ତ ଚନ୍ଦ୍ର ରଥ, ଡିଆଇବିର ଅତିରିକ୍ତ ଏସପି ଦେବୀ ଶଙ୍କର ପ୍ରତାପ, ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ, କୋଣାର୍କ ବିଡ଼ିଓ ସୂର୍ଯ୍ୟ କାନ୍ତ ଦାଶ, କୋଣାର୍କ ଏନଏସି ର ପୌର ନିର୍ବାହୀ ଅଧିକାରୀ ପ୍ରଦ୍ୟୁମ୍ନ ଜେନା,ଓରମାସ ର ଡେପୁଟି ସିଇଓ ନିଗମ ଚରଣ ଦାସ, ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ମିଶନ ଶକ୍ତି ର ଡିପିସି ସ୍ବାଗତିକା ପରିଡା ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *