୧୯ରେ ମୁକ୍ତିଲାଭ କରିବ ‘ପଡ଼ିଗଲି ତୋ ପ୍ରେମରେ’

ରାୟଗଡା– ଏଇ ମାସ ୧୯ ତାରିଖରେ ମୁକ୍ତି ଲାଭ କରିବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର ‘ପଡ଼ିଗଲି ତୋ ପ୍ରେମରେ’। ଚଳିତ ମେ ମାସ ୧୯ତାରିଖରେ ରାୟଗଡାର ମା ମଙ୍ଗଳା ପ୍ରଡକ୍ସନ୍ ହାଉସ୍ ଦ୍ଵାରା ନିର୍ମିତପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ପଡ଼ିଗଲି ତୋ ପ୍ରେମରେ ‘ ଓଡ଼ିଶାର ୨୪ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରାଯିବାକୁ ଥିବାବେଳେ, ଏଥିରେ ରାୟଗଡାର ନବାଗତ କଳାକାରଙ୍କ ସମେତ ଜୟପୁର ଓ ଭୁବନେଶ୍ୱରର କିଛି କଳାକାର ଅଭିନୟ କରିଛନ୍ତି ।ଏହି ଚଳଚିତ୍ରର ପ୍ରଚାର ଓ ପ୍ରସାର ନିମନ୍ତେ ରାୟଗଡା ସହରସ୍ଥିତ ହୋଟେଲ ତେଜସ୍ଵୀ ଠାରେ ଚଳଚିତ୍ର ‘ପଡିଗଲି ତୋ ପ୍ରେମରେ’ ଟ୍ରେଲର ରିଲିଜ ହୋଇ ଥିଲା । ସମସ୍ତ କଳାକାର, ନିର୍ଦ୍ଦେଶକ, ପ୍ରଯୋଜକ ଓ ସାମ୍ବାଦିକ ମାନେ ଅଂଶ ଗ୍ରହଣ କରିଥିଲେ । ଏହି ଚଳଚ୍ଚିତ୍ରର ପ୍ରଯୋଜକ ତଥା ମୁଖ୍ୟ ଅଭିନେତା ଶ୍ରୀ ଚିରଞ୍ଜିବୀ ବେହେରା ସୂଚନା ଦେଇଥିଲେ କି ତ୍ରିକୋଣିଆ ପ୍ରେମ କାହାଣୀକୁ ନେଇ ଚଳଚ୍ଚିତ୍ରଟି ନିର୍ମାଣ କରାଯାଇଛି । ସୁପ୍ରସିଦ୍ଧ କଣ୍ଠ ଶିଳ୍ପୀ ହ୍ୟୁମାନ ସାଗର, ସ୍ୱୟଂ ପ୍ରଭାସ ପାଢ଼ୀ, ଅସୀମା ପଣ୍ଡା, ଦିପ୍ତିରେଖା ପାଢ଼ୀ ଓ ଅମ୍ରିତା ନାୟକ କଣ୍ଠ ଦାନ କରିଥିବା ବେଳେ ଗୀତ ରଚନା କରିଛନ୍ତି ଡ ନିର୍ମଳ ନାୟକ ଓ ଅରୁଣକୁମାର ମନ୍ତ୍ରୀ । ରାୟଗଡା ଜିଲ୍ଲାର ଆକର୍ଷଣୀୟ ସ୍ଥାନଗୁଡିକରେ ସିନେମାର ସୁଟିଂ କରଯାଇଛି । ଚଳଚିତ୍ରଟିର ନିର୍ଦ୍ଦେଶନା ଶ୍ରୀ ଯଶବନ୍ତ ପଣ୍ଡା ଦେଇଥିବା ବେଳେ ସଂଳାପ ଗୀତ ପ୍ରସାଦ ପାଣିଗ୍ରାହି, ଫାଇଟିଂ ଶ୍ରୀନିବାସ ହିମିରିକା ଦାୟିତ୍ଵ ନିର୍ବାହ କରିଛନ୍ତି । ସ୍ଥାନୀୟ ନୂଆ କଳାକାର ଅର୍ଚ୍ଚି ପ୍ରଧାନ, ଅବତାର ସିଂ, ରିଙ୍କୁ ରାଜଗୁରୁ, ମହମ୍ମଦବବୁଲୁ ହାସ୍ୟ ଅଭିନେତା ଟୁନା ଟନ ଟନ, ମୋନାଲିସା ମିଶ୍ର, ତନଭି ଅଗ୍ରୱାଲ ପ୍ରମୁଖନୂଆ ହୋଇଥିଲମଧ୍ୟ ସେମାନଙ୍କ ଅଭିନୟ ଦର୍ଶକ ମାନଙ୍କ ମନ ମୋହିବ ବୋଲି ଶ୍ରୀ ବେହେରା ଆଶା ପୋଷଣ କରିଛନ୍ତି । ଭୁବନେଶ୍ୱରର ସୃଜନ ଫିଲିମ୍ ଏହାର ପୋଷ୍ଟ ପ୍ରଡ କସନ୍ କରୁଥିବା ବେଳେ ଶ୍ରୀ ଅରୁଣ ପାଢ଼ୀଏଡିଟିଙ୍ଗ କହିଛନ୍ତି । ଉପାନ୍ତ ଅଞ୍ଚଳରୁ ମୁକ୍ତିଲାଭ କରିଥିବା ସିନେମାଟି କୁ ସମସ୍ତେ ନିଶ୍ଚିତ ଭାବରେ ହଲକୁ ଆସି ଦେଖିବାକୁ ଉତ୍ସାହିତ ଥିବା କଳାକାର ମାନେ ନିବେଦନ କରିଛନ୍ତି ।

ରେପୋର୍ଟ – ନୀଳାମ୍ବର ମିଶ୍ର ,ରାୟଗଡା।

Leave a Reply

Your email address will not be published. Required fields are marked *